Posted inଖେଳ

ରୋହିତଙ୍କ କୀର୍ତ୍ତିମାନ

ବର୍ମିଂହାମ, ୩।୭ (ପି.ଟି.)-ଭାରତୀୟ ତାରକା ଓପନର ରୋହିତ ଶର୍ମା ମଙ୍ଗଳବାର ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ ଖେଳିବା ଅବସରରେ ଏକାଧିକ କୀର୍ତ୍ତିମାନ ହାସଲ କରିଛନ୍ତି। ୯୨ ବଲରୁ ୭ ଚୌକା ଓ ୫ ଛକା ସହାୟତାରେ ୧୦୪ ରନର ଶତକୀୟ ଇନିଂସ ଖେଳିଥିଲେ ରୋହିତ। ଚଳିତ ବିଶ୍ୱକପ୍‌ରେ ଏହାଥିଲା ତାଙ୍କର ଚତୁର୍ଥ ଶତକ। ଏଥିସହିତ ସେ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟ୍ସମ୍ୟାନ କୁମାର ସାଙ୍ଗକାରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସେ ଗୋଟିଏ ବିଶ୍ୱକପ୍‌ରେ ସର୍ବାଧିକ ୪ଟି ଶତକ ଅର୍ଜନ କରିଛନ୍ତି। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୦୩ ବିଶ୍ୱକପ୍‌ରେ ୩ଟି ଶତକ ହାସଲ କରିଥିଲେ। ସେ କ୍ୟାରିୟରରେ ୨୬ତମ ଦିନିକିଆ ଶତକ ଅର୍ଜନ କରିବା ସହିତ ମୋଟ ଉପରେ ୫୪୪ ରନ ସଂଗହ କରି ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି। ସେ ଏହି କ୍ରମରେ ଅଷ୍ଟ୍ରେଲିଆ ତାରକା ଓପନର ଡେଭିଡ ଓ୍ବାର୍ନରଙ୍କୁ (୫୧୬)ଙ୍କୁ ପଛରେ ପକାଇଛନ୍ତି। ସୌଭାଗ୍ୟବଶତଃ ୯ ରନ କରିଥିବାବେଳେ ଜୀବନଦାନ ପାଇଥିବା ରୋହିତ ଏହାର ପୂରାପୁରି ଫାଇଦା ଉଠାଇଥିଲେ। ଶତକ ହାସଲ କରିବାପରେ ସେ ସୌମ୍ୟ ସରକାରଙ୍କ ବଲ୍‌କୁ ଏକ୍ସଟ୍ରା କଭର ଉପରେ ମାରବାକୁ ଯାଇ ଲିଟନ ଦାସଙ୍କ ହାତରେ ଧରା ପଡି ପ୍ୟାଭିଲିୟନ ଫେରିଥିଲେ। ବିଶ୍ୱକପ୍‌ ଇତିହାସରେ ରୋହିତ ଓ ଲୋକେଶ ରାହୁଲ ଓପନିଂ ଯୋଡିରେ ୧୮୦ ରନ କରି ଭାରତୀୟ ଦୃଷ୍ଟିକୋଣରୁ ସର୍ବାଧିକ ପାର୍ଟନଶିପ୍‌ କରି ରେକର୍ଡ କରିଛନ୍ତି।
କ୍ରମାଗତ ଶତକ ହାସଲ କରି ୩୨ ବର୍ଷୀୟ ରୋହିତ ଶର୍ମା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ବିଶ୍ୱକପ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ପୂର୍ବରୁ ସଚିନ ୧୯୯୬ ଓ ୨୦୦୩ ବଶ୍ୱକପ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ। ମୋଟ ଉପରେ ରୋହିତ ପଞ୍ଚମ ବିଶ୍ୱକପ୍‌ ଶତକ ଅର୍ଜନ କରିଛନ୍ତି। ପୂର୍ବରୁ ୨୦୧୫ରେ ସେ ଗୋଟିଏ ଶତକ ହାସଲ କରିଥିଲେ। ଗତ ୭ଟି ମ୍ୟାଚ୍‌ରେ ୪ଟି ଶତକ ହାସଲ କରି ରୋହିତ ଜବରଦସ୍ତ ଫର୍ମରେ ଥିବା ସୂଚନା ଦେଇଛନ୍ତି। ପ୍ରଥମ ମ୍ୟାଚ୍‌ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୨ ରନର ଶତକୀୟ ଇନିଂସ ଖେଳିଥିଲେ। ଏହାପରେ ପାକିସ୍ତାନ ବିପକ୍ଷରେ ୧୪୦, ଗତ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ୧୦୨ ରନ କରିଥିଲେ। ରୋହିତ ଓ ସାଙ୍ଗକାରା ଗୋଟିଏ ବିଶ୍ୱକପ୍‌ରେ ୪ଟି ଲେଖାଏ ଶତକ ହାସଲକରି ଥିବାବେଳେ ଅଷ୍ଟ୍ରେଲିଆର ମାର୍କ ଓ୍ବ (୧୯୯୬), ଭାରତ ସୌରଭ ଗାଙ୍ଗୁଲି (୨୦୦୩) ଓ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ (୨୦୦୭) ଗୋଟିଏ ବିଶ୍ୱକପ୍‌ରେ ୩ଟି ଲେଖାଏ ଶତକ ହାସଲ କରିଥିଲେ। ଚଳିତ ବିଶ୍ୱକପ୍‌ରେ ରୋହିତ ଓ ଓ୍ବାର୍ନରଙ୍କୁ ବାଦ୍‌ ଦେଲେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ମଧ୍ୟ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ସେ ୫୦୪ ରନ କରି ସର୍ବାଧିକ ରନ ସ୍କୋରର ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।
ଭାରତୀୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ରୋହିତଙ୍କୁ ବାଦ୍‌ ଦେଲେ ସଚିନ ୩ଥର ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି। ସଚିନ ପୂର୍ବରୁ ୨୦୦୩ ବିଶ୍ୱକପ୍‌ରେ ୬୭୩, ୧୯୯୬ ବିଶ୍ୱକପ୍‌ରେ ୫୨୩ ଓ ୨୦୧୧ ବିଶ୍ୱକପ୍‌ରେ ସର୍ବାଧିକ ୪୮୨ ରନ ସଂଗ୍ରହ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ରୋହିତ ୭ ଇନିଂସରୁ ୯୦.୬୭ ହାରରେ, ୯୬.୯୭ ଷ୍ଟ୍ରାଇକରେଟରେ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri