Posted inଖେଳ

କ୍ୟାପଟେନ ରୁଟ୍‌ଙ୍କ ଷ୍ଟ୍ରାଟେଜି ଉପରେ ଉଠିଲା ପ୍ରଶ୍ନ

ଲଣ୍ଡନ,୧୮।୮ : ଲଡର୍‌ସ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଥିବା ସତ୍ତ୍ୱେ ଇଂଲଣ୍ଡର ପରାଜୟକୁ ହଜମ କରିପାରୁ ନାହାନ୍ତି ପୂର୍ବତନ ଅଧିନାୟକ ମାଇକେଲ ଭନ। ସେ ଅଧିନାୟକ ଜୋ ରୁଟ୍‌ଙ୍କ ଷ୍ଟ୍ରାଟେଜି ଉପରେ ପ୍ରଶ୍ନ ଉଠାଇଛନ୍ତି। ମହମ୍ମଦ ଶାମି ଓ ଯଶପ୍ରୀତ ବୁମରାଙ୍କ ଭଳି ଲୋୟରଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିବା ଲାଗି  ସ୍ଲିପ୍‌ ଓ ସର୍କଲ ମଧ୍ୟରେ କ୍ୟାଚିଂ ପଏଣ୍ଟରେ ଫିଲ୍ଡର ରଖିବା ପରିବର୍ତ୍ତେ ବାଉଣ୍ଡ୍ରି ଅଞ୍ଚଳରେ ଅଧିକ ଫିଲ୍ଡର ରଖିଥିଲେ ରୁଟ୍‌। ତାଙ୍କର ଏହି ଷ୍ଟ୍ରାଟେଜି ବୁଝା ପଡ଼ୁ ନାହିଁ ବୋଲି ଭନ କହିଛନ୍ତି।

ରିଷଭ ପନ୍ତଙ୍କ ଅପେକ୍ଷା ବୁମରାଙ୍କ ପାଇଁ ଅଧିକ ଫିଲ୍ଡର ବାଉଣ୍ଡ୍ରି ଅଞ୍ଚଳରେ ରଖାଯାଇଥିଲା। ଦଳରେ ରୁଟ୍‌ ଓ ଜିମ୍ମି ଆଣ୍ଡରସନଙ୍କ ଭଳି ୧୦୦ରୁ ଅଧିକ ଟେଷ୍ଟ ଖେଳିଥିବା ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ଏହା କେମିତି ସମ୍ଭବ। ସେମାନଙ୍କ ଷ୍ଟ୍ରାଟେଜି ସମ୍ପୂର୍ଣ୍ଣ ଭୁଲ ବୋଲି ଲଡର୍‌ସରେ ଭାରତୀୟ ଦଳର ବିଜୟ ପରେ ଭନ ବିବିସିକୁ ଏହା କହିଛନ୍ତି।

୫ମ ଦିନରେ ଭାରତୀୟ ଦଳର ଅନ୍ତିମ ବ୍ୟାଟ୍ସମ୍ୟାନ ପନ୍ତଙ୍କୁ ଆଉଟ୍‌ କରିବା ପରେ ସୁବିଧାଜନକ ସ୍ଥିତିରେ ଥିଲା ଇଂଲଣ୍ଡ। କିନ୍ତୁ ଶାମି ଓ ବୁମରାଙ୍କ ଯୋଡ଼ିକୁ ଭାଙ୍ଗିବା ପାଇଁ ବାଉନ୍ସର ଓ ଶର୍ଟ ପିଚ୍‌ ଷ୍ଟ୍ରାଟେଜି ଆପଣେଇଥିଲା ଇଂଲଣ୍ଡ, ଯାହା ମ୍ୟାଚ୍‌କୁ ଫେରିବା ପାଇଁ ଟିମ୍‌ ଇଣ୍ଡିଆକୁ ସୁଯୋଗ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri