Posted inଖେଳ

ଡେବ୍ୟୁ ମ୍ୟାଚ୍‌ ପୂର୍ବରୁ ପାଖରେ ଏହି ଜିନିଷ ସବୁ ରଖିଥିଲେ କ୍ରୁନାଲ ପାଣ୍ଡ୍ୟା

ପୁଣେ,୨୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା। ଏହି ମ୍ୟାଚ୍‌ରେ ସେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ମ୍ୟାଚ୍‌ ପରେ ତାଙ୍କ ପିତାଙ୍କ ସହ ଜଡିତ କିଛି ରହସ୍ୟ ପ୍ରକାଶ କରିଛନ୍ତି କ୍ରୁନାଲ। ଡେବ୍ୟୁ ମ୍ୟାଚସମୟରେ କ୍ରୁନାଲ ପାଣ୍ଡ୍ୟା ତାଙ୍କ ପିତାଙ୍କ ଟ୍ରାଭେଲ ବ୍ୟାଗକୁ ଡ୍ରେସିଂ ରୁମ୍‌ରେ ରଖିଥିଲେ। କ୍ରୁନାଲଙ୍କ ବିଶ୍ୱାସ ଥିଲା ଯେ, ତାଙ୍କ ଏକଦିବସୀୟ ଡେବ୍ୟୁରେ ସେ ତାଙ୍କ ପିତାଙ୍କ ବ୍ୟାଗ ନିଜ ସହ ରଖିଲେ ତାଙ୍କ ଉପସ୍ଥିତି ସେ ଅନୁଭବ କରିବେ। କ୍ରୁନାଲଙ୍କ ଅନୁଯାୟୀ ମୋ ପିତାଙ୍କ ଗତ ଜାନୁଆରୀ ୧୬ରେ ମୃତ୍ୟୁ ବରଣ କରିଥିଲେ। ମୁଁ ସେଦିନ ସୟଦ ମୁସ୍ତାକ ଅଲି ଟ୍ରଫି ଖେଳୁଥିଲି। ସର୍ବଦା ମୋ ମ୍ୟାଚ୍‌ ପୂର୍ବରୁ ପିତା ରାତିରେ ନିଜ ପୋଷାକ ସଜାଡିବାରେ ଅଭ୍ୟସ୍ତ ଥିଲେ। ମୋର ଡେବ୍ୟୁ ମ୍ୟାଚ ପୂର୍ବରୁ ତାଙ୍କ ବ୍ୟାଗକୁ ବରୋଦାରୁୁ ଆଣିଥିଲି। ମୁଁ ଜାଣେ ଯେ ସେ ମୋ ସାଥିରେ ନାହାଁନ୍ତି, କିନ୍ତୁ ସେ ପିନ୍ଧିଥିବା ପୋଷାକକୁ ନେଇ ମୁଁ ମୋ ଡ୍ରେସିଂ ରୁମ୍‌ରେ ରଖିଥିଲି। ତାଙ୍କ ଜୋତା, ଡ୍ରେସ୍‌ ଏବଂ ଟୋପି ବ୍ୟାଗ୍‌ରେ ଥିଲା। ମୋ ପିତା ଯେଉଁଠାରେ ଥାଆନ୍ତୁ ନା କାହିଁକି କି ତାଙ୍କ ଆଶୀର୍ବାଦ ସବୁବେଳେ ମୋ ପାଖରେ ଥାଏ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଡେବ୍ୟୁ ମ୍ୟାଚ କ୍ରୁନାଲ ପାଣ୍ଡ୍ୟାଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ଥିଲା। ଏହି ମ୍ୟାଚ୍‌ରେ ସେ ଚମତ୍କାର ବ୍ୟାଟିଂ କରି ୩୧ ବଲରୁ ଅପରାଜିତ ୫୮ ରନ କରିଥିଲେ। ତାଙ୍କ ଇନିଂସ ସମୟରେ କ୍ରୁନାଲ ପାଣ୍ଡ୍ୟା ୭ ଚୌକା ଓ ୨ଟି ଛକା ମାରିଥିଲେ। କେବଳ ଏତିକି ନୁହେଁ ବୋଲିଂ ବେଳେ କ୍ରୁନାଲ ଗୋଟିଏ ଉଇକେଟ ମଧ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri