Posted inଖେଳ

ଭାରତୀୟ କ୍ରିକେଟ୍‌ ଦଳର କୋଚ ଅଫର୍‌ ପ୍ରତ୍ୟାଖ୍ୟାନ ଏହି ପ୍ରସିଦ୍ଧ କ୍ରିକେଟର୍‌

ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଟିମ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କୁ ନିକଟକୁ ଡାକରା ଯାଇଥିଲା। ତେବେ ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ପଣ୍ଟିଂ ବିସିସିଆଇର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପଣ୍ଟିଂ ଏବେ ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଜଡିତ। ତାଙ୍କ ନେତୃତ୍ୱରେ ଦିଲ୍ଲୀର ଦଳ ଗତ ତିନିବର୍ଷ ଧରି ପ୍ଲେ ଅଫରେ ସ୍ଥାନ ପାଇଛି। ଏହା ବ୍ୟତୀତ ଦିଲ୍ଲୀ ଦଳ ମଧ୍ୟ ଆଇପିଏଲ ୨୦୨୦ ରନର୍‌ ଅପ ହୋଇଥିଲା।
ପଣ୍ଟିଂଙ୍କ ମନା କରିବାର କାରଣ ଜଣା ପଡିନାହିଁ। ଏବେ ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ହେବେ ବୋଲି କୁହାଯାଉଛି। ୧୯୯୫ ରେ ପଣ୍ଟିଂ ଏବଂ ୧୯୯୬ରେ ଦ୍ରାବିଡ ଡେବ୍ୟୁ କରିଥିଲେ ଏବଂ ଉଭୟ ଖେଳାଳି ୨୦୧୨ ରେ ଅବସର ନେଇଥିଲେ। ଉଭୟ ନିଜ ସମୟର ମହାନ ଖେଳାଳି ଥିଲେ। ପଣ୍ଟିଂ ୭୧ ଶତକ ସହିତ ଆନ୍ତର୍ଜାତୀୟ କ୍ରିକେଟରେ ୨୭,୪୮୩ ରନ ସଂଗ୍ରହ କରିଥିବାବେଳେ ଦ୍ରାବିଡ ୪୮ ଶତକ ସହାୟତାରେ ୨୪ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି।
ଦ୍ରାବିଡ ପ୍ରଥମେ ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବାକୁ ପ୍ରସ୍ତୁତ ନ ଥିଲେ କିନ୍ତୁ ବିସିସିଆଇରୁ ଜିଦ କରିବାରୁ ସେ ଏଥିରେ ରାଜି ହୋଇଥିଲେ। ୪୮ ବର୍ଷୀୟ ଦ୍ରାବିଡ଼, ଭାରତର ଅନ୍ୟତମ ଶ୍ରେଷ୍ଠ ଖେଳାଳି, ଗତ ୬ ବର୍ଷ ଧରି ଇଣ୍ଡିଆ ଏ ଏବଂ ଅଣ୍ଡର-୧୯ ଦଳର ଦାୟିତ୍ୱରେ ଅଛନ୍ତି। ସେ ବର୍ତ୍ତମାନ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ର ମୁଖ୍ୟ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri