Posted inଖେଳ

ଭୁଲ କେଉଁଠି କଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ, ୧୬ା୪- ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଛି। ମ୍ୟାଚ୍‌ରେ ଦିଲ୍ଲୀ ୧୪୮ ରନ୍‌ର ଛୋଟିଆ ଟାର୍ଗେଟ ଛିଡ଼ା କରିଥିଲେ ମଧ୍ୟ ଦଳୀୟ ବୋଲରଙ୍କ ଯୋଗୁ ରାଜସ୍ଥାନ ପାଇଁ ବିଜୟ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପଡ଼ିଥିଲା। ତେବେ ଏହି ପରାଜୟ ପରେ ଦଳୀୟ କୋଚ୍‌ ରିକି ପଣ୍ଟିଂ କହିଛନ୍ତି, ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ କୋଟା ଶେଷ ନ କରିବା ବୋଧହୁଏ ଭୁଲ ଥିଲା।

ଅଶ୍ୱିନ ପାଓ୍ବରପ୍ଲେ ପରେ ୩ ଓଭର ବୋଲିଂ କରି ୧୪ ରନ୍‌ ଦେଇଥିଲେ। ତା’ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାଙ୍କ ଓଭରରେ କୌଣସି ଚୌକା କିମ୍ବା ଛକା ହୋଇ ନ ଥିଲା। ରାଜସ୍ଥାନ ମଧ୍ୟକ୍ରମରେ ଦୁଇ ବାମହାତୀ ବ୍ୟାଟ୍ସମ୍ୟାନ (ଡେଭିଡ୍‌ ମିଲର ଓ ରାହୁଲ ତଓ୍ବେତିଆ ) ଖେଳୁଥିଲେ। ଏଭଳି ପରିସ୍ଥିତିରେ ନୂଆ ଅଧିନାୟକ ଅଶ୍ୱିନଙ୍କ ବଦଳରେ ବୋଲିଂ ଦେଇଥିଲେ ମାର୍କସ ଷ୍ଟୋଇନିସଙ୍କୁ। ସେ ଏହି ଓଭରରେ ଖର୍ଚ୍ଚ କରିଥିଲେ ୧୫ ରନ୍‌। ଏହିଠାରୁ ବଦଳି ଯାଇଥିଲା ମ୍ୟାଚ୍‌ର ଦିଗ।

ପୂର୍ବ ମ୍ୟାଚ୍‌ରେ ଅଶ୍ୱିନଙ୍କ ପ୍ରଦର୍ଶନ ଭଲ ନ ଥିଲା। ତା’ ପରେ ବଲକୁ ଠିକ୍‌ ସ୍ଥାନରେ ପକାଇବା ପାଇଁ ସେ ଖୁବ୍‌ ଅଭ୍ୟାସ କରିଥିଲେ। ଯାହାର ଫଳ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ୩ ଓଭରରେ କୌଣସି ଉଇକେଟ ନେଇ ନ ଥିଲେ। ମାତ୍ର ଖୁବ କମ୍‌ ହାରରେ ଦେଇଥିଲେ ରନ୍‌। ସମ୍ଭବତଃ ଭୁଲ ଆମ ଆଡ଼ୁ ହୋଇଛି। ଆମେ ଏ ସମ୍ପର୍କରେ ପରେ କଥା ହେବୁ। ଆଉ କ୍ରିସ ମୋରିସଙ୍କୁ ଆମେ କିଛି ସହଜ ବଲ ଦେଇଥିଲୁ। ତାଙ୍କୁ ରୋକିବା ପାଇଁ ଯେଉଁଠାରେ ବୋଲିଂ କରାଯିବା ଦରକାର ଥିଲା, ତାହା ବୋଲରମାନେ କରି ନ ଥିଲେ ବୋଲି ପଣ୍ଟିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି।...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri