ଜନଧନ ଯୋଜନାକୁ ୭ବର୍ଷ

ଭୁବନେଶ୍ୱର,୨୯।୮:  ଦେଶର ଆର୍ଥିକ ଗତିକୁ ଦ୍ରୁତ କରିବା ପାଇଁ ବ୍ୟାଙ୍କିଙ୍ଗ୍‌ କାରବାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ସ୍ବାଧୀନତାର ୬୮ ବର୍ଷ ପରେ ମଧ୍ୟ ଦେଶର ଅନେକ ରାଜ୍ୟ ଓ ଲୋକଙ୍କ ନିକଟରେ ବ୍ୟାଙ୍କ ଖାତା ନ ଥିବା ମୋଦି ତାଙ୍କ ପାଳିର ପ୍ରଥମ (୨୦୧୪ ଅଗଷ୍ଟ ୧୫) ସ୍ବାଧୀନତା ଅଭିଭାଷଣରେ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ ସମଗ୍ର ଦେଶବାସୀ ବିଶେଷକରି ମହିଳାମାନଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ଅଗଷ୍ଟ ୧୫ରେ ଘୋଷଣା କରାଯାଇଥିବା ‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନା’ ସେହି ମାସ ୨୮ ତାରିଖରୁ ସାରା ଦେଶରେ ଲାଗୁ କରାଯାଇଥିଲା। ୨୦୧୪ରୁ ୨୦୨୧ ଏହି ୭ବର୍ଷ ମଧ୍ୟରେ ଅନେକ କିଛି ସୁବିଧା ଓ ସହାୟତା ଖାତାଧାରୀଙ୍କୁ ମିଳିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍‌ଜେଡିଓ୍ବାଇ) ଆଧାରରେ ବ୍ୟାଙ୍କ ଖାତାଧାରୀଙ୍କ ସଂଖ୍ୟା ୪୩ କୋଟିରୁ ଊର୍ଦ୍ଧ୍ୱ ରହିଛି। ଏହି ସବୁ ଖାତାରେ ମୋଟ ଜମା ରାଶି ୧.୪୬ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନର ଯୋଜନାକୁ ଶନିବାର ୭ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମଧ୍ୟ ଖୁସି ବ୍ୟକ୍ତି କରିଛନ୍ତି। ସେ ଦେଶର ଜନତାଙ୍କୁ ଖୁବ୍‌ ଶୀଘ୍ର ଏକ ବଡ ଉପହାର ଦେବାକୁ ଯାଉଛନ୍ତି ବୋଲି ଜଣାପଡିଛି। ଏ ନେଇ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଜନଧନ ଯୋଜନାର ଖାତାଧାରୀଙ୍କୁ ଜୀବନ ବୀମା ଓ ଦୁର୍ଘଟଣାବୀମା କଭର ଦେବା ଉପରେ ବିଚାର କରୁଛନ୍ତି ବୋଲି ସୂଚନା ମିଳିଛି। ସେହିଭଳି ଏହି ଯୋଜନାରେ ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଆଧାରରେ ଜନଧନ ଖାତାଧାରୀଙ୍କୁ ବୀମାରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛନ୍ତି। ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ପ୍ରେସ୍‌ ବିବୃତି ଜରିଆରେ ସୂଚନା ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ଫଳରେ ୪୩ କୋଟି ଜନଧନ ଖାତାଧାରୀ ବେଶ୍‌ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏ ନେଇ ମଧ୍ୟ ଆଗୁଆ ବିଭିନ୍ନ ବ୍ୟାଙ୍କକୁ ସୂଚାଇ ଦିଆଯାଇଛି ବୋଲି ଜଣାପଡିଛି। ଏହି ଯୋଜନାରେ ପ୍ରଥମ ବର୍ଷ ୧୭.୯୦ କୋଟି ଖାତା ଖୋଲାହୋଇଥିଲା, ଯାହା ବର୍ତ୍ତମାନ ୪୩.୦୪ କୋଟିରେ ପହଞ୍ଚତ୍ଛି ବୋଲି ସୂଚନା ମିଳିଛି। ବିଶେଷକରି ଏହି ସଂଖ୍ୟାର ପ୍ରାୟ ୫୫.୪୭% ମହିଳା ଖାତାଧାରୀ ଥିବାବେଳେ ୬୬.୬୯% ଗ୍ରାମୀଣ ଓ ଅର୍ଦ୍ଧସରାଞ୍ଚଳର ଖାତାଧାରୀ ରହିଛନ୍ତି। ସେହିଭଳି ଏହି ଯୋଜନା ଅଧୀନରେ ୩୧.୨୩ କୋଟି ରୂପେ କାର୍ଡ ଖାତାଧାରୀଙ୍କୁ ବ୍ୟାଙ୍କ ପକ୍ଷରୁ ବଣ୍ଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri