Posted inଖେଳ

ୟୁରୋପା ଲିଗ୍‌ ଫୁଟ୍‌ବଲ: ଭିଲ୍ଲାରିୟଲଙ୍କୁ ଐତିହାସିକ ପ୍ରଥମ ଟାଇଟଲ

ଗଡାନସ୍କ,୨୮।୫(ଏପି): ୟୁରୋପା ଲିଗ୍‌ ଫୁଟ୍‌ବଲରେ ଭିଲ୍ଲାରିୟଲ ପ୍ରଥମଥର ପାଇଁ ଟାଇଟଲ ହାସଲ କରିବାର ଗୌରବ ଅର୍ଜନ କରିଛି। ଗୁରୁବାର ଖେଳାଯାଇଥିବା ଲିଗ୍‌ର ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚକ ଫାଇନାଲ ମ୍ୟାଚ୍‌ରେ ଭିଲ୍ଲାରିୟଲ ୧୧-୧୦ରେ ଶକ୍ତିଶାଳୀ ମାଞ୍ଚେଷ୍ଟର ୟୁନାଇଟେଡକୁ ପରାସ୍ତ କରି ପ୍ରଥମଥର ପାଇଁ କୌଣସି ମେଜର ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଛି। ୯୮ ବର୍ଷର ଇତିହାସରେ ସ୍ପେନର ଏହି କ୍ଲବ କୌଣସି ବଡ଼ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛି। ଫାଇନାଲରେ ୟୁନାଇଟେଡ ଭଳି ଶୀର୍ଷସ୍ତରୀୟ କ୍ଲବକୁ ହରାଇବା ମଧ୍ୟ ଏହି କ୍ଲବ ପାଇଁ ଏକ ବଡ଼ ଉପଲବ୍ଧି ସାବ୍ୟସ୍ତ ହୋଇଛି।
ଟାଇଟଲ ମୁକାବିଲାରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ୨୯ତମ ମିନିଟ୍‌ରେ ଭିଲ୍ଲାରିୟଲ ତରଫରୁ ଗେରାର୍ଡ ମୋରେନୋ ଫିଲ୍ଡ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। କିନ୍ତୁ ୫୫ତମ ମିନିଟରେ ମାଞ୍ଚେଷ୍ଟର ୟୁନାଟେଡ ତରଫରୁ ଏଡିନଶନ କାଭାନି ଗୋଲ ଦେଇ ମ୍ୟାଚ୍‌କୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ ଓ ଏକ୍ସଟ୍ରା ଟାଇମ ପରେ ମଧ୍ୟ ମ୍ୟାଚ୍‌ ଡ୍ର ହୋଇଥିଲା। ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‌ ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ ଭିଲ୍ଲାରିୟଲ ୧୧-୧୦ରେ ବାଜିମାରି ଥିଲା ଓ ଚାମ୍ପିୟନ ହେବା ସହ ଇତିହାସ ସୃଷ୍ଟି କରିଥିଲା। ମାଞ୍ଚେଷ୍ଟର ୟୁନାଇଟେଡ ଗୋଲକିପର ଡେଭିଡ୍‌ ଡି ଜିଆ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ୟୁନାଇଟେଡ ମ୍ୟାଚ୍‌ ହାତଛଡ଼ା କରିବା ସହ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲା। ଭିଲ୍ଲାରିୟଲ କୋଚ୍‌ ଉନାଇ ଇମରୀଙ୍କ ପାଇଁ ଏହି ବିଜୟ ଏକ ଉପଲବ୍ଧି ସଦୃଶ ହୋଇଛି। ଇମରୀ ଏହାପୂର୍ବରୁ ୨୦୧୪ ଓ ୨୦୧୬ରେ ସେବିଲାର କୋଚ୍‌ ହିସାବରେ ଏହି ଟାଇଟଲ ଜିତିଥିଲେ। ଦଳର ପ୍ରଦର୍ଶନରେ ସେ ଖୁସି ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ...

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର...

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri