ପ୍ରାଣୀ କଲ୍ୟାଣ ପାଠ୍ୟକ୍ରମ

ମାନେକା ଗାନ୍ଧୀ

ପାଞ୍ଚବର୍ଷ ପୂର୍ବେ ଲ’କଲେଜରେ ଆନିମଲ ଓ୍ବେଲ୍‌ଫେୟାର ବା ପ୍ରାଣୀ କଲ୍ୟାଣକୁ ଏକ ବିଷୟ ଭାବେ ଆରମ୍ଭ କରିବା ପାଇଁ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ମୁଖ୍ୟଙ୍କୁ ଅନୁରୋଧ କରିଥିଲି। ସେ ଏହା ତତ୍‌କ୍ଷଣାତ କରିଥିଲେ। ସେ ଆଇନଜୀବୀମାନଙ୍କୁ ଏକ ବାର୍ଷିକ ମୁଟ୍‌ କୋର୍ଟ ଆୟୋଜନ କରିବା ପାଇଁ କହିଥିଲେ। ଏବେ ନ୍ୟାଶ୍‌ନାଲ ଲ ୟୁନିଭର୍ସିଟି(ଏନ୍‌ଏଲ୍‌ୟୁ) ବେଙ୍ଗାଲୁରର ଆନିମଲ ଓ୍ବେଲ୍‌ଫେୟାରର ପିଏଚ୍‌.ଡି ଛାତ୍ରମାନେ, ପ୍ରାଣୀ କଲ୍ୟାଣ ଉପରେ ସଚେତନ କର୍ମକର୍ତ୍ତା ଏବଂ ଅଧିକ ସଂଖ୍ୟକ ବିଚାରଶୀଳ ଜଜ୍‌ଙ୍କ ଦ୍ୱାରା ଏହା ଆୟୋଜିତ ହୋଇଛି। ପ୍ରଥମ ମୁଟ୍‌ କୋର୍ଟ ଏନ୍‌ଏଲ୍‌ୟୁ କଟକରେ ଆୟୋଜିତ ହୋଇଥିଲା। ଏଥିପାଇଁ ମନନ କୁମାର ମିଶ୍ରଙ୍କୁ ବହୁତ ଧନ୍ୟବାଦ।
୨୨ ବର୍ଷ ପୂର୍ବେ ଅଟଳ ବିହାରୀ ବାଜପାୟୀଙ୍କ ସହଯୋଗରେ ଆମେ ବଲାବଗଡ଼ରେ ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ ଫର୍‌ ଆନିମଲ ଓ୍ବେଲ୍‌ଫେୟାର ଗଠନ କରିଥିଲୁ। ଦୁର୍ଭାଗ୍ୟବଶତଃ ଏହା ପ୍ରସ୍ତୁତ ହେଲାବେଳକୁ ସରକାରର ପତନ ଘଟିଲା ଓ କଂଗ୍ରେସ କ୍ଷମତାକୁ ଆସିବା ପରେ ଏହାକୁ ବନ୍ଦ କରିଦେଲା। ଏବେ ଭାଜପା ତା’ଶାସନର ୭ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ତାହା ଆରମ୍ଭ କରିପାରିନାହିଁ। ପରିବେଶ ମନ୍ତ୍ରଣାଳୟ ଏହାକୁ ଜେଏନ୍‌ୟୁକୁ ଦେଲା ଓ ସେମାନେ ପାଖାପାଖିତ୍ ଦୁଇବର୍ଷ ରଖିବା ପରେ ମନ୍ତ୍ରଣାଳୟକୁ ଫେରାଇଦେଲେ। ପରିବେଶ ମନ୍ତ୍ରଣାଳୟ ମଧ୍ୟ ଦୁଇବର୍ଷ ହାତ ବାନ୍ଧି ବସିପଡ଼ିଲା ।
ପରେ ଏହାକୁ ଲାଲା ଲଜପତ୍‌ ରାୟ ୟୁନିଭର୍ସିଟି ଅଫ୍‌ ଭେଟେରିନାରି ଆଣ୍ଡ୍‌ ଆନିମଲ ସାଇନ୍ସକୁ ଦେଲା ଓ ଏହା ମଧ୍ୟ ୩ ବର୍ଷ ଧରି ଅଣଦେଖା କରିବା ପରେ ଏବେ ଏକ କୋର୍ସ ଆରମ୍ଭ କରିବା ଲାଗି ଜଣେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ଦେଇଛି। ହେଲେ ମୁଁ କିନ୍ତୁ ସବୁ ଆଶା ହରାଇଦେଇଛି। ୨୦୦୨ରେ ମୁଁ ସବୁ କୋର୍ସ ବିଷୟରେ ଉଲ୍ଲେଖ କରିଥିଲି। କିଛି ବହି ମଧ୍ୟ ପ୍ରସ୍ତୁତ କରିଥିଲି। ଏହାବାଦ୍‌ ଆବଶ୍ୟକ ଶିକ୍ଷକଙ୍କ ପାଇଁ ଅକ୍ସଫୋର୍ଡ , କେମ୍ବ୍ରିଜ ଏବଂ ୟୁନିଭର୍ସିଟି ଅଫ୍‌ ଏଡିନ୍‌ବର୍ଗ ସହ ଯୋଗାଯୋଗ କରିଥିଲି। ୟୁଏନ୍‌ଇପିରୁ ଲାଇବ୍ରେରି ପାଇଁ ଅନୁଦାନ ମଧ୍ୟ ପାଇଥିଲି। କିନ୍ତୁ କିଛି ହୋଇନାହିଁ କି ହୋଇପାରିବ ନାହିଁ। ୭ ଏକର ପରିମିତ କେନ୍ଦ୍ରରେ ଏବେ ଆନିମଲ ଓ୍ବେଲ୍‌ଫେୟାର ବୋର୍ଡ ଅଫ୍‌ ଇଣ୍ଡିଆର ୧୦ ଜଣ ସଦସ୍ୟ ଛାତ୍ରମାନଙ୍କ ପାଇଁ ପାଳିକରି ପ୍ରତ୍ୟେକ ପ୍ରାଣୀ କଲ୍ୟାଣ ସମ୍ପର୍କରେ ତିନିଦିନିଆ ସଚେତନାଭିତ୍ତିକ କୋର୍ସ ଚଳାଉଛନ୍ତି।
ଆନିମଲ ଓ୍ବେଲ୍‌ଫେୟାର କ୍ଷେତ୍ରରେ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ପ୍ରାଣୀ ଆଶ୍ରୟସ୍ଥଳୀ ,ଗୋଶାଳା ଏବଂ ପରୀକ୍ଷାଗାରଗୁଡ଼ିକର ପରିଚାଳକ,ଜଙ୍ଗଲ ଓ ବନ୍ୟଜନ୍ତୁ ଅଧିକାରୀ, ସହରରେ ପ୍ରାଣୀମାନଙ୍କ ପରିଚାଳନା ସହ ଜଡ଼ିତ ବ୍ୟକ୍ତି, ସହରର ସାପ ଉଦ୍ଧାରକାରୀ, ହାତୀ ଉଦ୍ଧାର କେନ୍ଦ୍ର, କୁକୁଡ଼ା ଫାର୍ମ ଓ କଂସେଇଖାନାଗୁଡ଼ିକରେ କାର୍ଯ୍ୟରତ ଲୋକମାନେ ଏ କ୍ଷେତ୍ରରେ ନିଯୁକ୍ତି ପାଇପାରିବେ। ଗୋଟିଏ ମାତ୍ର କୋର୍ସ ବା ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ କାହିଁକି ଏତେ ବିଳମ୍ବ ହେଉଛି ତାହା ମଁୁ ବୁଝିପାରୁନାହିଁ। କିନ୍ତୁ ଆନିମଲ ଓ୍ବେଲ୍‌ଫେୟାର ପାଇଁ ଭାରତରେ ପ୍ରଥମ ଡିଗ୍ରୀ କୋର୍ସ ଆରମ୍ଭ କରିଛି ଇନ୍ଦିରା ଗାନ୍ଧୀ ନ୍ୟାଶ୍‌ନାଲ ଓପନ୍‌ ୟୁନିଭର୍ସିଟି (ଆଇଜିଏନଓୟୁ-ଇଗ୍ନ୍ୟୁ)। ଏଥିପାଇଁ ଏହାର କୁଳପତି ପ୍ରଫେସର ନାଗେଶ୍ୱର ରାଓ ଏବଂ ପ୍ରଫେସର ପି.ଭି.କେ. ଶଶିଧରଙ୍କୁ ଧନ୍ୟବାଦ। ତୃଣମୂଳ ସ୍ତରରେ ପ୍ରଫେସର ଶଶିଧର ୩ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ଆସୁୂଛନ୍ତି। ପ୍ରଥମ ସେଶନ୍‌ରେ ପ୍ରାୟ ୮୦୦ରୁ ଊଦ୍ଧ୍ୱର୍ର୍ ଛାତ୍ର ରହିଛନ୍ତି। ଏହା ପିଜି ଡିପ୍ଲୋମା ଇନ୍‌ ଆନିମଲ ଓ୍ବେଲ୍‌ଫେୟାର( ପିଜିଡିଏଡବ୍ଲ୍ୟୁ) କୋର୍ସ। ଜାନୁୟାରୀ ୨୦୨୧ ସେଶନ ପାଇଁ ଖୋଲା ରହିଛି। ଏହାର ଅନଲାଇନ ଆଡ୍‌ମିଶନ ଲିଙ୍କ- www.ignouadmission.samarth.edu.in/।
ପିଜିଡିଏଡବ୍ଲ୍ୟୁ ପ୍ରୋଗ୍ରାମ ସାରା ଭାରତର ପ୍ରାଣୀ କଲ୍ୟାଣ ସ୍ବେଚ୍ଛାସେବୀ ଏବଂ କର୍ମକର୍ତ୍ତାଙ୍କ ପାଇଁ ଉଦ୍ଦିଷ୍ଟ। ଇଚ୍ଛୁକ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀଧାରୀମାନେ ବି ପଢିପାରିବେ। ମୁଁ ଏହାର ଶୈକ୍ଷିକ ମାନକକୁ ମଧ୍ୟ ପସନ୍ଦ କରେ। ପ୍ରାଣୀ କଲ୍ୟାଣର ପ୍ରତ୍ୟେକ ଦିଗ ଉପରେ ମୁଁ ଲେଖିଥିବା ୩୦୦୦ରୁ ଅଧିକ ପ୍ରବନ୍ଧ ଏଥିରେ ଯୋଡ଼ିବାକୁ ଆଶା କରିଥିଲି। ସେଗୁଡ଼ିକ ଉକ୍ତ କୋର୍ସରେ ସାମିଲ ହୋଇପାରିଥାଆନ୍ତା। କିନ୍ତୁ ମୋ ସମ୍ପାଦକ ପ୍ରାୟ ୭ଟି ବହି ସଙ୍କଳନ କରିବାକୁ ପାଖାପାଖି ୫ ବର୍ଷ ନେଇଗଲେଣିି। ସେ କେବେ ଏହାକୁ ଶେଷ କରିବେ ତାହା ମୁଁ ଜାଣିନାର୍ହି। ବହିଗୁଡ଼ିକୁ ନ୍ୟାଶ୍‌ନାଲ ବୁକ୍‌ ଟ୍ରଷ୍ଟ ପ୍ରକାଶ କରିବ ବୋଲି ପ୍ରସ୍ତାବ ଦେଇଥିତ୍ଲେ ମଧ୍ୟ ଏଯାବତ ପ୍ରଥମ ଭାଗ ସମ୍ପୂର୍ଣ୍ଣ ହୋଇପାରିନାହିଁ।
ଇଗ୍ନ୍ୟୁ ଆରମ୍ଭ କରିଥିତ୍ବା ପିଜିଡିଏଡବ୍ଲ୍ୟୁ କୋର୍ସର ୪ଟି ମୁଖ୍ୟ ଭାଗ ରହିଛି। ଆନିମଲ ଓ୍ବେଲ୍‌ଫେୟାର ସାଇନ୍ସ ଆଣ୍ଡ୍‌ ଏଥିକ୍ସ, ଆନିମଲ ଓ୍ବେଲ୍‌ଫେୟାର ଇସ୍ୟୁ, ଆନିମଲ ଓ୍ବେଲ୍‌ଫେୟାର ଲ’ ଆଣ୍ଡ୍‌ ପଲିଟିକ୍ସ ଏବଂ ଆନିମଲ ଓ୍ବେଲ୍‌ଫେୟାର ପ୍ରାକ୍ଟିସେସ୍‌ ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ। ଆନିମଲ ଓ୍ବେଲ୍‌ଫେୟାର କହିଲେ ସବୁ ପ୍ରାଣୀଙ୍କ କଲ୍ୟାଣକୁ ବୁଝାଏ ଓ ଏହା ମଣିଷ ଦ୍ୱାରା କୌଣସି ଉପାୟରେ ପରିଚାଳିତ ହୋଇଥାଏ। ଫାର୍ମ ଆନିମଲ ଓ୍ବେଲ୍‌ଫେୟାର ଅର୍ଥ ମାଂସ ଓ କ୍ଷୀର ପାଇଁ ଫାର୍ମରେ ପାଳନ କରାଯାଉଥିବା ପ୍ରାଣୀଙ୍କ ଯତ୍ନକୁ ସୂଚାଏ। ଏହି କ୍ଷେତ୍ରରେ ପ୍ରାଣୀମାନେ ସବୁଠୁ ଅଧିତ୍କ ଯନ୍ତ୍ରଣା ପାଇଥାଆନ୍ତି। ଓ୍ବେଲ୍‌ଫେୟାର ଇସ୍ୟୁ କହିଲେ ଚିଡ଼ିଆଖାନା, ପରୀକ୍ଷାଗାର ଏବଂ ବୁଲା ପ୍ରାଣୀମାନଙ୍କ କାର୍ଯ୍ୟ, ପ୍ରଦର୍ଶନ , ସହଯୋଗ, ସମ୍ବନ୍ଧିତ ବିଷୟକୁ ପ୍ରତୀତ କରେ। ଏହି ପାଠ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦେବା ଦରକାର। ୮୫ଟି ଭାଗରେ ବିଭକ୍ତ ପିଜିଡିଏଡବ୍ଲ୍ୟୁ ପ୍ରୋଗ୍ରାମରେ ଫାର୍ମରେ ରହୁଥିବା ଗୋରୁ, ମଇଁଷି, ମେଣ୍ଢା, ଛେଳି, ଘୁଷୁରି, କୁକୁଡ଼ା ଏବଂ ଭାରବାହୀ ପ୍ରାଣୀ ଗଧ ଓ ଘୋଡ଼ା ସହ କଳାକୌଶଳ ପ୍ରଦର୍ଶନ କରୁଥିବା ପ୍ରାଣୀମାନଙ୍କ କଲ୍ୟାଣ, ବିଜ୍ଞାନ, ସମସ୍ୟା, ନୀତି ନିୟମ ଏବଂ ମାନକ ବିଷୟଗୁଡ଼ିକ ସନ୍ନିବେଶିତ। ଇଂଲଣ୍ଡର ଏଡିନ୍‌ବର୍ଗ ବିଶ୍ୱବିଦ୍ୟାଳୟର ଦି ଜିନି ମାର୍ଚ୍ଚିଂ ଇଣ୍ଟରନ୍ୟାଶ୍‌ନାଲ ସେଣ୍ଟର ଫର୍‌ ଆନିମଲ ଓ୍ବେଲ୍‌ଫେୟାର ଏଡୁକେଶନର ସହଭାଗିତାରେ ଏହି ସବୁ ଭାଗଗୁଡ଼ିକୁ ବିକାଶ କରାଯାଇଛି।
ଏହା ଏକ ବର୍ଷିଆ ପାଠ୍ୟକ୍ରମ। ଯେ କୌଣସି ବିଷୟରେ ଡିଗ୍ରୀ ହାସଲ କରିଥିତ୍ଲେ ଏହା ପଢିପାରିବେ। ଏହାର ଦୁଇଟି ଲକ୍ଷ୍ୟ ରହିଛି। ମୁକ୍ତ ଓ ଦୂରଶିକ୍ଷା ମାଧ୍ୟମରେ ବିଜ୍ଞାନ ଆଧାରିତ ପ୍ରାଣୀ କଲ୍ୟାଣ ଶିକ୍ଷା ପ୍ରଦାନ କରିବା ଓ ପ୍ରାଣୀ କଲ୍ୟାଣକୁ ନେଇ ସାମାଜିକ ଉତ୍ତରଦାୟିତ୍ୱ ସମ୍ପନ୍ନ ନିଷ୍ପତ୍ତି ନେବାରେ ଜଡ଼ିତ ବ୍ୟକ୍ତିମାନଙ୍କ ଦକ୍ଷତା ବୃଦ୍ଧି କରିବା । ଏହି ପାଠ୍ୟକ୍ରମ ପାଇଁ ମୋଟ ଫି ରହିଛି ୫୪୦୦ ଟଙ୍କା। ପ୍ରାଣୀମାନଙ୍କ ସେବା ତଥା କଲ୍ୟାଣ ପ୍ରତି ରୁଚି ରଖିଥିବା ସମସ୍ତ ଯୁବପିଢି, ପ୍ରାଣୀ କଲ୍ୟାଣ ସଂସ୍ଥା, ଏନଜିଓ, ଗୋଶାଳାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀ ଏବଂ ବିଶ୍ୱବିଦ୍ୟାଳୟ, ଗବେଷଣା ସଂସ୍ଥା, ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟରେ ବିଭିନ୍ନ ବିଭାଗରେ ଶିକ୍ଷାଦାନ କରୁଥିବା ବ୍ୟକ୍ତି, ଗବେଷକ, ବୈଷୟିକ କର୍ମଚାରୀ, ସ୍ନାତକୋତ୍ତର କିମ୍ବା ପିଏଚ୍‌.ଡି ଛାତ୍ରମାନେ ମଧ୍ୟ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ରାଜ୍ୟ ତଥା କେନ୍ଦ୍ର ସରକାର, ପାରାମିଲିଟାରି ଫୋର୍ସରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ପାଇଁ ଏହା ଉନ୍ମୁକ୍ତ। ରାଜ୍ୟ ପ୍ରାଣୀ କଲ୍ୟାଣ ବୋର୍ଡର ସଦସ୍ୟ, ସିଭିଲ୍‌ ସର୍ଭ୍ୟାଣ୍ଟ, ବନ ବିଭାଗ, ଚିଡ଼ିଆଖାନା ଏବଂ ବନ୍ୟଜୀବ ପ୍ରତିଷ୍ଠାନଗୁଡ଼ିକରେ କାର୍ଯ୍ୟକରୁଥିବା ଅଧିକାରୀ ଏବଂ ଗବେଷକମାନେ ଏହି କୋର୍ସ କରିପାରିବେ। ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ଏବଂ ଜୁଲୋଜି ଡିିପାର୍ଟମେଣ୍ଟ ଅଧୀନରେ ଥିବା ଫାକ୍‌ଲଟି ଏବଂ ରିସର୍ଚ୍ଚ ସ୍କଲାରମାନେ ବି ଏଥିରେ ପ୍ରବେଶ କରିବାର ସୁବିଧା ରଖାଯାଇଛି। ଆନିମଲ ଓ୍ବେଲଫେୟାର ଆଇନ ସହ ଜଡ଼ିତ ଆଇନଜୀବୀ ଏବଂ ପୋଲିସ କର୍ମଚାରୀମାନେ ବି ଏହା ପଢିପାରିବେ। ଆନିମଲ ଓ୍ବେଲଫେୟାର ପ୍ରଫେଶନାଲ କ୍ୟାରିୟର କରିବାକୁ ଚାହଁୁଥିବା ସ୍ନାତକ ଡିଗ୍ରୀଧାରୀମାନେ ବି ପିଜିଡିଏଡବ୍ଲ୍ୟୁ କୋର୍ସରେ ପ୍ରବେଶ କରିବାର ବ୍ୟବସ୍ଥା ରଖାଯାଇଛି। ମୋ ମତରେ,ଏକ ଉନ୍ନତ ଭାରତ ପାଇଁ ଏହି ପାଠ୍ୟକ୍ରମକୁୁ ସବୁ ସ୍କୁଲ୍‌ରେ ବାଧ୍ୟତାମୂଳକ କରିବା ଦରକାର।
ନୂଆଦିଲ୍ଲୀସ୍ଥିତ ଇଗ୍ନ୍ୟୁର ସ୍କୁଲ୍‌ ଅଫ୍‌ ଏକ୍ସେଟେନ୍‌ଶନ ଆଣ୍ଡ୍‌ ଡିପାର୍ଟମେଣ୍ଟର ପ୍ରୋଗ୍ରାମ କୋର୍ଡିନେଟର ବା ସଂଯୋଜକ ପ୍ରଫେସର ପି.ଭି.କେ .ଶଶିଧରଙ୍କୁ (e-mail: pvksasidhar@ignou.ac.in) ସବୁ ଶ୍ରେୟ ଦିଆଯାଇପାରେ। ସେ ୨୦୦୩ରୁ ୨୦୦୯ ଯାଏ ଆଇସିଏଆର୍‌ର ଏଗ୍ରିକଲରାଲ ରିସର୍ଚ୍ଚ ସର୍ଭିସରେ ରହିଥିତ୍ଲେ। ୨୦୦୮ରେ ଆମେରିକାର ଟୁସକିଗି ୟୁନିଭର୍ସିଟିର ୟୁଏସ୍‌ଡିଏର ଏବଂ ୨୦୧୫ରେ ମିଚିଗାନ ଷ୍ଟେଟ୍‌ ୟୁନିଭର୍ସିଟିର ୟୁଏସଏଆଇଡି ଫେଲୋ ରହିଥିଲେ। ଯଦି ତୁମେ ଏହି କେର୍ସରେ ଯୋଗଦେବାକୁ ଚାହଁୁଛ, ତେବେ ଏହା ହିଁ ତୁମମାନଙ୍କ ପାଇଁ ଠିକ୍‌ ସମୟ। ଏହାକୁ ଆହୁରି ଭଲ କରିବା ଲାଗି ଯଦି ତୁମ ପାଖରେ କିଛି ପ୍ରସ୍ତାବ ବା ପରାମର୍ଶ ରହିଛି ତେବେ ପ୍ରଫେସର ଶଶିଧରଙ୍କ ନିକଟକୁ ଲେଖନ୍ତୁ। ଶ୍ରୀଲଙ୍କା ଏବଂ ନେପାଳରେ ପ୍ରାଣୀ କଲ୍ୟାଣ କ୍ଷେତ୍ରରେ ରହିଥିବା କାର୍ଯ୍ୟକର୍ତ୍ତାଙ୍କ ପାଇଁ ମୁଁ ମଧ୍ୟ ଏହି କୋର୍ସ ଲାଗି ସୁପାରିସ କରିବି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri