କରୋନା ଲଢ଼େଇରେ ଶିଳ୍ପଜଗତ

ବାଙ୍ଗାଲୋର,୨୯।୪:  ଦେଶର ଦ୍ୱିତୀୟ ବୃହତ୍‌ ଜନବହୁଳ ରାଷ୍ଟ୍ର ଭାରତରେ କରୋନା ମହାମାରୀ ବର୍ତ୍ତମାନ ସଙ୍କଟ ସୃଷ୍ଟି କରିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ବର୍ତ୍ତମାନ ବଢ଼ିଥିବା ବେଳେ ଏହା ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଦେଶର ଶିଳ୍ପ ଜଗତ କରୋନା ଲଢ଼େଇରେ ନିଜର ଯୋଗଦାନ ରଖିଛି। ଆମାଜନ, ଇଣ୍ଟେଲ,ଗୁଗଲ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବାଦ୍‌ ଟାଟାସନ୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଜେଏସ୍‌ଡବ୍ଲ୍ୟୁ ଭଳି ଭାରତୀୟ କମ୍ପାନୀଗୁଡ଼ିକ କୋଭିଡ୍‌ ଲଢ଼େଇରେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ମେଡିକାଲ ଯନ୍ତ୍ରାଂଶ ବିମାନ ଯୋଗେ ପରିବହନ ସହ ମେଡିକାଲ ଅକ୍ସିଜେନ ଲାଗି ପାଣ୍ଠି ପ୍ରଦାନ ଭଳି କାମ ଶିଳ୍ପଜଗତ କରୁଥିବା ନଜରକୁ ଆସିଛି।
ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟକୁ ନଜରରେ ରଖି ଉତ୍ତମ ସମନ୍ବୟ ସହିତ ଘରୋଇ କ୍ଷେତ୍ର ଯୋଗଦାନର ଆବଶ୍ୟକତା ରହିଛି ବୋଲି ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଅର୍ଥନୀତିଜ୍ଞ ମଧୁରା ସ୍ବାମୀନାଥନ କହିଛନ୍ତି। ସୂଚନାଯୋଗ୍ୟ, ଆମାଜନ ଅକ୍ସିଜେନ ଯନ୍ତ୍ରାଂଶ ବିମାନ ଯୋଗେ ପରିବହନ ଲାଗି ପାଣ୍ଠି ପ୍ରଦାନ କରିଛି। ଗୁଗଲ ପକ୍ଷରୁ ନନ୍‌ ପ୍ରଫିଟ ଏବଂ ଅନ୍‌ଲାଇନ ଆଡ୍‌ ଗ୍ରାଣ୍ଟ, ଡେଲଏଟ ପକ୍ଷରୁ ଅକ୍ସିଜେନ ଯନ୍ତ୍ରାଂଶ, ତରଳ ଅମ୍ଳଜାନ ପରିବହନ ଲାଗି ଟାଟାର କ୍ରାୟୋଜେନିକ କଣ୍ଟେନର ବ୍ୟବସ୍ଥା କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହାର ରିଫାଇନେରିରୁ ଅକ୍ସିଜେନ ଯୋଗାଣ କରୁଛି। ସେହିଭଳି ଜିନ୍ଦଲ ଷ୍ଟେନ୍‌ଲେସ, ଜେଏସ୍‌ପିଏଲ୍‌, ବେଦାନ୍ତ, ଆଦାନୀ ଗ୍ରୁପ୍‌ ଅକ୍ସିଜେନ ଯୋଗାଣ ଦିଗରେ କାମ କରୁଛନ୍ତି। ଆଇଟିସି ୨୪ କ୍ରାୟୋଜେନିକ କଣ୍ଟେନର ବ୍ୟବସ୍ଥା କରିଥିବା ବେଳେ ଅଲକାର୍ଗୋ ଲଜିଷ୍ଟିକ, ସାଓମି, ପେଟିଏମ୍‌ ଏବଂ ଜୋମାଟୋ ଭଳି କମ୍ପାନୀ ମଧ୍ୟ ନିଜର ଯୋଗଦାନ ରଖୁଛନ୍ତି।

ପେଟିଏମ୍‌ ଯୋଗାଇବ ୨୧ ହଜାର ଅକ୍ସିଜେନ କନ୍‌ସେନ୍‌ଟ୍ରେଟର
ଫାଇନାନ୍ସିଆଲ ସର୍ଭିସ କମ୍ପାନୀ ପେଟିଏମ୍‌ ୨୧ ହଜାର ଅକ୍ସିଜେନ କନ୍‌ସେନ୍‌ଟ୍ରେଟର(ଓସି) ଉପଲବ୍ଧ କରାଇବା ଲାଗି ଯୋଜନା ରଖିଛି। ମେ ମାସ ପ୍ରଥମ ସପ୍ତାହରୁ ଏହା ଉପଲବ୍ଧ ହେବ ବୋଲି ଜଣାପଡିଛି। କମ୍ପାନୀ ଏଥିଲାଗି ଲୋକଙ୍କ ନିକଟରୁ ୫ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ମୋଟ ୧୦ କୋଟି ଟଙ୍କାର ଓସି ଲାଗି ବର୍ତ୍ତମାନ ଅର୍ଡର ଦିଆଯାଇଛି। ଲୋକ ଦେଇଥିବା ଅର୍ଥ ବାବଦ ଅବଶିଷ୍ଟ ଅର୍ଥ କମ୍ପାନୀ ପ୍ରଦାନ କରିବ ବୋଲି କହିଛି। ଲୋକଙ୍କୁ ତ୍ୱରିତ ସହାୟତା କରିବା ଲାଗି ପେଟିଏମ୍‌ ଫାଉଣ୍ଡେଶନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଅର୍ଡର ପ୍ରଦାନ କରାଯାଇଥିବା କମ୍ପାନୀର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା କହିଛନ୍ତି।

ହ୍ୟୁଣ୍ଡାଇ ଦେଲା ୨୦ କୋଟିର ରିଲିଫ୍‌ ପ୍ୟାକେଜ
ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ ବୁଧବାର ୨୦ କୋଟି ଟଙ୍କାର ରିଲିଫ ପ୍ୟାକେଜ ସମ୍ପର୍କରେ ଘୋଷଣା କରାଯାଇଛି। କୋଭିଡ୍‌-୧୯ର ଦ୍ୱିତୀୟ ଲହର ଯୋଗୁ ଭାରତକୁ କମ୍ପାନୀ ପକ୍ଷରୁ ଏଭଳି ସହାୟତା କରାଯାଇଛି। ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ତେଲଙ୍ଗାନା, ତାମିଲନାଡୁ ଭଳି ସବୁଠାରୁ ପ୍ରଭାବିତ ରାଜ୍ୟଗୁଡିକରେ ରିଲିଫ ସହାୟତା ଭାବେ କମ୍ପାନୀର ଏହି ଅର୍ଥ ଖର୍ଚ୍ଚ ହେବ। ହସ୍ପିଟାଲଗୁଡିକରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ, ଗୁରୁତର ରୋଗୀଙ୍କୁ ସହାୟତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଲାଗି ଏହି ଅର୍ଥ ଖର୍ଚ୍ଚ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

ବେଆଇନ ଭାବେ ଡାଲି ମହଜୁଦ ରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୪, (ଅନୁରାଧା ମହାରଣା): ଡାଲି ବେଆଇନ ଭାବେ ମହଜୁଦ ରଖୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ କିଛି ଦିନ ଧରି କେତେକ ରାଜ୍ୟରେ...

ଇଆଇପିଏଲ୍‌ ସହ ଏଚ୍‌ଡିଏଫ୍‌ସି କ୍ୟାପିଟାଲର ସହଭାଗିତା

ଭୁବନେଶ୍ୱର,୩୦।୪: ଏଚ୍‌ଡିଏଫ୍‌ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ଏବଂ ଏଲଡେକୋ ଇନ୍‌ଫ୍ରାଷ୍ଟ୍ରକଚର ଆଣ୍ଡ ପ୍ରପର୍ଟିଜ ଲିମିଟେଡ (ଇଆଇପିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏପରିକି...

ହିଣ୍ଡାଲ୍‌କୋର ପ୍ରୋଜେକ୍ଟ ‘ଜ୍ଞାନାର୍ଜନ’

ଭୁବନେଶ୍ୱର,୩୦।୪: ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‌କୋର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଜ୍ଞାନାର୍ଜନ’ ନିକଟରେ ହୀରାକୁଦଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି।...

ପହିଲାରୁ ଫୁଲ୍‌ ପଇସା ଭାସୁଲ ସେଲ୍‌

ଭୁବନେଶ୍ୱର,୩୦।୪: ରିଲାଏନ୍ସ ଗ୍ରୁପର ଅଗ୍ରଣୀ କମ୍ପାନୀ ତଥା ରିଟେଲ ପ୍ଲାଟଫର୍ମ ସ୍ମାର୍ଟ ବଜାର ଓ ଜିଓ ମାର୍ଟର ଲୋକପ୍ରିୟ ଅଫର ‘ଫୁଲ ପଇସା ଭାସୁଲ ସେଲ୍‌’ର...

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri