Posted inଖେଳ

କୋହଲିଙ୍କ ବିରୋଧରେ ଟୁଇଟ୍‌ରରେ ଟ୍ରେଣ୍ଡ କରୁଛି #sunokohli: ପଛରେ ରହିଛି ଏହି କାରଣ

ନୂଆଦିଲ୍ଲୀ,୧୮।୧୦: ଆଗାମୀ କିଛି ସପ୍ତାହ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଜବରଦସ୍ତ ରହିବାକୁ ଯାଉଛି। କାରଣ ଦୀପାବଳି ପୂର୍ବରୁ ଟିମ ଇଣ୍ଡିଆ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ମିଶନ ଆରମ୍ଭ କରିବ। ସାଧାରଣତଃ ପ୍ରତିବର୍ଷ ସେଲିବ୍ରିଟିମାନେ ଲୋକମାନଙ୍କୁ ନିବେଦନ କରନ୍ତି ଯେ, ଦୀପାବଳି ସମୟରେ ବାଣ ନ ଫୁଟାଇ ଏହି ପର୍ବ ପାଳନ କରନ୍ତୁ । ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ଦୀପାବଳି ପୂର୍ବରୁ ତାଙ୍କ ପ୍ରଶଂସକଙ୍କୁ କିଛି ବାର୍ତ୍ତା ଦେଇଛନ୍ତି। ଏହି କାରଣରୁ ସେ ଚର୍ଚ୍ଚାରେ ଅଛନ୍ତି। ବିରାଟ କୋହଲି ଟୁଇରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି କହିଛନ୍ତି, ଚଳିତ ବର୍ଷ ଭାରତ ତଥା ବିଶ୍ୱର ଲୋକଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇଛି, ସମସ୍ତେ ଦୀପାବଳିକୁ ଅପେକ୍ଷା କରିଛନ୍ତି। ତୁମ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଦୀପାବଳି କିପରି ପାଳନ କରିବେ ଏବଂ ଏହି ପର୍ବକୁ ସାର୍ଥକ କରିବା ପାଇଁ ମୁଁ ଆପଣଙ୍କୁ କିଛି ଟିପ୍ସ ଦେବି।
ଏହି ଭିଡିଓ ପରେ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କୁ ଟାର୍ଗେଟ କରିଥିଲେ କିଛି ପ୍ରଶଂସକ। ସେମାନେ କୋହଲିଙ୍କୁ ଟ୍ରୋଲ କରି #sunokohli ନାମରେ ଏକ ଟ୍ରେଣ୍ଡ୍‌ ଆରମ୍ଭ କରିଛନ୍ତି। ଏହା ଜରିଆରେ ତାଙ୍କୁ ପରାମର୍ଶ ନ ଦେବାକୁ ପ୍ରଶଂସକଙ୍କ ପକ୍ଷରୁ କୁହାଯାଇଛି।
ଜଣେ ପ୍ରଶଂସକ ଲେଖିଛନ୍ତି ଆମକୁ ଟିପ୍ସ ଦେବା ପରିବର୍ତ୍ତେ ପ୍ରଥମେ ଟି-୨୦ ବିଶ୍ୱକପ୍‌କୁ ଧ୍ୟାନ ଦିଅ। ଅନ୍ୟ ଜଣେ ପ୍ରଶଂସକ କହିଛନ୍ତି ତୁମ ଟିପ୍ସ ଶୁଣିବାକୁ ଅନୁଷ୍କା ଶର୍ମା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri