ଉପକାରି ଲବଙ୍ଗ

ଲବଙ୍ଗକୁ ପ୍ରାୟ ସମସ୍ତଙ୍କ ଘରେ ଏକ ମସଲା ଦ୍ରବ୍ୟ ଭାବେ ବ୍ୟବହାର କରାଯାଇଥାଏ। କିନ୍ତୁ ଏଥିରେ ଏମିତି ବି କିଛି ଔଷଧୀୟ ଗୁଣ ଅଛି, ଯାହା ବିଭିନ୍ନ ପ୍ରକାରର ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ।  ଦାନ୍ତ ବିନ୍ଧା ହେଉଥିଲେ ଗୋଟିଏ ଲବଙ୍ଗକୁ ନେଇ ଦାନ୍ତ ମୂଳରେ କିଛି ସମୟ ଚାପି ରଖିଲେ କିମ୍ବା ଲବଙ୍ଗ ତେଲକୁ ଦିନକୁ ୪/୫ ଥର ଦାନ୍ତ ମୂଳରେ ଲଗାଇଲେ ବିନ୍ଧାରୁ କିଛିଟା ଉପଶମ ମିଳିଥାଏ। କିଛି ଲବଙ୍ଗ ଗୁଣ୍ଡକୁ ପାଣିରେ ଫୁଟାଇ ସେହି ପାଣିକୁ ଉଷୁମ କରି ପିଇଲେ ଗ୍ୟାସ ବା ଏସିଡିଟି ସମସ୍ୟାରୁ ମଧ୍ୟ ଶୀଘ୍ର ମୁକ୍ତି ମିଳିଥାଏ ବୋଲି ସୂଚନା ରହିଛି। ବାରମ୍ବାର ହେକୁଟି ହେଉଥିଲେ ଦୁଇଟି ଲବଙ୍ଗକୁ ପାଟିରେ ପକାଇ ତା’ର ରସକୁ ଚୁଶିଲେ ଏ ସମସ୍ୟାରୁ ବି କିଛିଟା ଉପଶମ ମିଳିଥାଏ। ଲବଙ୍ଗ ଖାଇଲେ ପାଟିର ଦୁର୍ଗନ୍ଧ ସମସ୍ୟା ବି ସମାଧାନ ହୋଇଥାଏ। ଏପରିକି ଦାନ୍ତ ତଥା ମାଢ଼ିଜନିତ କିଛି ରୋଗ ଥିଲେ ଲବଙ୍ଗ ଖାଇଲେ ବି ଉପକାର ମିଳେ। ସେହିପରି କୁହାଯାଏ, ଡାଇବେଟିସ୍‌ ରୋଗୀ ଲବଙ୍ଗ ସେବନ କଲେ ତାଙ୍କ ରକ୍ତରେ ଥିବା ସୁଗାର୍‌ର ପରିମାଣ ନିୟନ୍ତ୍ରଣରେ ରହିଥାଏ। ଆଣ୍ଠୁଗଣ୍ଠି ଜନିତ ରୋଗ ଥିଲେ ପ୍ରତିଦିନ ଗୋଟିଏ ଲେଖାଏଁ ଲବଙ୍ଗ ଖାଇଲେ ଏଥିରୁ ବି କିଛିଟା ଉପଶମ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଏପରିକି ମୁଠାଏ ଲବଙ୍ଗକୁ ଗୁଣ୍ଡକରି ବିନ୍ଧୁଥିବା ଗଣ୍ଠି ଉପରେ କପଡ଼ାରେ ଗୁଡ଼ାଇ କିଛି ସମୟ ରଖିଲେ ବିନ୍ଧା କେତେକାଂଶରେ କମିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri