Posted inଖେଳ

ବଲ ଫୋପାଡ଼ି ବ୍ୟାଟରଙ୍କୁ ଆହତ କଲେ ଅଷ୍ଟ୍ରେଲିଆନ୍‌ ପେସର

ମେଲବୋର୍ନ,୯।୧୧: ବ୍ୟାଟରଙ୍କୁ ଭୟବିତ କରିବା ପାଇଁ ଫଲୋ ଥ୍ରୁରେ ବୋଲର ବଲ ଫୋପାଡ଼ିବା କିଛି ନୂଆ କଥା ନୁହେଁ। କିନ୍ତୁ ଅଷ୍ଟ୍ରେଲିଆନ ପେସର ଜେମ୍ସ ପାଟିନସନଙ୍କ ଥ୍ରୋରେ ଆହତ ହୋଇଛନ୍ତି ବ୍ୟାଟର ଡାନିଏଲ ହୁଗ୍ସ। ଏଭଳି ଘଟଣା ଲାଗି ପାଟିନସନଙ୍କୁ ପ୍ରଶଂସକ, ପୂର୍ବତନ କ୍ରିକେଟର, ଭାଷ୍ୟକାର ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି।

ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଭିକ୍ଟୋରିଆ ଓ ନ୍ୟୁ ସାଉଥ୍‌ ଓ୍ବେଲ୍ସ ମଧ୍ୟରେ ଚାଲିଥିବା
ଶିଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟର ମ୍ୟାଚ୍‌ର ଚତୁର୍ଥ ଦିନ ତଥା ସୋମବାର ପାଟିନସନଙ୍କ ଥ୍ରୋରେ ବ୍ୟାଟର ହୁଗ୍ସ ଆହତ ହୋଇଛନ୍ତି। ଦ୍ୱିତୀୟ ଇନିଂସରେ ୬୪ ରନ୍‌ର ଅପରାଜିତ ପାଳି ଖେଳିଥିବା ହୁଗ୍ସ ପାଟିନସନଙ୍କ ବଲରେ ଏକ ଡିଫେନ୍ସିଭ ଶଟ୍‌ ଖେଳିଥିଲେ। ଫଲୋ ଥ୍ରୁରେ ବଲ ଧରି ପାଟିନସନ ଫୋପାଡ଼ିଥିଲେ। ବଲ ସିଧା ହୁଗ୍ସଙ୍କ ପାଦରେ ବାଜିଥିଲା। ତୁରନ୍ତ ପାଟିନସନ କ୍ଷମା ମାଗିଥିଲେ। କିନ୍ତୁ ଯନ୍ତ୍ରଣାରେ ଛଟପଟ ହେଉଥିବା ହୁଗ୍ସ ପଡ଼ିଯାଇଥିଲେ ପଡ଼ିଆରେ। ଏହି ଘଟଣା ପୂର୍ବରୁ ମ୍ୟାଚ୍‌ରେ ଦୁଇ ଖେଳାଳି ବହୁବାର ମୁହଁାମୁହିଁ ହୋଇଥିଲେ। ଏପରି କି ଟି ବ୍ରେକ୍‌ ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଶେଷ ଥର ୨୦୨୦ରେ ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ପାଟିନସନ ଅନ୍ତର୍ଜାତୀୟ କ୍ରିକେଟରେ ୨୧ ଟେଷ୍ଟ ଓ ୧୫ ଦିନିକିଆ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri