ଏଇ ଭାରତରେ

ନିଜର ଡ୍ୟୁଟି ସମ୍ପାଦନ କରିବା ସହ ବଳକା ସମୟରେ ସାଲାଡ ବିକ୍ରି କରି ମାସକୁ ୧.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ପୁଣେର ମେଘା ବଫନ୍ନା। କେବଳ ଏତିକି ନୁହେଁ, ସେ ଏହି ବ୍ୟବସାୟରେ ୩୦ ଜଣ ମହିଳାଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ସାଲାଡ ପ୍ରସ୍ତୁତି ଠାରୁ ଆରମ୍ଭ କରି ଲୋକଙ୍କ ପାଖରେ ପହଞ୍ଚାଇବା କାର୍ଯ୍ୟ ଏମାନେ କରୁଛନ୍ତି। ମେଘା ‘କିପ୍‌ ଗୁଡ୍‌ ଶେଫ’ଷ୍ଟାର୍ଟଅପ୍‌ ମାଧ୍ୟମରେ ସାଲାଡ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦେଉଛନ୍ତି। ଏହି କାର୍ଯ୍ୟ ଆରମ୍ଭ କରିବା ସମୟରେ ସେ ୩,୫୦୦ ଟଙ୍କା ବିନିଯୋଗ କରିଥିଲେ। ମେଘା ୧୫ ବର୍ଷ ହେବ ଏକ ରିୟଲ ଇଷ୍ଟେଟ କମ୍ପାନୀରେ କାମ କରୁଛନ୍ତି। ସେ ସକାଳ ୪ଟାରେ ଉଠି ସାଲାଡ ପାଇଁ କାମ ଆରମ୍ଭ କରିଦିଅନ୍ତି। କିଛି ଶସ୍ୟ ଭିଜାଇବା ପରେ ମାର୍କେଟରୁ ତଟକା ପରିବା ଆଣନ୍ତି ଓ ତାହାକୁ କାଟି ସାଲାଡ ପ୍ରସ୍ତୁତ କରନ୍ତି। ୬ ପ୍ରକାର ସାଲାଡରୁ ପ୍ରଥମେ ସେ ତାଙ୍କ ବ୍ୟବସାୟ ଆରମ୍ଭ କରିଥିଲେ ଓ ଏବେ ୨୭ ପ୍ରକାର ସାଲାଡ ତିଆରି କରୁଛନ୍ତି। ପ୍ରତି ସପ୍ତାହରେ ମେନ୍ୟୁ ପରିବର୍ତ୍ତନ କରାଯାଉଛିି। ଅର୍ଡର ମୁତାବକ ଲୋକଙ୍କ ଘରେ ସାଲାଡ ପହଞ୍ଚାଇବାର ବ୍ୟବସ୍ଥା କରି ତାଙ୍କ ଡ୍ୟୁଟିକୁ ବାହାରି ଯାଆନ୍ତି। ୪ ବର୍ଷ ଧରି ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ସାଲାଡ ପ୍ୟାକେଜିଂ ପାଇଁ ସେ ପୁନଃ ଉପଯୋଗ ଯୋଗ୍ୟ ପ୍ଲାଷ୍ଟିକ ପ୍ୟାକେଟ ବ୍ୟବହାର କରୁଛନ୍ତି। ଏହି ସେବାକୁ ସେ ମୁମ୍ବାଇରେ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri