Posted inଖେଳ

ବିରାଟ-ରୋହିତଙ୍କ ପରେ କେବଳ ଏହି କ୍ରିକେଟର ହେଉଛନ୍ତି ‘କମ୍ପ୍ଲିଟ୍‌ ବ୍ୟାଟ୍ସମ୍ୟାନ୍‌’: ହରଭଜନ

ନୂଆଦିଲ୍ଲୀ,୨୮।୭: ଶ୍ରୀଲଙ୍କା ଗସ୍ତରେ ଅନେକ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହିପରି ଖେଳାଳି ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ନିଜର ଏକଦିବସୀୟ ସିରିଜରେ ସୂର୍ଯ୍ୟକୁମାର ୩ ମ୍ୟାଚ୍‌ ଖେଳି ୧୨୪ ରନ୍‌ ସ୍କୋର କରିଥିଲେ। ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ଭାବେ ଚୟନ କରାଯାଇଥିଲା। ନିକଟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ବୁଧବାର ଦ୍ୱିତୀୟ ଟି୨୦ ଖେଳାଯିବ। ଏହାପୂର୍ବରୁ ଭାରତର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ସୂର୍ଯ୍ୟକୁମାରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ହରଭଜନ ସୂର୍ଯ୍ୟକୁମାରଙ୍କୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ସହ ତୁଳନା କରିଛନ୍ତି। କୋହଲି ଓ ରୋହିତଙ୍କ ପରେ ସୂର୍ଯ୍ୟକୁମାର ଜଣେ ସମ୍ପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍‌ ବୋଲି ସେ କହିଛନ୍ତି।

ସ୍ପୋଟ୍ସ ଟକ୍‌ ସହ ଏକ ସାକ୍ଷାତକାରରେ ହରଭଜନ କହିଛନ୍ତି, ମୁଁ ବହୁ ବର୍ଷ ଧରି ସୂର୍ଯ୍ୟକୁମାରଙ୍କୁ ଅନୁସରଣ କରିଛି। ଯେତେବେଳେ ମୁଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିଲିସେ ଜଣେ ଯୁବ କ୍ରିକେଟର ଥିଲେ। କିନ୍ତୁ ଆଜିର ସମୟରେ ସେ ବିରାଟ ଓ ରୋହିତଙ୍କ ପରେ ବ୍ୟାଟିଂ କ୍ଷେତ୍ରରେ ସବୁଠାରୁ ସମ୍ପୂର୍ଣ୍ଣ ଖେଳାଳି। ବିଗତ ବର୍ଷରେ ସୂର୍ଯ୍ୟକୁମାରଙ୍କୁ ଜଣେ ଖେଳାଳି ଭାବେ ଉପରକୁ ଉଠିବା ଦେଖିଛି। ସେ ଜଣେ ଅସାଧାରଣ ବ୍ୟାଟ୍ସମ୍ୟାନ୍‌ ଯିଏ ଦ୍ରୁତ ବୋଲିଂକୁ ଖେଳିପାରନ୍ତି। ସ୍ପିନ ଖେଳିବାକୁ ତାଙ୍କ ପାଖରେ ବହୁତ ସମୟ ଅଛି। ସେ ବିଶ୍ୱକପ୍‌ ଟିମ୍‌ ହେଉ ଅଥବା ଦିନିକିଆ କିମ୍ବା ଟି-୨୦, ବର୍ତ୍ତମାନ ସମୟରେ ଭାରତୀୟ ଦଳରେ ସୂର୍ଯ୍ୟକୁମାରଙ୍କ ଭଳି କ୍ରିକେଟର ରହିବା ଆବଶ୍ୟକ ବୋଲି ହରଭଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri