ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ୍‌ର ପାଓ୍ବାରପ୍ଲାଣ୍ଟ ଉପରେ ୫ ଦିନ ପାଇଁ ଅର୍ଥାତ୍‌ ୨୭ ମାର୍ଚ୍ଚ ଯାଏ ଆକ୍ରମଣକୁ ସ୍ଥଗିତ ରଖାଗଲା ବୋଲି ଘୋଷଣା କରିଥିଲେ। ମୂଳ ଲକ୍ଷ୍ୟ ହେଲା ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଖୋଲା ରଖାଯିବ, ଯଦ୍ଦ୍ବାରା ବିଶ୍ୱ ଶକ୍ତିକ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ଟ୍ରମ୍ପ୍‌ ଏଥିସହିତ ଆହୁରି ମଧ୍ୟ କହିଛନ୍ତି, ହର୍ମୁଜ୍‌ ଜଳପଥ ଖୋଲିଲେ ଇରାନ୍‌ର ଆୟାତୋଲ୍ଲାଙ୍କ ସହିତ ଟ୍ରମ୍ପ୍‌ ନିଜେ ତାହାର ମିଳିତ ଦାୟିତ୍ୱ ନେବେ। କୌତୂହଳର ବିଷୟ ହେଉଛି ୨୮ ଫେବୃଆରୀ ପୂର୍ବରୁ ଅର୍ଥାତ୍‌ ଯୁଦ୍ଧ ଆରମ୍ଭ ପୂର୍ବରୁ ହର୍ମୁଜ୍‌ ଜଳପଥ ଖୋଲା ଥିଲା ଓ ସେଥିରେ କେହି ବାଧା ସୃଷ୍ଟି କରି ନ ଥିଲେ। ତେଣୁ ଟ୍ରମ୍ପ୍‌ଙ୍କ ଦାବି ଯଥାର୍ଥ ମନେ ହେଉନାହିଁ। ହର୍ମୁଜ୍‌ ଖୋଲିବା ଯୁଦ୍ଧର ଲକ୍ଷ୍ୟ ହୋଇ ନ ପାରେ। ସମ୍ଭବତଃ ଆମେରିକା ଏହି ଯୁଦ୍ଧରେ ଅଗ୍ରସର ହେବା ପୂର୍ବରୁ ନିଜର କୌଣସି ବୁଦ୍ଧି ବିବେକ ଖଟାଇ ନ ଥିଲା। ଏବେ, ଖାପ୍‌ଚରେ ପଡ଼ିଗଲା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ବୋଧହୁଏ ପୁନର୍ବିଚାର କଲେଣି। ଅପରପକ୍ଷରେ ଇରାନ୍‌ ତା’ର ଦାବିରେ ଅଟଳ ରହିଛି। ଇରାନ୍‌ କୌଣସି ଆଲୋଚନା ଆମେରିକା ସହ କରି ନ ଥିବା ପ୍ରକାଶ କରିଛି। ତତ୍‌ସହିତ ଇରାନ୍‌ ୬ଟି ସର୍ତ୍ତ ନିଜଆଡୁ ଦେଇଛି। ସେଗୁଡ଼ିକ ହେଲା-ପ୍ରଥମରେ ପୁନର୍ବାର ଯୁଦ୍ଧ ନ ହେବା ନେଇ ସୁନିଶ୍ଚିତ କରାଯିବା, ଦ୍ୱିତୀୟରେ ଉପସାଗରୀୟ ଅଞ୍ଚଳରେ ଆମେରିକୀୟ ସାମରିକ ଘାଟି ବନ୍ଦ କରିବା, ତୃତୀୟରେ ଯୁଦ୍ଧ ଯୋଗୁ ହୋଇଥିବା କ୍ଷତିକୁ ଆକ୍ରମଣକାରୀ ଭରଣା କରିବ, ଚତୁର୍ଥରେ ଆଞ୍ଚଳିକ ସ୍ତରରେ ଚାଲିଥିବା ସମସ୍ତ ଯୁଦ୍ଧ ବନ୍ଦ ଲାଗି ଆହ୍ବାନ, ପଞ୍ଚମରେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ର ପରିଚାଳନା ଲାଗି ଏକ ନୂଆ ଆଇନଗତ ବ୍ୟବସ୍ଥା ପ୍ରତିଷ୍ଠା, ଯାହା ଉପରେ ଇରାନ୍‌ର ରଣନୀତିକ ପ୍ରଭାବ ରହିବ ଏବଂ ଷଷ୍ଠରେ ଯେଉଁ ଗଣମାଧ୍ୟମ ଇରାନ୍‌ ବିରୋଧରେ ଶତ୍ରୁତାପୂର୍ଣ୍ଣ ଆଚରଣ କରି ଖବର ପ୍ରସାରଣ କରୁଥିଲେ ସେମାନଙ୍କୁ ଚିହ୍ନଟ କରି ଦଣ୍ଡିତ କରାଯାଉ। ଏଥିରୁ ବୁଝିବାକୁ ହେବ ଯେ, ଇସ୍ରାଏଲ ସହିତ ମିଶିକରି ଆମେରିକା ଆରମ୍ଭ କରିଥିବା ଯୁଦ୍ଧରେ ପରାଜୟ ସ୍ବୀକାର କରିଗଲାଣି। ଜିତାପଟ ମାରିଥିବା ଇରାନ୍‌ ଏବେ ଦାବିରେ ଅଟଳ ରହିବା ସ୍ଥିତିକୁ ଆସିଗଲାଣି। ଏହା ଆମେରିକାର ବିଶ୍ୱ ଭାବମୂର୍ତ୍ତିରେ ଏକ ବଡ଼ ଧକ୍କା ବୋଲି କହିହେବ। କାରଣ ଯୁଦ୍ଧ ପାଇଁ ଆମେରିକାର ଯୁଦ୍ଧସଚିବ ପିଟ୍‌ ହେଗ୍‌ସେଥ୍‌ ଦାୟୀ ବୋଲି ଟ୍ରମ୍ପ୍‌ ନିଜେ କହିବାକୁ ଆରମ୍ଭ କଲେଣି। ପରାଜୟ କିମ୍ବା ବିଫଳତା ବେଳେ ଅନ୍ୟମାନଙ୍କୁ ଏବଂ ଇତିହାସକୁ ଦୋଷ ଦେଇ ନିଜେ ଖସିଯିବା ହୋଇଛି ଏକବିଂଶ ଶତାବ୍ଦୀର ନେତାମାନଙ୍କ ଚରିତ୍ର। ଯେତେବେଳେ ସଫଳତା ମିଳୁଛି ସେତେବେଳେ ନିଜେ ବାହାବା ନେବାକୁ ସବୁ ନେତା ଧାଇଁ ଆସୁଛନ୍ତି। ଏଭଳି ଚିତ୍ର ବିଶ୍ୱର ଅନେକ ଦେଶରେ ଦେଖିବାକୁ ମିଳୁଛି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଶେଷ ହେଲା ବୋଲି କହିବା ଏବେ ସମ୍ଭବପର ନୁହେଁ। କିନ୍ତୁ ଏହି ସମୟରେ ପାକିସ୍ତାନର ମଧ୍ୟସ୍ଥ ଭୂମିକା ସମ୍ପର୍କରେ ଯାହା ଆଲୋଚନା ହେଉଛି ତାହା ସେହି ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଏକ ବିରାଟକାୟ ଗୁରୁତ୍ୱ ପ୍ରଦାନ କରୁଛି। ପାକିସ୍ତାନ ତୁଳନାରେ ଭାରତ ସହ ଇରାନ୍‌ର ସକାରାତ୍ମକ ସମ୍ପର୍କ ଥିଲା। ଅବଶ୍ୟ କଶ୍ମୀର ବିଷୟରେ ଆଲୋଚନା ସମୟରେ ଇରାନ୍‌ କେବେହେଲେ ଭାରତକୁ ସମର୍ଥନ କରି ନ ଥିଲା। କିନ୍ତୁ ପୃଥିବୀର ଏକମାତ୍ର ଶିୟା ମୁସଲମାନ ଦେଶ ଭାବେ ଇରାନ୍‌ ତରଫରୁ ଭାରତକୁ ଅନେକ ତୈଳଜନିତ ବ୍ୟବସାୟିକ ସୁବିଧା ମିଳିଆସୁଥିଲା। ଯୁଦ୍ଧର ଆରମ୍ଭ ବେଳେ ଭାରତର ଇସ୍ରାଏଲ୍‌ ସହ ବନ୍ଧୁତ୍ୱ ଗଢ଼ିଉଠିବା ଆଜି ଭାରତ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଆଜିର ପୃଥିବୀରେ ଯଦି କେହି ଭାବୁଥାଆନ୍ତି ଯେ ଭାରତ ଏକ ଶାନ୍ତିପ୍ରିୟ ଦେଶ ଏବଂ ଶାନ୍ତିରେ ରହିବାକୁ ହେଲେ କାହାରି ସହିତ ଜଡ଼ିତ ହେବ ନାହିଁ, ତେବେ ସେହି ଚିନ୍ତାଧାରା ପ୍ରଥମେ ଇସ୍ରାଏଲ୍‌ ସହିତ ବନ୍ଧୁତ୍ୱ ସୁଦୃଢ଼ କରିବା ପୂର୍ବରୁ ଭାବିବା ଉଚିତ ଥିଲା। ଭାରତୀୟମାନେ ବୁଝିବା ଦରକାର ଯେ ଏହି ଦେଶର ବୈଦେଶିକ ନୀତି କୌଣସି ଦିଗରୁ ନିରପେକ୍ଷ ରହିଲା ନାହିଁ। ତେଣୁ ଆଜିର ମଧ୍ୟପ୍ରାଚ୍ୟ ପରିସ୍ଥିତିରେ ଭାରତର ଭୂମିକା ସମ୍ପୂର୍ଣ୍ଣ ଭାବେ ଗୌଣ କିମ୍ବା କିଛି ନାହିଁ ବୋଲି କହିହେବ। ଏଭଳି ପରିସ୍ଥିତିରେ ଭାରତ ପଡ଼ିବା ପାଇଁ ଖୋଦ୍‌ ଭାରତର ଏବକାର ନୀତି ନିର୍ଣ୍ଣୟକାରୀ ବ୍ୟବସ୍ଥା ଦାୟୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?