ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ୍‌ର ପାଓ୍ବାରପ୍ଲାଣ୍ଟ ଉପରେ ୫ ଦିନ ପାଇଁ ଅର୍ଥାତ୍‌ ୨୭ ମାର୍ଚ୍ଚ ଯାଏ ଆକ୍ରମଣକୁ ସ୍ଥଗିତ ରଖାଗଲା ବୋଲି ଘୋଷଣା କରିଥିଲେ। ମୂଳ ଲକ୍ଷ୍ୟ ହେଲା ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଖୋଲା ରଖାଯିବ, ଯଦ୍ଦ୍ବାରା ବିଶ୍ୱ ଶକ୍ତିକ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ଟ୍ରମ୍ପ୍‌ ଏଥିସହିତ ଆହୁରି ମଧ୍ୟ କହିଛନ୍ତି, ହର୍ମୁଜ୍‌ ଜଳପଥ ଖୋଲିଲେ ଇରାନ୍‌ର ଆୟାତୋଲ୍ଲାଙ୍କ ସହିତ ଟ୍ରମ୍ପ୍‌ ନିଜେ ତାହାର ମିଳିତ ଦାୟିତ୍ୱ ନେବେ। କୌତୂହଳର ବିଷୟ ହେଉଛି ୨୮ ଫେବୃଆରୀ ପୂର୍ବରୁ ଅର୍ଥାତ୍‌ ଯୁଦ୍ଧ ଆରମ୍ଭ ପୂର୍ବରୁ ହର୍ମୁଜ୍‌ ଜଳପଥ ଖୋଲା ଥିଲା ଓ ସେଥିରେ କେହି ବାଧା ସୃଷ୍ଟି କରି ନ ଥିଲେ। ତେଣୁ ଟ୍ରମ୍ପ୍‌ଙ୍କ ଦାବି ଯଥାର୍ଥ ମନେ ହେଉନାହିଁ। ହର୍ମୁଜ୍‌ ଖୋଲିବା ଯୁଦ୍ଧର ଲକ୍ଷ୍ୟ ହୋଇ ନ ପାରେ। ସମ୍ଭବତଃ ଆମେରିକା ଏହି ଯୁଦ୍ଧରେ ଅଗ୍ରସର ହେବା ପୂର୍ବରୁ ନିଜର କୌଣସି ବୁଦ୍ଧି ବିବେକ ଖଟାଇ ନ ଥିଲା। ଏବେ, ଖାପ୍‌ଚରେ ପଡ଼ିଗଲା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ବୋଧହୁଏ ପୁନର୍ବିଚାର କଲେଣି। ଅପରପକ୍ଷରେ ଇରାନ୍‌ ତା’ର ଦାବିରେ ଅଟଳ ରହିଛି। ଇରାନ୍‌ କୌଣସି ଆଲୋଚନା ଆମେରିକା ସହ କରି ନ ଥିବା ପ୍ରକାଶ କରିଛି। ତତ୍‌ସହିତ ଇରାନ୍‌ ୬ଟି ସର୍ତ୍ତ ନିଜଆଡୁ ଦେଇଛି। ସେଗୁଡ଼ିକ ହେଲା-ପ୍ରଥମରେ ପୁନର୍ବାର ଯୁଦ୍ଧ ନ ହେବା ନେଇ ସୁନିଶ୍ଚିତ କରାଯିବା, ଦ୍ୱିତୀୟରେ ଉପସାଗରୀୟ ଅଞ୍ଚଳରେ ଆମେରିକୀୟ ସାମରିକ ଘାଟି ବନ୍ଦ କରିବା, ତୃତୀୟରେ ଯୁଦ୍ଧ ଯୋଗୁ ହୋଇଥିବା କ୍ଷତିକୁ ଆକ୍ରମଣକାରୀ ଭରଣା କରିବ, ଚତୁର୍ଥରେ ଆଞ୍ଚଳିକ ସ୍ତରରେ ଚାଲିଥିବା ସମସ୍ତ ଯୁଦ୍ଧ ବନ୍ଦ ଲାଗି ଆହ୍ବାନ, ପଞ୍ଚମରେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ର ପରିଚାଳନା ଲାଗି ଏକ ନୂଆ ଆଇନଗତ ବ୍ୟବସ୍ଥା ପ୍ରତିଷ୍ଠା, ଯାହା ଉପରେ ଇରାନ୍‌ର ରଣନୀତିକ ପ୍ରଭାବ ରହିବ ଏବଂ ଷଷ୍ଠରେ ଯେଉଁ ଗଣମାଧ୍ୟମ ଇରାନ୍‌ ବିରୋଧରେ ଶତ୍ରୁତାପୂର୍ଣ୍ଣ ଆଚରଣ କରି ଖବର ପ୍ରସାରଣ କରୁଥିଲେ ସେମାନଙ୍କୁ ଚିହ୍ନଟ କରି ଦଣ୍ଡିତ କରାଯାଉ। ଏଥିରୁ ବୁଝିବାକୁ ହେବ ଯେ, ଇସ୍ରାଏଲ ସହିତ ମିଶିକରି ଆମେରିକା ଆରମ୍ଭ କରିଥିବା ଯୁଦ୍ଧରେ ପରାଜୟ ସ୍ବୀକାର କରିଗଲାଣି। ଜିତାପଟ ମାରିଥିବା ଇରାନ୍‌ ଏବେ ଦାବିରେ ଅଟଳ ରହିବା ସ୍ଥିତିକୁ ଆସିଗଲାଣି। ଏହା ଆମେରିକାର ବିଶ୍ୱ ଭାବମୂର୍ତ୍ତିରେ ଏକ ବଡ଼ ଧକ୍କା ବୋଲି କହିହେବ। କାରଣ ଯୁଦ୍ଧ ପାଇଁ ଆମେରିକାର ଯୁଦ୍ଧସଚିବ ପିଟ୍‌ ହେଗ୍‌ସେଥ୍‌ ଦାୟୀ ବୋଲି ଟ୍ରମ୍ପ୍‌ ନିଜେ କହିବାକୁ ଆରମ୍ଭ କଲେଣି। ପରାଜୟ କିମ୍ବା ବିଫଳତା ବେଳେ ଅନ୍ୟମାନଙ୍କୁ ଏବଂ ଇତିହାସକୁ ଦୋଷ ଦେଇ ନିଜେ ଖସିଯିବା ହୋଇଛି ଏକବିଂଶ ଶତାବ୍ଦୀର ନେତାମାନଙ୍କ ଚରିତ୍ର। ଯେତେବେଳେ ସଫଳତା ମିଳୁଛି ସେତେବେଳେ ନିଜେ ବାହାବା ନେବାକୁ ସବୁ ନେତା ଧାଇଁ ଆସୁଛନ୍ତି। ଏଭଳି ଚିତ୍ର ବିଶ୍ୱର ଅନେକ ଦେଶରେ ଦେଖିବାକୁ ମିଳୁଛି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଶେଷ ହେଲା ବୋଲି କହିବା ଏବେ ସମ୍ଭବପର ନୁହେଁ। କିନ୍ତୁ ଏହି ସମୟରେ ପାକିସ୍ତାନର ମଧ୍ୟସ୍ଥ ଭୂମିକା ସମ୍ପର୍କରେ ଯାହା ଆଲୋଚନା ହେଉଛି ତାହା ସେହି ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଏକ ବିରାଟକାୟ ଗୁରୁତ୍ୱ ପ୍ରଦାନ କରୁଛି। ପାକିସ୍ତାନ ତୁଳନାରେ ଭାରତ ସହ ଇରାନ୍‌ର ସକାରାତ୍ମକ ସମ୍ପର୍କ ଥିଲା। ଅବଶ୍ୟ କଶ୍ମୀର ବିଷୟରେ ଆଲୋଚନା ସମୟରେ ଇରାନ୍‌ କେବେହେଲେ ଭାରତକୁ ସମର୍ଥନ କରି ନ ଥିଲା। କିନ୍ତୁ ପୃଥିବୀର ଏକମାତ୍ର ଶିୟା ମୁସଲମାନ ଦେଶ ଭାବେ ଇରାନ୍‌ ତରଫରୁ ଭାରତକୁ ଅନେକ ତୈଳଜନିତ ବ୍ୟବସାୟିକ ସୁବିଧା ମିଳିଆସୁଥିଲା। ଯୁଦ୍ଧର ଆରମ୍ଭ ବେଳେ ଭାରତର ଇସ୍ରାଏଲ୍‌ ସହ ବନ୍ଧୁତ୍ୱ ଗଢ଼ିଉଠିବା ଆଜି ଭାରତ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଆଜିର ପୃଥିବୀରେ ଯଦି କେହି ଭାବୁଥାଆନ୍ତି ଯେ ଭାରତ ଏକ ଶାନ୍ତିପ୍ରିୟ ଦେଶ ଏବଂ ଶାନ୍ତିରେ ରହିବାକୁ ହେଲେ କାହାରି ସହିତ ଜଡ଼ିତ ହେବ ନାହିଁ, ତେବେ ସେହି ଚିନ୍ତାଧାରା ପ୍ରଥମେ ଇସ୍ରାଏଲ୍‌ ସହିତ ବନ୍ଧୁତ୍ୱ ସୁଦୃଢ଼ କରିବା ପୂର୍ବରୁ ଭାବିବା ଉଚିତ ଥିଲା। ଭାରତୀୟମାନେ ବୁଝିବା ଦରକାର ଯେ ଏହି ଦେଶର ବୈଦେଶିକ ନୀତି କୌଣସି ଦିଗରୁ ନିରପେକ୍ଷ ରହିଲା ନାହିଁ। ତେଣୁ ଆଜିର ମଧ୍ୟପ୍ରାଚ୍ୟ ପରିସ୍ଥିତିରେ ଭାରତର ଭୂମିକା ସମ୍ପୂର୍ଣ୍ଣ ଭାବେ ଗୌଣ କିମ୍ବା କିଛି ନାହିଁ ବୋଲି କହିହେବ। ଏଭଳି ପରିସ୍ଥିତିରେ ଭାରତ ପଡ଼ିବା ପାଇଁ ଖୋଦ୍‌ ଭାରତର ଏବକାର ନୀତି ନିର୍ଣ୍ଣୟକାରୀ ବ୍ୟବସ୍ଥା ଦାୟୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

୨୦୨୭ ଲଢେଇ ଜିତିବାକୁ ଭାଜପାର ବଡ଼ ପ୍ଲାନ: ଟାର୍ଗେଟ୍‌ରେ Gen G-Gen Z

ନୂଆଦିଲ୍ଲୀ,୨୨।୮: ନୂତନ ଜାତୀୟ ଟିମ୍‌ ଘୋଷଣା ପରେ ଭାଜପା ନେତା ନୀତିନ ନବୀନ ଶନିବାର ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀରେ ଥିବା ଭାଜପା ମୁଖ୍ୟାଳୟରେ…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri