ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ, ଟ୍ରାଞ୍ଜାକ୍ସନ ଚାର୍ଜ ଏବଂ କ୍ୟାସ ଆକ୍ସେସ ସମ୍ପର୍କିତ କିଛି ନୂଆ ନିୟମ ଲାଗୁ ହେବ। ବିଶେଷ କରି HDFC, PNB ଏବଂ ଜିଓ ପେମେଣ୍ଟସ ବ୍ୟାଙ୍କ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।
ଘରୋଇ କ୍ଷେତ୍ରର ବଡ଼ ବ୍ୟାଙ୍କ HDFC ସ୍ପଷ୍ଟ କରିଛି ଯେ, ଏବେ ATM ରୁ UPI ଜରିଆରେ କରାଯାଉଥିବା କ୍ୟାସ ଉଠାଣକୁ ମାସିକ ମାଗଣା ଟ୍ରାଞ୍ଜାକ୍ସନ ସୀମା (Free Transaction Limit) ମଧ୍ୟରେ ଗଣାଯିବ। ଯଦି ଜଣେ ଗ୍ରାହକ ନିଜର ମାସିକ ଫ୍ରି ଲିମିଟ ଅତିକ୍ରମ କରନ୍ତି, ତେବେ ପ୍ରତି ଟ୍ରାଞ୍ଜାକ୍ସନ ପିଛା ୨୩ ଟଙ୍କା (ସହିତ ଟ୍ୟାକ୍ସ) ଦେବାକୁ ପଡ଼ିବ। ବର୍ତ୍ତମାନ ଗ୍ରାହକଙ୍କୁ ନିଜ ବ୍ୟାଙ୍କ ATM ରେ ୫ଟି ମାଗଣା ଟ୍ରାଞ୍ଜାକ୍ସନ ମିଳୁଥିବା ବେଳେ ଅନ୍ୟ ବ୍ୟାଙ୍କ ATM ରେ ମେଟ୍ରୋ ସହର ପାଇଁ ୩ଟି ଏବଂ ଅଣ-ମେଟ୍ରୋ ସହର ପାଇଁ ୫ଟି ମାଗଣା ସୁବିଧା ରହିଛି।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ନିଜର କିଛି ର୍ନିଦ୍ଦିଷ୍ଟ ଡେବିଟ କାର୍ଡ ପାଇଁ ଦୈନିକ କ୍ୟାସ ଉଠାଣ ସୀମାରେ ପରିବର୍ତ୍ତନ କରିଛି। କାର୍ଡର ପ୍ରକାର ଅନୁଯାୟୀ ଗ୍ରାହକମାନେ ଏବେ ଦିନକୁ ୫୦,୦୦୦ ରୁ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ପୂର୍ବରୁ ଯେଉଁ କାର୍ଡଗୁଡ଼ିକରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇବାର ସୁବିଧା ଥିଲା, ରିସ୍କ ମ୍ୟାନେଜମେଣ୍ଟକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସେହି ସୀମାକୁ ଏବେ ହ୍ରାସ କରିଛି।
ସେହିଭଳି ଜିଓ ପେମେଣ୍ଟସ ବ୍ୟାଙ୍କ ପକ୍ଷରୁ UPI ଭିତ୍ତିକ କ୍ୟାସ ଉଠାଣ ସେବା ଆରମ୍ଭ କରାଯାଇଛି। ଏହି ସୁବିଧା ଦ୍ୱାରା ଗ୍ରାହକମାନେ ବିନା ଡେବିଟ କାର୍ଡରେ କେବଳ QR କୋଡ ସ୍କାନ କରି ବିଜନେସ କରେସପଣ୍ଡେଣ୍ଟ (BC) ପଏଣ୍ଟରୁ ଟଙ୍କା ଉଠାଇ ପାରିବେ। ଏହା ଡିଜିଟାଲ ବ୍ୟାଙ୍କିଙ୍ଗକୁ ଆହୁରି ସହଜ କରିବ।
ଏଣୁ ଅତିରିକ୍ତ ଶୁଳ୍କରୁ ବଞ୍ଚିବା ପାଇଁ ଗ୍ରାହକମାନେ ନିଜ ନିଜ ବ୍ୟାଙ୍କର ନୂଆ ନିୟମ ଏବଂ ଟ୍ରାଞ୍ଜାକ୍ସନ ସୀମା ବିଷୟରେ ଅପଡେଟ ରହିବା ଜରୁରୀ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?