୬ ମାସ ନ ପୂରୁଣୁ ୬ ସ୍ଥାନରେ ଫାଟ

ବଇଣ୍ଡା,୧୦ା୮(ଡି.ଏନ.ଏ.) ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନି। ଏପରି କି ନିର୍ମାଣାଧୀନ ୪୦ କିଲୋମିଟର ରାସ୍ତାକୁ ୬ ମାସ ମଧ୍ୟ ପୂରିନି। ହେଲେ ୬ଟି ସ୍ଥାନରେ ଫାଟ ଦେଖାଦେଲାଣି। ଏହାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର କେତୋଟି ଗ୍ରାମବାସୀ। ଏ ନେଇ ପୂର୍ବରୁ କମରେଇ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଶନିବାର ପାଗବନ୍ଦା ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାସ୍ତାରେ ଫାଟ ସୃଷ୍ଟି ହୋଇଥିବାରୁ ଏହାର ସ୍ଥାୟିତ୍ୱ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।

କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳରେ ଚାଲୁ ରହିଛି। ବ୍ଲକର ଜାମ୍ବୁନାଳୀ ଠାରୁ ବାମୁର ପର୍ଯ୍ୟନ୍ତ ୪୦ କିଲୋମିଟର ନିର୍ମାଣର ୭୦ ପ୍ରତିଶତ ଶେଷ ହୋଇଛି। କିନ୍ତୁ ହେଉଥିବା କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ଠିକାସଂସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବାରୁ ଅଞ୍ଚଳବାସୀ ଜିଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ବହୁବାର ଅଭିଯୋଗ କରିଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ପୂର୍ବରୁ କମରେଇ ଠାରେ ପ୍ରଥମେ ରାସ୍ତା ଫାଟି ଯାଇଥିଲା। ଏବେ ପାଗବନ୍ଦା, ଗୁରୁଜାଙ୍ଗ, ଖଇରମୁଣ୍ଡା, ଚମ୍ପାପୁର, ସୁସବ ଆଦି ସ୍ଥାନରେ ଫାଟ ଦେଖାଦେଇଛି। ରାସ୍ତା ଗୁଡିକ ୩ ରୁ ୪ ମିଟର ଲମ୍ବ ପର୍ଯ୍ୟନ୍ତ ଫାଟିଯାଇଥିବାରୁ କାର୍ଯ୍ୟ ନିମ୍ନମାନର ହେଉଥିବା ପାଗବନ୍ଦା ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଠିକା ସଂସ୍ଥାର ନିର୍ମାଣ କାର୍ଯ୍ୟ ତଦାରଖ ନିମନ୍ତେ କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହୁନାହନ୍ତି। ପୂର୍ବରୁ ଠିକ୍‌ ଭାବେ ମାଟି ପରୀକ୍ଷଣ କରାଯାଉନାହିଁ। ଠିକାସଂସ୍ଥାର ଅଧିକାରୀମାନେ ମଧ୍ୟ କାର୍ଯ୍ୟସ୍ଥଳ ପରିଦର୍ଶନ କରୁନାହାନ୍ତି। କମରେଇ ଠାରେ ଦେଖାଦେଇଥିବା ଫାଟ ମରାମତି କରାଯାଇ ନାହିଁ। ତାହାକୁ ମାଟି ପକାଇ ଠିକାସଂସ୍ଥା ଘୋଡ଼ାଇ ଦେଇଛି। ତେଣୁ ଫାଟଗୁଡ଼ିକର ତୁରନ୍ତ ମରାମତି ସହ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଠିକ୍‌ ଭାବେ କରାଯିବାକୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ସ୍ଥାୟିତ୍ୱ ନେଇ ସନ୍ଦେହ ଆସୁଛି
ରାସ୍ତା ନିର୍ମାଣ ପୂର୍ବରୁ ମାଟି ପରୀକ୍ଷା ଠିକ୍‌ ଭାବେ କରାଯାଉନାହିଁ। ଠିକାସଂସ୍ଥାର ଉଚ୍ଚପଦାଧିକାରୀମାନେ ନିୟମିତ ଯାଞ୍ଚ କରୁନାହାନ୍ତି। ଫଳରେ ରାସ୍ତା କାର୍ଯ୍ୟ ନ ସରୁଣୁ ଅନେକ ସ୍ଥାନରେ ଫାଟ ଦେଖାଦେବା ଆରମ୍ଭ କଲାଣି। ଏଥିରୁ ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ସନ୍ଦେହ ସୃଷ୍ଟି ହେଉଛି।
-ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ

ବଇଣ୍ଡାଠାରେ ବିଳମ୍ବ ହେଉଛି
ରାଜପଥ ନିର୍ମାଣ ନିମନ୍ତେ ବଇଣ୍ଡା ଅଞ୍ଚଳରେ ୩ ବର୍ଷ ତଳୁ ଉଚ୍ଛେଦ ହୋଇଥିଲେ ମଧ୍ୟ ଏଯାଏ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଓଭର ବ୍ରିଜ୍‌ ପାଇଁ ଗାତ ଖୋଳି ଛାଡ଼ି ଦିଆଯାଇଛି। ଡ୍ରେନ୍‌ ଗୁଡିକ ମଧ୍ୟ ନିର୍ମାଣ ହେଉନାହି। ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶୁଛି। ତୁରନ୍ତ କାର୍ଯ୍ୟ ସମାପ୍ତ କରାଯାଉ।
-ଅରବିନ୍ଦ ସାହୁ, ବଇଣ୍ଡା

ତୁରନ୍ତ ମରାମତି କରାଯାଉ
ନିର୍ମାଣର ୫ ମାସ ନ ହେଉଣୁ ରାସ୍ତା ଫାଟିବା ଆରମ୍ଭ ହେଲାଣି। ୬ଟି ସ୍ଥାନରେ ଫାଟି ଥିବାରୁ ଏଠାରେ କାର୍ଯ୍ୟ ଠିକ୍‌ ଭାବେ କରାଯାଇ ନ ଥିବା ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି। ତୁରନ୍ତ ଠିକା ସଂସ୍ଥା ଫାଟି ଥିବା ରାସ୍ତାକୁ ସ୍ଥାୟୀ ଭାବେ ମରାମତି କରିବା ଦିଗରେ ପଦକ୍ଷେପ ନେଉ।
-ଅନିରୁଦ୍ଧ ସାହୁ, ବାଦୀରିନାଳି

ଅସ୍ଥାୟୀ ରାସ୍ତା ଶୋଚନୀୟ
ରାସ୍ତା ନିର୍ମାଣ ବିଳମ୍ବ ହେଉଥିବା ଯୋଗୁ ବହୁ ଅସୁବିଧା ସୃଷ୍ଟି ହେଉଛି। କରାଯାଇଥିବା ଅସ୍ଥାୟୀ ରାସ୍ତା ଗୁଡିକର କେତେକ ସ୍ଥାନ ଶୋଚନୀୟ ହୋଇପଡିଛି। ସେଗୁଡିକ ମରାମତି କରାଯାଉ ନାହିଁ। ଭାରିଯାନ ଯାତାୟାତ ଯୋଗୁ ରାସ୍ତା ଖରାପ ହେଉଥିବାରୁ ଶୀଘ୍ର ମରାମତି କରାଯାଉ।
-ଯୁଗଳ କିଶୋର ପ୍ରଧାନ, ବସ୍‌ ଚାଳକ

ଶୀଘ୍ର ପଦକ୍ଷେପ ନିଆଯିବ
ମାଟି ଦବୁଥିବା ଯୋଗୁ ରାସ୍ତା ଫାଟିଯାଉଛି। ଯେଉଁ ଅଞ୍ଚଳରେ ରାସ୍ତାରେ ଫାଟ ଦେଖାଦେଇଛି, ତାହାକୁ ଶୀଘ୍ର ମରାମତି କରାଯିବ। କରୋନା ପାଇଁ ସମସ୍ତ ଲେବର ଘରକୁ ପଳାଇ ଯାଇଛନ୍ତି। ସେମାନେ କାମକୁ ଫେରିଲେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ।
-ଗେଲିଡେବେରା ପଦ୍ମନାଭମ, ଠିକାସଂସ୍ଥା ପରିଚାଳକ


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri