Posted inଖେଳ

୧୫୦ ରନ୍‌ର ଅପରାଜିତ ଇନିଂସ ଖେଳିଲେ ଏହି କ୍ରିକେଟର୍‌: ମାତ୍ର ୫ ରନ୍‌ ପାଇଁ ବିଶ୍ୱରେକର୍ଡରୁ ବଞ୍ଚିତ

ହରାରେ,୯।୭: ଜିମ୍ବାୱେ ବନାମ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚରେ ବାଂଲାଦେଶ ସ୍ଥିତି ଦୃଢ ରହିଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବାଂଲାଦେଶର ତାରକା ଅଲରାଉଣ୍ଡର ମହମୁଦୁଲ୍ଲା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବୋତ୍ତମ ଇନିଂସ ଖେଳି ଅପରାଜିତ ୧୫୦ ସ୍କୋର କରିଥିଲେ। ସେ ନବମ ଉଇକେଟ ପାଇଁ ଟାସ୍କିନ ଅହମ୍ମଦଙ୍କ ସହ ୧୯୧ ରନର ଭାଗିଦାରୀ କରିଥିଲେ। ଏହି କାରଣରୁ ବାଂଲାଦେଶ ପ୍ରଥମ ଇନିଂସରେ ୪୬୮ ରନ ସ୍କୋର କରିବାରେ ସଫଳ ହୋଇଥିଲା। ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ଜିମ୍ବାୱେ ଦଳ ଗୋଟିଏ ଉଇକେଟ ହରାଇ ୧୧୪ ରନ ସଂଗ୍ରହ କରିଛି। ପ୍ରଥମ ଇନିଂସ ଆଧାରରେ ଜିମ୍ବାଓ୍ବେ ୩୫୪ ରନ ପଛରେ ଅଛି।
ଟେଷ୍ଟ କ୍ରିକେଟରେ ୯ମ ଉଇକେଟ ପାଇଁ ସର୍ବାଧିକ ଭାଗିଦାରୀ ପାଇଁ ରେକର୍ଡ ସୃଷ୍ଟି କରିବାକୁ ମହମୁଦୁଲ୍ଲା ଏବଂ ଅହମ୍ମଦ ମାତ୍ର ୫ ରନ୍‌ରୁ ବଞ୍ଚିତ ହୋଇଥିଲେ। ଏହି ରେକର୍ଡ ଦକ୍ଷିଣ ଆଫ୍ରିକୀୟ ଉଇକେଟ୍‌କିପର ମାର୍କ ବାଉଚର୍‌ ଏବଂ ପ୍ୟାଟ ସିମକ୍ସଙ୍କ ନାଁରେ ରହିଛି। ୧୯୯୮ରେ ପାକିସ୍ତାନ ବିପକ୍ଷରେ ୯ମ ଉଇକେଟ ପାଇଁ ଦୁହେଁ ୧୯୫ ରନ ଯୋଡିଥିଲେ। ତେବେ ମହମୁଦୁଲ୍ଲା ନିଜର ରେକର୍ଡ ଭାଙ୍ଗିଛନ୍ତି। ଏହାପୂର୍ବରୁ ୨୦୧୨ମସିହାରେ, ୱେଷ୍ଟଇଣ୍ଡିଜ ବିପକ୍ଷ ଖୁଲନା ଟେଷ୍ଟରେ ୯ମ ଉଇକେଟ ପାଇଁ ଅବୁଲ ହାସନଙ୍କ ସହ ମିଶି ମହମୁଦୁଲ୍ଲା ୧୮୪ ରନ ଭାଗିଦାରୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri