ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ଭିଡ଼, ଭିତରକାଠ ନିକଟରେ ମହିଳାଙ୍କୁ ମାଡ଼ ଅଭିଯୋଗ

ପୁରୀ ଅଫିସ,୨ା୭: ୧୪ଦିନର ଅଣସର ବିଧି ପରେ ମଙ୍ଗଳବାର ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ଦରୁଦିଅଁ। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ରୂପ ଦର୍ଶନ କରି କୃତାର୍ଥ ହୋଇଛନ୍ତି। ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ଭିଡ଼ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ସମୟ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ବୁଧବାର ରଥଖଳାରୁ ତିନିରଥଙ୍କୁ ସିଂହଦ୍ୱାରକୁ ନିଆଯିବ। ଗୁରୁବାର ରଥରେ ବସି ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ। ଅନ୍ୟପକ୍ଷରେ ମଙ୍ଗଳବାର ସାହାଣମେଲା ଦର୍ଶନ ବେଳେ ଭିତରକାଠ ପାଖରେ ଜଣେ ମହିଳାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସୋମବାର ଘଣାଲାଗି ନୀତି ସମ୍ପନ୍ନ ହୋଇଥିଲା। ମଙ୍ଗଳବାର ଅପରାହ୍ନ ୧ଟା ୨୫ରେ ବନକଲାଗି ନୀତି ବଢିବା ପରେ ନେତ୍ରୋତ୍ସବ ନୀତି ଆରମ୍ଭ ହୋଇଥିଲା। ସାଢେ ୧ଟାରେ ଚକା ଅପସର କରାଯାଇଥିଲା। ପଟିଦିଅଁଙ୍କ ପାଖରେ ୧ଟା ୫୦ରେ ମଙ୍ଗଳ ଆଳତି ହୋଇ ଅବକାଶ ନୀତି ବଢିବା ପରେ ପଟିଦିଅଁ ମଣ୍ଡଳୀ ଘରକୁ ବିଜେ ହୋଇଥିଲେ। ଅନ୍ୟ ଠାକୁରମାନେ ଦକ୍ଷିଣୀଘରକୁ ବିଜେ କରିଥିଲେ। ଅପରାହ୍ନ ୨ଟାରେ ଅଣସର ତାଟି ଫିଟିବାକୁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ଅଧଘଣ୍ଟାଏ ବିଳମ୍ବ ହୋଇଥିଲା। ପରିମାଣିକ ଦର୍ଶନ ଅପରାହ୍ନ ୨ଟା ୪୫ରେ ଆରମ୍ଭ ହୋଇ ୩.୪୫ ପର୍ଯ୍ୟନ୍ତ ଚାଲିଥିଲା। ପରିମାଣିକ ଟିକେଟଧାରୀ ଦକ୍ଷିଣ ଦ୍ୱାର, ସାତପାହଚ, ଜୟବିଜୟ ଦ୍ୱାର ଦେଇ ଭିତରକାଠ ପାଖରେ ଦର୍ଶନ କରିଥିଲେ। ୩.୪୫ରେ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଏହି ଦର୍ଶନ ସମୟକୁ ୧୫ମିନିଟ୍‌ ବୃଦ୍ଧି କରାଯାଇଥିଲା। ଭକ୍ତମାନେ ଭିତରକାଠରୁ ଠାକୁରଙ୍କୁ ଦର୍ଶନ କରିଥିଲେ। ତେବେ ଏହି ସମୟରେ ଭିତରକାଠ ନିକଟରେ ଜଣେ ମହିଳାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲାର ରାଜଲକ୍ଷ୍ମୀ ପଣ୍ଡା ଦର୍ଶନ କରୁଥିବା ସମୟରେ ଜଣେ ପୋଲିସ କର୍ମଚାରୀ ଚାଲ ଚାଲ କହି ତାଙ୍କୁ ମାଡ଼ ମାରିଥିଲେ। ଫଳରେ ତାଙ୍କ ଡାହାଣ ଆଖି ପତା ଉପରେ ଆଘାତ ଲାଗିଛି। ଏ ନେଇ ସେ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri