ଆଧାର କାର୍ଡରେ ଭୁଲ୍‌ ଜନ୍ମ ତାରିଖ: ଭତ୍ତା ପାଇବାରୁ ବଞ୍ଚିତ ଦୁଇଭାଇ

ଚମ୍ପୁଆ, ୧୮।୩ (ଡି.ଏନ.ଏ)- ପରିଚୟ ପତ୍ର ମାଧ୍ୟମରେ ମଣିଷ ପରିଚୟ ପାଏ ସତ ମାତ୍ର ଉକ୍ତ ପରିଚୟ ପତ୍ରରେ ଯଦି ଜନ୍ମ ତାରିଖ ଭୁଲ ହୋଇଯାଏ ତେବେ ମଣିଷ ପାଇଁ ସରକାରୀ ଯୋଜନା ପାଲଟିଯାଏ ସାତ ସପନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ରଜିଆ ଗ୍ରାମରେ। ବୟସର ଅପରାହ୍ନରେ ପହଞ୍ଚିସାରିଥିବା ଅବିବାହିତ ଦୁଇଭାଇ ଭତ୍ତାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି। ବଡଭାଇ ଯୋଗେନ୍ଦ୍ର ମହାରଣାଙ୍କ ବୟସ ୮୦ ବର୍ଷ ହୋଇଥିବା ବେଳେ ସାନଭାଇ ଅର୍ଜୁନଙ୍କ ବୟସ ୭୦ରୁ ଉର୍ଦ୍ଧ୍ୱ। ମାତ୍ର ମିଳିଥିବା ଆଧାର କାର୍ଡରେ ବଡଭାଇଙ୍କ ବୟସ ୩୫ ହୋଇଥିବା ବେଳେ ସାନଭାଇଙ୍କ ବୟସ ୫୦ ବୋଲି ଉଲ୍ଲେଖ ରହିଛି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆଧାର କାର୍ଡ ଜରୁରୀ ହୋଇଥିବା ବେଳେ ଉକ୍ତ ଆଧାରରେ ଉଭୟଙ୍କ ବୟସ ଭତ୍ତା ପାଇଁ ଯୋଗ୍ୟ ହୋଇ ନ ଥିବାରୁ ଆବେଦନ ପରେ ବି ଏହା ନାକଚ ହେଶଇଯାଉଛି। ଅନ୍ୟପକ୍ଷରେ ବଡଭାଇ ଯୋଗେନ୍ଦ୍ର ଦୀର୍ଘଦିନ ହେବ ଫାଇଲେରିଆ ରୋଗରେ ଆକ୍ରନ୍ତ ହୋଇ କାମଦାମ କରି ନ ପାରି ଘରେ ପଡିରହିଥିବା ବେଳେ ସାନଭାଇ ମଜୁରି କରି ଆଣୁଥିବା ଅର୍ଥରେ ଦୁଇଭାଇ ଯେନତେନ ପ୍ରକାର ଚଳିଯାଉଛନ୍ତି ବୋଲି କହିଛନ୍ତି। ଏମାନଙ୍କର ଭୋଟର କାର୍ଡ ନ ଥିବା କହିଛନ୍ତି। ଏ ନେଇ ରଜିଆ ସରପଞ୍ଚ ଜୟକିଶୋରୀ ନାଏକଙ୍କୁ ପଚାରିବାରୁ ଏଭଳି ଲୋକମାନେ ତାଙ୍କ ସମସ୍ୟା ସମ୍ବନ୍ଧରେ ଆମକୁ ଅବଗତ କରୁନାହାନ୍ତି। ତୁରନ୍ତ ଉଭୟଙ୍କ ଆଧାର ସଂଶୋଧନ କରାଯାଇ ଭତ୍ତା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri