୫ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ରହିଛି ବହୁ ଆହ୍ବାନ

ନୂଆଦିଲ୍ଲୀ,୭-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ନେଇଯିବା ଲାଗି କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ଉଲ୍ଲେଖ କଲେ। ସ୍ବପ୍ନ ଦେଖିବାରେ ଆପତ୍ତି ନାହିଁ, ତେବେ କିଭଳି ଭାବେ ଏହାକୁ ହାସଲ କରିହେବ ସେ ସମ୍ପର୍କରେ ବଜେଟରେ ବିସ୍ତାରିତ ରୂପରେଖ ଦେଖିବାକୁ ମିଳିଲାନି। ଯେଭଳି ଛବି ଦେଖିବାକୁ ମିଲିଲା ସେଥିରେ ଏହି ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ ବୋଲି ମନେ ହେଉଛି। ତଥାପି ଏହି ଲକ୍ଷ୍ୟ ପୂରଣ ଦିଗରେ ସରକାରଙ୍କ ସମ୍ମୁଖରେ ବହୁ ଆହ୍ବାନ ରହିଛି, ଏହା କୁହାଯାଇପାରେ।
ସରକାରଙ୍କ ବଜେଟ ଓ ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି ଯେ, ୨୦୨୪-୨୫ ସୁଦ୍ଧା ସରକାର ୫ ଲକ୍ଷ କୋଟି ଡଲାର ଅର୍ଥନୀତି ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ୨.୭ ଲକ୍ଷ କୋଟି ଡଲାର ଅର୍ଥନୀତି ସହ ଭାରତ ବର୍ତ୍ତମାନ ବିଶ୍ୱରେ ୬ଷ୍ଠ ସ୍ଥାନରେ ରହିଛି। ଚଳିତବର୍ଷ ଏହା ବ୍ରିଟେନକୁ ପଛରେ ପକାଇ ୫ମ ସ୍ଥାନକୁ ଉଠି ଆସିବ। ତେବେ ୨.୭ ଲକ୍ଷ କୋଟି ଡଲାରରୁ ୫ ଲକ୍ଷ କୋଟି ଡଲାର ପର୍ଯ୍ୟନ୍ତ ଅଭିଯାନ ପାଇଁ ୮୫% ହାରରେ ଆଉଟପୁଟ ବୃଦ୍ଧି ହେବା ଆବଶ୍ୟକ। ଅର୍ଥାତ୍‌ ବାର୍ଷିକ ୧୩% ହାରରେ ଏହା ହେବା ଆବଶ୍ୟକ। ୪%ର ମୁଦ୍ରାସ୍ଫୀତିକୁ ହିସାବକୁ ନେଲେ ଦେଶର ଅର୍ଥନୀତି ଅଭିବୃଦ୍ଧି ବାସ୍ତବରେ ବାର୍ଷିକ ୯% ହାରରେ ହେବା ଆବଶ୍ୟକ। ଅନ୍ୟପକ୍ଷରେ ସର୍ଭେ ରିପୋର୍ଟ କହୁଛି, ୮% ହାରରେ ଅଭିବୃଦ୍ଧି ହେଲେ ହିଁ ଆମେ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚତ୍ପାରିବା। ତେବେ ଏଭଳି ଅଭିବୃଦ୍ଧି ହାର ପୂର୍ବରୁ ଏସିଆର ଦୁଇଟି ଅର୍ଥନୀତି ଚାଇନା ଓ ଦକ୍ଷିଣ କୋରିଆ ହାସଲ କରିଥିଲେ। ସର୍ଭେ ରିପୋର୍ଟରେ ନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି।
ଏହାଦ୍ୱାରା ବିକାଶ ଆସିବ ଓ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ଏଥିରେ କୁହାଯାଇଛି। ତେବେ ନିବେଶ ବୃଦ୍ଧି ପାଇଁ ବଜେଟରେ ସେଭଳି କୌଣସି ରୋଡମ୍ୟାପ୍‌ ପ୍ରସ୍ତୁତ କରାଗଲା ନାହିଁ। ଅର୍ଥନୀତିର ଅଭିବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ। ସରକାର ଭିତ୍ତିଭୂମି ବିକାଶ ଲାଗି ୧୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିବା ବେଳେ ପିପିପି ମୋଡରେ ନିବେଶ ବଢ଼ାଇବାକୁ ବଜେଟରେ ଉଲ୍ଲେଖ କରିଛନ୍ତି। ପୂର୍ବର ଅଭିଜ୍ଞତା କହୁଛି, ସରକାରଙ୍କ ସହ ସହଭାଗୀତା ପ୍ରତି କର୍ପୋରେଟ ଜଗତ ସେତେଟା ଉତ୍ସାହୀ ନୁହେଁ। ଏହାଛଡ଼ା ନିବେଶ କେଉଁ ବାଟେ ଆସିବ ତାହା ମଧ୍ୟ ସ୍ପଷ୍ଟ ନୁହେଁ। ଏଭଳି ସ୍ଥିତିରେ ଅର୍ଥନୀତିକୁ ଗତିଶୀଳ କରିବା ଲାଗି ଆବଶ୍ୟକ ଅର୍ଥ କେଉଁଠୁ ଆଣିବେ ସରକାର ସେ ସମ୍ପର୍କରେ ବଜେଟରେ ସ୍ପଷ୍ଟ କଲେ ନାହିଁ। ଅନ୍ୟପକ୍ଷରେ ନିବେଶ ବୃଦ୍ଧି ହେଲେ ସରକାରଙ୍କ ବିତ୍ତୀୟ ନିଅଣ୍ଟ ସ୍ଥିତି ବିଗିଡିବା ନିଶ୍ଚିତ। କିନ୍ତୁ ବଜେଟରେ ଏହା ଜିଡିପିର ୩.୩%ରେ ରଖାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା। ଏହା କିଭଳି ସମ୍ଭବ ହେବ, ସେ ସମ୍ପର୍କରେ ସରକାର ଚୁପ୍‌।
ବିତ୍ତୀୟ ଏକତ୍ରୀକରଣ କଥା କହିବା ଭିନ୍ନ କଥା, କିନ୍ତୁ ଅର୍ଥନୀତି ଅଭିବୃଦ୍ଧି ଦ୍ରୁତତର କରିବାକୁ ହେଲେ ଏହି ପଥରେ ଚାଲିବା ସେତେଟା ସହଜ ନୁହେଁ। ବିଶାଳ ନିବେଶ ଲାଗି ସରକାର ଅର୍ଥ କେଉଁଠୁ ଆଣିବେ ସେ ସମ୍ପର୍କରେ ବଜେଟରେ ତଥ୍ୟ ଦିଆଗଲା ନାହିଁ। ଟିକସ ଆଦାୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜିପ୍ରତ୍ୟାହାର କରିବା ତଥା ଲାଭାଂଶରୁ ମିଳୁଥିବା ଅର୍ଥ ସରକାରଙ୍କ ମୁଖ୍ୟ ଆୟ କୁହାଯାଇପାରେ। ଟିକସ ଆଦାୟ କ୍ଷେତ୍ରରେ ପୂର୍ବବର୍ଷର ଫଳାଫଳ ସେତେଟା ଉତ୍ସାହଜନକ ନୁହେଁ। କାରଣ ଗତ ଆର୍ଥିକ ବର୍ଷରେ ଟିକସ ଆଦାୟ ମାତ୍ର ୬% ବଢ଼ିଛି। ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ନିବେଶ ଆବଶ୍ୟକତା ଥିଲା ବେଳେ ସରକାର ଏକ୍ଷେତ୍ରରେ ଆବଣ୍ଟନ ମାତ୍ରା ସାମାନ୍ୟ ବଢ଼ାଇବାରୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ଯିବାର ଲକ୍ଷ୍ୟ ସହଜରେ ହାସଲ ହୋଇଯିବ ଏହା ଭାବିବା ଭୁଲ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri