ଏହି ଗୀତ ଶୁଣି ରାତିରେ ଶୋଇ ପାରୁନାହାନ୍ତି ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ସେ ନୂଆ ନୂଆ ଟ୍ରେଣ୍ଡ୍‌କୁ ଫଲୋ ବି କରନ୍ତି। ଯଦି କିଛି ହାସ୍ୟ ରସାତ୍ମକ ପୋଷ୍ଟ ଦେଖନ୍ତି, ତେବେ ଶେୟାର କରିବାକୁ ଆଦୌ ଭୁଲନ୍ତି ନାହିଁ। ଏବେ ଅନୁଷ୍କାଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି। ଯେଉଁ ପୋଷ୍ଟ କି ‘ ଜାନେ ମେରୀ ଜାନେମନ, ବଚପନ କା ପ୍ୟାର’। ଏହି ପୋଷ୍ଟ ଜରିଆରେ ସେ କହିଛନ୍ତି, ପିଲାଦିର ପ୍ରେମ ସେ ମୁଣ୍ଡରୁ ବାହାର କରିପାରୁନାହାନ୍ତି।

ରାତିଦିନ ଅନୁଷ୍କା ସହଦେବ ଦିର୍ଦୋ ନାମକଙ୍କ ଜଣେ କୁନି ବାଳକଙ୍କ ଗୀତକୁ ଗୁଣୁଗୁଣଉଛନ୍ତି। ସହଦେବଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ କିଛିଦିନ ଧରି ଭାଇରାଲ ହେଉଛି। ସହଦେବ ‘ ମେରେ ବଚପନ କା ପ୍ୟାର୍‌’ ଗୀତକୁ ଗାଇଥିଲେ। ସୋସିଆଲ ମିଡିଆରେ ଏହି ଗୀତ ଯିଏ ଶୁଣିଲା ସେ ଗାଇଲା। ଅନୁଷ୍କା ମଧ୍ୟ ଏହି ଗୀତକୁ ଖୁବ୍‌ ପସନ୍ଦ କରିଛନ୍ତି। ଖାଲି ପସନ୍ଦ ନୁହେଁ, ଗୀତଟିକୁ ସେ ତାଙ୍କ ସୋସିଆଲ ମିଡିଆରେ ଶେୟାର ବି କରିଛନ୍ତି। ଅନୁଷ୍କା ଏହି ଗୀତ ଶୁଣି ରାତିରେ ଶୋଉନାହାନ୍ତି। ଯେତେବେଳେ ବି ଟାଇମ୍‌ ପାଉଛନ୍ତି ଗୀତଟିକୁ ଗୁଣୁଗୁଣାଉଛନ୍ତି।

ଅନୁଷ୍କା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିବା ସହ ହସୁଥିବା ଇମୋଜି ଦେଇଛନ୍ତି। ତାଙ୍କର ଏହି ପୋଷ୍ଟ ଖୁବ୍‌ ଭାଇରାଲ ହେଉଛି।

କହିରଖୁଛୁ, ସହଦେବଙ୍କ ସ୍କୁଲ ଶିକ୍ଷକ ୨୦୧୯ରେ ଏହି ଭିଡିଓଟିକୁ ରେକର୍ଡିଂ କରିଥିଲେ। ଏଥିରେ ସହଦେବ ‘ବଚପନ କା ପ୍ୟାର’ ଗୀତ ଗାଉଥିବା ନଜର ଆସିଥିଲେ। ସହଦେବଙ୍କ ସ୍କୁଲ ସ୍ବରରେ ଏହି ଗୀତ ଗାଇଥିଲେ। ଏହା ଶୁଣି ପାଖରେ ଥିବା ଅନ୍ୟମାନେ ପ୍ରବଳ ହସିଥିଲେ। ଏହା ପରେ ଭିଡିଓଟି ଭାଇରାଲ ହୋଇଥିଲା। ରାପର ବାଦ୍‌ଶାହ ଏହି ଗୀତର ରିମିକ୍ସ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାଲିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ

ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ...

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri