ସୋନୀ ସାଜିଲେ ଛତିଶଗଡ଼ ବୋହୂ

ଝାରସୁଗୁଡ଼ା ଅଫିସ,୨୧।୪:  ୫ବର୍ଷ ତଳେ ଛତିଶଗଡ଼ରୁ ମହାନଦୀ ବନ୍ୟାଜଳରେ ଭାସିଆସିଥିବା ଯୁବତୀ ସୋନୀ ଯାଦବଙ୍କ ବୁଧବାର ବାହାଘର ପରେ ବଧୂ ବେଶରେ ଓଡିଶାରୁ ଛତିଶଗଡ଼ ଫେରିଯାଇଛନ୍ତି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ବାଦିମାଲ ପଞ୍ଚାୟତ କୁଶମେଲ୍‌ ଗ୍ରାମର ପାଳିତ ମା’ବାପା ଝିଅ ସୋନୀଙ୍କ ବିବାହ କାର୍ଯ୍ୟ କରାଇଥିଲେ। ଛତିଶଗଡ ରାୟଗଡ ଜିଲା ଧରମଗଡ ଗ୍ରାମର ପ୍ରେମ ସିଂ ଯାଦବଙ୍କ ପୁଅ ପୁରୁଷୋତ୍ତମଙ୍କ ସହିତ ସୋନୀଙ୍କ ବିବାହ ହୋଇଛି। ବାହାଘରରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ ସ୍ତ୍ରୀ ଉପସ୍ଥିତ ରହି ସୋନୀଙ୍କୁ କନ୍ୟାଦାନ କରିଥିଲେ।
ବିଧାୟକ ମହାନ୍ତି କହିଛନ୍ତି, ଜଣେ ଅସହାୟ ଯୁବତୀଙ୍କୁ ଝିଅ କରି କନ୍ୟାଦାନ କରିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। ହେଲେ ଛତିଶଗଡର ଜଣେ ଯୁବତୀ ମହାନଦୀ ଜଳରେ ଭାସିଆସିଥିବା ବେଳେ ତାଙ୍କୁ ଓଡ଼ିଶାର ଜଣେ ମତ୍ସ୍ୟଜୀବୀ ଉଦ୍ଧାର କରି ଝିଅ ଭାବେ ଲାଳନପାଳନ କରି ପୁଣି ବଧୂ ବେଶରେ ଛତିଶଗଡ ପଠାଇବା ଏକ ମହାନ କାର୍ଯ୍ୟ। ଏହି ବାର୍ତ୍ତା ଆଗାମୀ ଦିନରେ ଉଭୟ ରାଜ୍ୟର ମହାନଦୀ ଜଳ ବିବାଦର ସମାଧାନର ସୂତ୍ର ହେବ ବୋଲି ବିଧାୟକ କହିଥିଲେ। ସୂଚନା ଯୋଗ୍ୟ ୨୦୧୬ ସେପ୍ଟେମ୍ବର ୧୪ରେ କୁଶମେଲ୍‌ ଗ୍ରାମର ମତ୍ସ୍ୟଜୀବୀ ସନ୍ନ୍ୟାସୀ କାଲୋ ମହାନଦୀକୁ ମାଛ ମାରିବା ପାଇଁ ଯାଇଥିଲେ। ଏହି ସମୟରେ ନଦୀରେ ଜଣେ ଯୁବତୀ ଭାସୁଥିବା ଦେଖି ସେ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ। ଚେତା ଫେରିବା ପରେ ଯୁବତୀ ଜଣମ ଘଟଣା ସମ୍ପର୍କରେ କହିଥିଲେ, ତାଙ୍କ ନାଁ ସୋନୀ ଯାଦବ ଓ ଘର ଛତିଶଗଡ ସାରଙ୍ଗଗଡ ଥାନା ଜୋବ୍ରା ଗ୍ରାମରେ। ତାଙ୍କ ମା’ବାପା ନ ଥିବା ବେଳେ ସେ ମାଉସୀଙ୍କ ଘରେ ରହି ଜଣଙ୍କ ଘରେ କାମ କରୁଥିଲେ। ସେ ଚନ୍ଦ୍ରହାସିନୀ ମନ୍ଦିରକୁ ଦର୍ଶନ ପାଇଁ ଆସି ମହାନଦୀ କୂଳରେ ଧୋଇ ହେଉଥିବା ବେଳେ ଗୋଡ ଖସିଯିବାରୁ ୫୦ କି.ମି. ଦୂର ଭାସିଆସି କୁଶମେଲ୍‌ ନିକଟ ମହାନଦୀ କୂଳରେ ଲାଗିଥିଲେ। ସନ୍ନ୍ୟାସୀ ସେତେବେଳେ ନିଜ ଘର ଛତିଶଗଡରେ ଛାଡିଦେବା ପାଇଁ କହିବାରୁ ଯୁବତୀ ଜଣଙ୍କ ରାଜି ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri