Odisha Elections 2024

ଅଧ୍ୟକ୍ଷା, ଉପାଧ୍ୟକ୍ଷା ପଦବୀରେ ଦୁଇ ମହିଳା

ବ୍ରହ୍ମପୁର ଅଫିସ,୪ା୭-ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ ସରିଛି। ଖଲ୍ଲିକୋଟ ବ୍ଲକର ଜୋନ ନଂ.୧୧ରୁ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିରୁ ନିର୍ବାଚିତ ସଦସ୍ୟା ସୋନମ ପଲେଇ ନିଦ୍ୱନ୍ଦ୍ୱରେ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି।
ଅନ୍ୟପକ୍ଷରେ ଜିଲା ପରିଷଦ ଇତିହାସରେ ଦୁଇ ମହିଳା ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ହେବା ଦ୍ୱିତୀୟ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଅତୀତରେ ଜିଲା ବୋର୍ଡ ଥିଲା। ବହୁ ବର୍ଷ ପରେ ୧୯୯୭ରେ ଜିଲା ପରିଷଦ ନିର୍ବାଚନ ହୋଇଥିଲା। ସମୁଦାୟ ୬୯ ଜୋନରେ ତତ୍କାଳୀନ ଜନତା ଦଳ, କଂଗ୍ରେସ, ଭାଜପା ଓ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ପରିଷଦ ସଭ୍ୟା, ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ସଂଖ୍ୟା ଗରିଷ୍ଠ ଥିବା କଂଗ୍ରେସରେ ଗୋଷ୍ଠୀ କନ୍ଦଳ ହେବାରୁ ସେତେବେଳେ ଜନତା ଦଳ, ଭାଜପା ଓ କମ୍ୟୁନିଷ୍ଟ ଏକାଠି ହୋଇଥିଲେ।
ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ରାଜ୍ୟ ସଭା ସଦସ୍ୟ ହେବା ପୂର୍ବରୁ ରେଣୁବାଳା ପ୍ରଧାନ ପରିଷଦର ଅଧ୍ୟକ୍ଷା ଏବଂ ମେଣ୍ଟ ଧର୍ମ ପ୍ରକାରେ ଭାଜପାରୁ ନିର୍ବାଚିତ ସ୍ବର୍ଗୀୟା ଧରାକୋଟ ରାଣୀ ଶାନ୍ତି ଦେବୀ ଉପାଧ୍ୟକ୍ଷା ହୋଇଥିଲେ। ଦୁଇ ମହିଳା ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ହେବା ଏହା ପ୍ରଥମ। ଅନ୍ୟପକ୍ଷରେ ଗଞ୍ଜାମରେ ଦୁଇ ଲୋକ ସଭା କ୍ଷେତ୍ର ଥିବାରୁ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭରୁ ଭାଗବଣ୍ଟା ନୀତି ପ୍ରଚଳିତ ହେଉଛି। ବ୍ରହ୍ମପୁର କ୍ଷେତ୍ରରୁ ଅଧ୍ୟକ୍ଷ ହେଲେ ଆସିକା କ୍ଷେତ୍ରରୁ ହେଉଥିଲେ ଉପାଧ୍ୟକ୍ଷା। ଏହା ୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ବଳବତ୍ତର ଥିଲା। ଗତ ନିର୍ବାଚନରେ ବ୍ରହ୍ମପୁର କ୍ଷେତ୍ରର ଛତ୍ରପୁର ବ୍ଲକ ୧୯ନଂ ଜୋନରୁ ସଦସ୍ୟ ନିର୍ବାଚିତ ହୋଇଥିବା ବିଜେଡିର ସୁବାସ ଚନ୍ଦ୍ର ବେହେରା ଅଧ୍ୟକ୍ଷ ହୋଇଥିବା ବେଳେ ଆସିକା ଲୋକ ସଭା କ୍ଷେତ୍ରର ପୁରୁଷୋତ୍ତମପୁର ବ୍ଲକର ଜୋନ ନଂ. ୩୬ରୁ ଜିତିଥିବା ସ୍ନେହଲତା ପଣ୍ଡା ଉପାଧ୍ୟକ୍ଷା ହୋଇଛନ୍ତି।
ସୁବାସ ଛତ୍ରପୁର ବିଧାୟକ ନିର୍ବାଚିତ ହେବାରୁ ଅଧ୍ୟକ୍ଷ ଓ ୧୯ନଂ ଜୋନ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ।
ତେଣୁ ଅଧ୍ୟକ୍ଷ ପଦ ପାଇଁ ଉପ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦ ପୁରୁଷଙ୍କ ପାଇଁ ଉର୍ଦ୍ଦିିଷ୍ଟ ଥିବାରୁ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଶେଷ ମୁହୂର୍ତ୍ତରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳି ସୋନମ ପଲେଇଙ୍କୁ ମନୋନୀତ କରିବାରୁ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଆସିକା ଲୋକ ସଭା କ୍ଷେତ୍ରରୁ ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ହୋଇଥିବାରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପ୍ରତି ଅଣଦେଖା ପ୍ରଥମଥର କରାଯାଇଛି। ଖୋଲାଖୋଲି କୁହାଯାଉ ନ ଥିଲେ ମଧ୍ୟ ବ୍ରହ୍ମପୁର କ୍ଷେତ୍ରରୁ ପରିଷଦକୁ ନିର୍ବାଚିତ ବିଜେଡି ସଦସ୍ୟା ଓ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଆସିକା ସଂସଦୀୟ କ୍ଷେତ୍ରକୁ ବିଜେଡି ସଭାପତି ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଗ୍ରାମାଞ୍ଚଳର ଜଣେ ମହିଳା ପ୍ରମିଳା ବିଷୋୟୀଙ୍କୁ ଏମ୍‌ପି କରାଯାଇଥିବା ବେଳେ କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଆସିକାରୁ ମଞ୍ଜୁଳା ସ୍ବାଇଁ ଓ ଖଲ୍ଲିିକୋଟ ନିର୍ବାଚନ ମଣ୍ଡଳୀରୁ ସୂର୍ଯ୍ୟମଣି ବୈଦ୍ୟ ଏହି ୩ ମହିଳା ବିଧାୟିକା ହୋଇଛନ୍ତି।
ଏବେ ପୁଣି ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳର ଦୁଇ ମହିଳା ଜିଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ହୋଇଛନ୍ତି। ୨୦୧୩ ପୌର ନିର୍ବାଚନରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି)ରେ ଦୁଇ ମହିଳା ମେୟର ଓ ଡେପୁଟି ମେୟର ହୋଇଥିଲେ। ବ୍ରହ୍ମପୁର ପୌର ସଂସ୍ଥା ଇତିହାସରେ ମଧ୍ୟ ଏହା ପ୍ରଥମ ଘଟଣା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହିଦିନ ଗଞ୍ଜାମ ଜିଲାରେ ଆସିକା ଲୋକ...

ଡଙ୍ଗା ତିଆରି କରୁଥିବା ସମୟରେ ଲାଗିଲା କରେଣ୍ଟ, ମତ୍ସ୍ୟଜୀବୀଙ୍କ ଜୀବନ ଗଲା

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଚିଲିକା କୂଳରେ ଡଙ୍ଗା ତିଆରି କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତ ଲାଗି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ,...

ଗଞ୍ଜାମରେ ବଢୁଛି ନିର୍ବାଚନୀ ହିଂସା, ଅଧିକ ପୋଲିସ ଫୋର୍ସ ମୁତୟନ

ଛତ୍ରପୁର,୧୮ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ବଢୁଛି ନିର୍ବାଚନୀ ହିଂସା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଆସିକା ଲୋକ ସଭା ଅଧୀନ ୭ ବିଧାନସଭା...

ଶେଷଦିନରେ ଦୁଇ ଦଳର ପ୍ରଚାର ଜୋର୍‌ଦାର

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସିରେ ପ୍ରଚାର ଶେଷଦିନରେ ଦୁଇଦଳର ଜୋର୍‌ଦାର ପ୍ରଚାର ଚାଲିଛି। ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ପ୍ରଚାର...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri