Posted inଖେଳ

ଏକଦା ରାଗରେ ବ୍ୟାଟ୍‌ ଉଠାଇ ଅଷ୍ଟ୍ରେଲିୟ ବୋଲର୍‌ଙ୍କୁ ଧମକ ଦେଇଥିଲେ ସେହ୍ବାଗ; ମଇଦାନରେ ଦେଖିବାକୁ ମିଳିଥିଲା…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ନିଜର ଆକ୍ରାମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା। ପ୍ରଥମ ବଲ୍‌ରେ ଚଉକା ମାରି ସେ ବିରୋଧୀ ବୋଲରଙ୍କ ଉପରେ ଚାପ ପକାଉଥିଲେ। ପଡ଼ିଆରେ ବିପକ୍ଷ ଦଳର ଖେଳାଳିଙ୍କ ସହ ତାଙ୍କର କ୍ୱଚିତ ସଂଘର୍ଷ ହେଉଥିଲା। ଏହା ପଛରେ ଥିଲା ତାଙ୍କର ଶାନ୍ତ ସ୍ବଭାବ। ହେଲେ ଅନେକ ଥର ସେହ୍ବାଗ ରାଗିଯିବା ଯୋଗୁ ବିରୋଧି ବୋଲର ନଚେତ ଖେଳାଳିଙ୍କ ସହ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି। ସେଥିରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପାଟନ୍ସନ୍‌ଙ୍କ ସହ ବିବାଦ ଅନ୍ୟତମ।

ଘଟଣାଟି ୨୦୧୧ର। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳାଯାଉଥିଲା। ସେହ୍ବାଗ ତାଙ୍କ ସାଥୀ ଗୌତମ ଗମ୍ଭୀରଙ୍କ ସହ ଭାରତୀୟ ଇନିଂସ ଆରମ୍ଭ କରିଥିଲେ। ସେହ୍ବାଗ ୧୬ ରନ୍‌ କରି ଖେଳୁଥିବା ବେଳେ ଏକ ରନ୍‌ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପାଟିନ୍ସନ୍‌ ତାଙ୍କ ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ତାଙ୍କ କାନ୍ଧର ବ୍ୟବହାର କରିଥିଲେ। ଏହାକୁ ଆଦୌ ପସନ୍ଦ କରି ନ ଥିଲେ ସେହ୍ବାଗ। ସେ ରାଗି ଯାଇ ବ୍ୟାଟ୍‌ ଉଠାଇ ପାଟିନ୍ସନ୍‌ଙ୍କୁ ଧମକ ଦେଇଥିଲେ। ଉଭୟ ଖେଳାଳି ମଧ୍ୟରେ କଥା କଟାକଟି ହୋଇଥିଲା। ଏହାଦେଖି ପିଟର ସିଡଲ ସେଠାକୁ ଆସି ସେହ୍ବାଗଙ୍କୁ ଚପାଇବାକୁ ଚେଷ୍ଟା କରିଥିଲେ। ଶେଷରେ ମଇଦାନରେ ଥିବା ଅମ୍ପାୟାରମାନେ ଏଥିରେ ହସ୍ତକ୍ଷେପ କରି ଖେଳାଳିଙ୍କୁ ଶାନ୍ତ କରିବା ପରେ ମ୍ୟାଚ୍‌ ପୁଣିଥରେ ଆରମ୍ଭ ହୋଇଥିଲା।

ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୩୩ ରନ୍‌ କରିଥିଲା। ଜବାବରେ ଭାରତ ସେହ୍ବାଗ(୬୭ରନ୍‌) ପାଳି ଯୋଗୁ ୨୮୨ ରନ୍‌ ପ୍ରଥମ ଇଂନିସରେ କରିଥିଲା। ୨୯ତମ ଓଭରରେ ପାଟିନ୍ସନ ସେହଓ୍ବାଗଙ୍କ ଉଇକେଟ ନେଇଥିଲେ। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୪୦ରନ୍‌ କରିଥିଲା। ପରେ ସେମାନେ ଭାରତକୁ ୧୬୯ରନ୍‌ରେ ଅଲଆଉଟ୍‌ କରି ଟେଷ୍ଟ ମ୍ୟାଚ୍‌କୁ ୧୨୨ରନ୍‌ରେ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri