Posted inଜାତୀୟ

ପଣ୍ଡ ହେଲା ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା, ଅଳ୍ପକେ ବର୍ତ୍ତିଲା ଦେଶ

ନୂଆଦିଲ୍ଲୀ,୧୬ ।୯: ଦେଶରେ ହେବାକୁ ଯାଉଥିବା ଏକ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି । ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ ହୋଇଥିବା ଆତଙ୍କବାଦୀମାନେ କିଛି ସହରକୁ ବିସ୍ଫୋରକ ପଠାଇଥିବା ଦାବି କରିଛନ୍ତି । ଏହାକୁ ନେଇ ଭିନ୍ନ ଭିନ୍ନ ରାଜ୍ୟର ପୋଲିସ ଆତଙ୍କବାଦୀଙ୍କ ଚେର ଖୋଜିବାରେ ଲାଗିଛି । କୁହାଯାଉଛି କି ଶେଷ ମୁହୂର୍ତ୍ତରେ ଏଭଳି ଯୋଜନା ସମ୍ପର୍କରେ ଜଣାପଡିଯିବାରୁ ଦେଶ ଅଳ୍ପକେ ବର୍ତ୍ତି ଯାଇଛି । ଧରାପଡିଥିବା ଆତଙ୍କବାଦୀଙ୍କ ମଧ୍ୟରେ ରହିଛନ୍ତି ମୁମ୍ବାଇର ମୋହମ୍ମଦ ଶେଖ । ଏହାକୁ ପୋଲିସ ରାଜସ୍ଥାନରୁ ଗିରଫ କରିଛି । ଦୁଇ ନମ୍ବରରେ ଅଛନ୍ତି ଅବୁ ବକ୍ର ସେ ଉତ୍ତର ପ୍ରଦେଶ ବହରାଇଚର ବାସିନ୍ଦା ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ତୃତୀୟ ହେଲେ ଓସାମା ଯାହାଙ୍କୁ ଦିଲ୍ଲୀରୁ ଧରାଯାଇଛି । ଉତ୍ତର ପ୍ରଦେଶ ରାୟବରେଲିର ମୁଲଚନ୍ଦ ଓରଫ ଲାଲାକୁ ବି ପୋଲିସ କାବୁ କରିଛି । ଅନ୍ୟମାନେ ହେଲେ ପ୍ରୟାଗରାଜର ଜିଶାନ କମର ଓ ଲକ୍ଷ୍ନୌର ଆମିର ଜାବେଦ । ପୋଲିସର ସୂଚନା ଅନୁଯାୟୀ, ମୁମ୍ବାଇ ବିସ୍ଫୋରଣ ଭଳି ଏଥର ପୁଣିଥରେ ବିସ୍ଫୋରଣ କରାଯିବାର ଯୋଜନାରେ ଥିଲେ ଆତଙ୍କବାଦୀ । ଏମାନଙ୍କର ପ୍ରଥମ ଟାର୍ଗେଟ ଉତ୍ତର ପ୍ରଦେଶ ଥିବା ବେଳେ ଦ୍ୱିତୀୟରେ ଥିଲା ମହାରାଷ୍ଟ୍ର । ଧରାପଡିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଓସାମାଙ୍କ ପିତା ଉବୈଦୂର ରହମାନଙ୍କର ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ସହ ସିଧା ସମ୍ପର୍କ ଥିବା ପୋଲିସ କହୁଛି । ଏବେ ସେ ଦୁବଇରେ ଥିବା ଅନୁମାନ କରାଯାଉଛି । ସମସ୍ତ ଯୋଜନା ୧୯୯୩ ମୁମ୍ବାଇ ବ୍ଲାଷ୍ଟ ପ୍ଲାନିଂରେ ଥିବା ପୋଲିସ ପ୍ରକାଶ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri