Posted inଖେଳ

ଭାରତୀୟ ମହିଳା ଫୁଟ୍‌ବଲ କୋଚ୍‌ ପଦ ଛାଡ଼ିଲେ ମେମୋଲ

ନୂଆଦିଲ୍ଲୀ, ୨୧।୭(ପି.ଟି.)- ମେମୋଲ ରକି ଭାରତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ପଦ ଛାଡ଼ିଛନ୍ତି। ଗତ ୪ ବର୍ଷ ଧରି ଜାତୀୟ ଦଳ ଦାୟିତ୍ୱରେ ଥିବା ମେମୋଲ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଛନ୍ତି। ପୂର୍ବରୁ ସହକାରୀ କୋଚ୍‌ ଥିବା ରକି ୨୦୧୭ରୁ ଦଳର ମୁଖ୍ୟ କୋଚ୍‌ ପଦରେ ରହିଥିଲେ। ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ପାଇଥିଲା। ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ସେ ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଧନ୍ୟବାଦ ଜଣାଇଛନ୍ତି। ”ଗତ କିଛିବର୍ଷ ଧରି ଦଳର ଅଗ୍ରଗତିରେ ମୁଁ ବହୁତ ଖୁସି। ଆମକୁ ମିଳିଥିବା ସୁବିଧା ସୁଯୋଗ ବହୁତ ବଢ଼ିଆ ଥିଲା। ଏଆଇଏଫ୍‌ଏଫ୍‌, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଓଡ଼ିଶା ସରକାରଙ୍କ ସମର୍ଥନ ଆମ ସଫଳତାର ଅନ୍ୟତମ କାରଣ“ ବୋଲି ରକି କହିଛନ୍ତି। ମେମୋଲ ବ୍ୟକ୍ତିଗତ କାରଣ ଦର୍ଶାଇ ମୁଖ୍ୟ କୋଚ୍‌ ପଦ ବଜାୟ ରଖିବାନେଇ ଅସାମର୍ଥ୍ୟ ପ୍ରକାଶ କରିଥିବା ଏଆଇଏଫ୍‌ଏଫ୍‌ ସମ୍ପାଦକ କୁଶାଲ ଦାସ ସ୍ପଷ୍ଟ କରିଛନ୍ତି। ଆମେ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛୁ ଏବଂ ଭାରତୀୟ ଫୁଟ୍‌ବଲ ପ୍ରତି ତାଙ୍କ ଅବଦାନ ପାଇଁ ଧନ୍ୟବାଦ ଜଣାଉଛୁ ବୋଲି କୁଶାଲ କହିଛନ୍ତି।
ଭାରତର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ରକିଙ୍କ କାର୍ଯ୍ୟକାଳ ଅବସରରେ ଦଳଗତ ଭିତ୍ତିରେ ଭାରତର ପ୍ରଦର୍ଶନ ଭଲ ରହିଥିଲା। ୨୦୧୮ ନଭେମ୍ବରରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରଥମଥର ପାଇଁ ଅଲିମ୍ପିକ୍‌ କ୍ୱାଲିଫାୟର୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲା। ୨୦୧୯ରେ ଭାରତ ସାଫ୍‌ ମହିଳା ଫୁଟବଲ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲା। ନେପାଳ ସାଉଥ୍‌ ଏସିଆନ ଗେମ୍ସରେ ଦଳ ସ୍ବର୍ଣ୍ଣ ପଦକ ପାଇଥିଲା। ଭାରତ ପ୍ରଥମଥର ପାଇଁ ଆସନ୍ତାବର୍ଷ ଏଏଫ୍‌ସି ମହିଳା ଏସିଆନ କପ୍‌ ଆୟୋଜନ କରୁଥିବାରୁ ଜାତୀୟ ଦଳକୁ ରକି ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri