ମିଛକୁ ଘୃଣା କରେ, ବାବୁସାନ୍‌ ମୋର ପ୍ରଥମ କ୍ରସ୍‌ : ଶ୍ରଦ୍ଧା ପାଣିଗ୍ରାହୀ

ରିୟାଲିଟି ଶୋ’ ‘ମିଠା ମିଠା ଯୋଡି’ରୁ ଅଭିନୟର ଯାତ୍ରା ଆରମ୍ଭ। ଏହାପରେ ସିରିୟଲ, ମ୍ୟୁଜିକ୍‌ ଭିଡିଓ, ଓ୍ବେବ୍‌ ସିରିଜ୍‌ କରି ସେ ଘରେ ଘରେ ପରିଚିତା। ନିଖୁଣ ଅଭିନୟରେ ଦର୍ଶକଙ୍କ ମନ ଜିଣୁଥିବା ଏଇ ନାୟିକା ଜଣକ ହେଉଛନ୍ତି ଚୁଲ୍‌ବୁଲି
ଶ୍ରଦ୍ଧା ପାଣିଗ୍ରାହୀ।

ପାଠପଢାରେ କେମିତି?
ପାଠ ପଢାରେ ବହୁତ ଭଲ ଥିଲି। ଘରେ ଭାବିଥିଲେ ଭଲ ଚାକିରି କରିବି।

ଅଭିନେତ୍ରୀ ନ ହେଇଥିଲେ କ’ଣ ହେଇଥାନ୍ତେ?
ପୋଲିସ୍‌ ଅଫିସର୍‌। ଆଉ ଏଭଳି ଇଛା ପଛର କାରଣ ହେଉଛି- ସ୍କୁଲ କଲେଜରେ ପଢିବାବେଳେ ବହୁତ ପିଲା ମତେ ଫଲୋ କରୁଥିଲେ। କମେଣ୍ଟ ମାରୁଥିଲେ। ତେଣୁ ଭାବୁଥିଲି ପୋଲିସ୍‌ ଅଫିସର୍‌ ହେଇ ଏଭଳି ପିଲାଙ୍କୁ ଜେଲ୍‌ରେ ପୁରେଇ ଧୁମ୍‌ ପିଟିବି।

ବିଉଟି ସିକ୍ରେଟ୍‌ କ’ଣ?
ପ୍ରାକୃତିକ ଜିନିଷ ବ୍ୟବହାର କରେ। ଆଉ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରେ। ଟେନ୍‌ସନ୍‌୍‌ ଆସିଲେ ଅଳ୍ପ ସମୟ ଚିନ୍ତାରେ ରହି ପରେ ତାକୁ ଭୁଲିଯାଏ। ମୋର ପର୍ସନାଲ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି। ଯେଉଁଥିରେ ମୁଁ ନିଜେ ବେନିଫିଟ୍‌ ପାଉଥିବା ବିଉଟି ଟିପ୍ସକୁ ଶେୟାର କରିଥାଏ।

ଡ୍ରିମ୍‌ ରୋଲ୍‌?
ସବୁବେଳେ ସିମ୍ପଲ, ସୋବର ରୋଲ୍‌ କରି କିଛି ଭିନ୍ନ କରିବାର ଇଛା ଅଛି। ଆଉ ମୋର ଡ୍ରିମ୍‌ ରୋଲ ହେଉଛି ସାଇକୋ କ୍ୟାରେକ୍ଟର କରିବା।

ପ୍ରଥମ କ୍ରସ୍‌ କିଏ ଥିଲେ?
ବାବୁସାନ୍‌ ମତେ ବହୁତ ଭଲ ଲାଗନ୍ତି। ତାଙ୍କ ଚକ୍‌ଲେଟି ଲୁକ୍‌ ଓ ମଜାମସ୍ତି ବାଲା କ୍ୟାରେକ୍ଟର ମତେ ବହୁତ ପସନ୍ଦ। ତେଣୁ ଇଣ୍ଡଷ୍ଟ୍ରିକୁ ଆସିବା ସମୟରେ ତାଙ୍କୁ ଦେଖିଲେ ମତେ ଭଲ ଫିଲ୍‌ ହେଉଥିଲା।

ଘୃଣା କାହାକୁ କରନ୍ତି?
ସତକୁ ସାମ୍‌ନା ନ କରିପାରି ସତକୁ ଲୁଚାଇବା ପାଇଁ ଗୋଟେ ପରେ ଗୋଟେ ମିଛ କହୁଥିବା ଲୋକଙ୍କୁ ମୁଁ ଘୃଣା କରେ।

ଫିଟ୍‌ନେସ୍‌ ରାଜ୍‌?
ପାଣି ଅଧିକା ପିଏ। ମୁଁ ଟିକେ ଅଳସୁଆ। ତାଛଡା ଶୁଟିଂ ସିଡ୍ୟୁଲ ପାଇଁ ଜିମ୍‌ ରେଗୁଲାର୍‌ ଯାଇପାରେନା। ସମୟ ମିଳିଲେ କରେ। ଯୋଗ ବି ସେମିତି ସମୟ ମିଳିଲେ କରେ। ଆଉ ମନ ଭଲ ନ ଥିଲେ ବି ଯୋଗ କରେ।

କେଉଁ ଅଭିନେତ୍ରୀ ଭଲ ଲାଗନ୍ତି?

ଅପରାଜିତା ମହାନ୍ତି। ତାଙ୍କର ଅଭିନୟ, ସୌନ୍ଦର୍ଯ୍ୟ ସବୁକିଛି ମତେ ଭଲ ଲାଗେ। ମୋ ଡାକ ନାଁ ବି ଟିକି। ଇଣ୍ଡଷ୍ଟ୍ରୀରେ କେହି କେହି ମତେ କମ୍ପ୍ଲିମେଣ୍ଟ ବି ଦେଇଛନ୍ତି ତାଙ୍କର ଛାପ ମୋଠି ଅଛି ବୋଲି। ଆଉ ବଲିଉଡ୍‌ରେ ମୋର ପସନ୍ଦ ରାନୀ ମୁଖାର୍ଜୀ।

ଲାଇଫ୍‌ ପାର୍ଟନର୍‌
ବାପାମା’ଙ୍କ ଉପରେ ଛାଡିଛି। ସେମାନେ ଯେଉଁମାନଙ୍କୁ ବାଛିବେ ତା’ଭିତରୁ ଜଣକୁ ବାଛି ଆରେଞ୍ଜ ମ୍ୟାରେଜ୍‌ କରିବି।

ସିନେମା ନା ସିରିୟଲ କେଉଁଥିରେ କାମ କରିବାକୁ ବେଶି ପସନ୍ଦ?
ସିନେମା ଅପେକ୍ଷା ସିରିୟଲରେ କାମ କରିବାକୁ ବେଶି ପସନ୍ଦ କରେ। କାହିଁକି ନା ଓଡିଆ ସିନେମାକୁ ବହୁତ କମ୍‌ ଲୋକ ଯାଉଛନ୍ତି ଦେଖିବାକୁ। ଆଉ ସିରିୟଲକୁ ଘରେ ଘରେ ଟିଭି ପରଦାରେ ଦେଖନ୍ତି।

ଫ୍ୟାଶନ୍‌ ଆସେସରିଜ୍‌
ମତେ ସଜବାଜ ହେବାକୁ ବହୁତ ଭଲ ଲାଗେ। ତେଣୁ ସବୁ ପ୍ରକାରର ଗହଣା ମୋର ପସନ୍ଦ। ବିଉଟି ଆସେସରୀ ଭିତରେ ଲିପ୍‌ଷ୍ଟିକ୍‌ ମୋର ଭାରି ପ୍ରିୟ। ୟା’ଛଡା ମତେ ଡିଫରେଣ୍ଟ ଟାଇପ୍‌ର ଡ୍ରେସ୍‌ ପିନ୍ଧିବାକୁ ଭଲ ଲାଗେ। ବେଶି ଏଥ୍‌ନିକ୍‌ ପୋଷାକ ପସନ୍ଦ। ଲୋକ ବି ମତେ ଏଥ୍‌ନିକ୍‌ ଗେଟ୍‌ଅପ୍‌ରେ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri