ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ ସେବା ଏବେବି ସ୍ବପ୍ନରେ ରହିଯାଇଛି । ଅନ୍ୟପଟେ ୧୩୦ ବର୍ଷ ବିତି ଯାଇଥିଲେ ହେଁ ଗଞ୍ଜାମରେ ନୂଆ ରେଳ ଲାଇନ ଇଞ୍ଚେ ମଧ୍ୟ ବଢ଼ିବାକୁ ନାହିଁ । ୧୩୦ ବର୍ଷ ପୂର୍ବେ ବ୍ରିଟିଶ ଶାସକ ମାନେ ଯେଉଁ ଲାଇନ ରେଳ ଲାଇନ ବିଛାଇଥିଲେ ତାହା ୨୦୦୦ ମସିହାରେ ଦୋହରିକରଣ ସହ ବିଦ୍ୟୁତକରଣ ହୋଇଛି। ହେଲେ ଜିଲାର ଅନ୍ୟ ଅଞ୍ଚଳରେ କିଭଳି ରେଳ ସେବା ବୃଦ୍ଧି ପାଇବ ସେଥିପ୍ରତି ଦୃଷ୍ଟି ଦିଆଯାଇନାହିଁ। ନିର୍ବାଚିତ ଲୋକ ପ୍ରତିନିଧିମାନେ ଏନେଇ କେନ୍ଦ୍ର ସରକାରଙ୍କ ଉପରେ ଉପଯୁକ୍ତ ଭାବେ ଚାପ ପକାଇବାରେ ବିଫଳ ହେଉଥିବା ଯୋଗୁ ଜିଲ୍ଲାର ଅନ୍ୟ ଅଞ୍ଚଳବାସୀ ରେଳ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
 ବସ, କାର, ଅଟୋ ଅପେକ୍ଷା ରେଳ ଯାତ୍ରୀ ଭଡ଼ା କମ। ଏଥିସହ ମାଲ ପରିବହନରେ କେତେକ କ୍ଷେତ୍ରରେ ଏହା ଅନ୍ୟ ଯାନବାହାନ ଅପେକ୍ଷା ସୁବିଧା। ତେଣୁ କେତେକ କ୍ଷେତ୍ରରେ ଲୋକେ ରେଳରେ ଯିବା ପାଇଁ ପସନ୍ଦ କରୁଛନ୍ତି। କିନ୍ତୁ ରେଳ ପ୍ରକଳ୍ପ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବା ଯୋଗୁ ନୂଆ ରେଳ ପ୍ରକଳ୍ପ ଉକ୍ତ ଦୁଇ ଜିଲାରେ ଅଗ୍ରଗତି ହୋଇପାରୁନାହିଁ। ଇତିମଧ୍ୟରେ ବିଭିନ୍ନ ଆଡୁ ଚାପ ବଢିବା ପରେ କେନ୍ଦ୍ର ସରକାର ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ପାଇଁ ଚୂଡାନ୍ତ ଡିପିଆର୍‌ ପ୍ରସ୍ତୁତ କରି ରେଳ ବିଭାଗର ଅନୁମୋଦନ ପାଇଁ ପଠାଇଛନ୍ତି। ଏ ବାବଦରେ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ପୁର୍ବରୁ ଏକାଧିକ ଥର ଡିପିଆର୍‌ ହୋଇଛି। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ବର୍ତ୍ତମାନ ପୁଣି ଡିପିଆର୍‌ ହୋଇ ଅନୁମୋଦନ ପାଇଁ ଯାଇଛି। ପୁର୍ବରୁ ୨୫୪ କିମିର ଡିପିଆର୍‌ ହୋଇଥିଲା। ବର୍ତ୍ତମାନ ତାହା ୩୩୨ କିମିକୁ ବୃଦ୍ଧି ପାଇଛି। ଏନେଇ କେବେ ଅର୍ଥ ଅନୁମୋଦନ ହେଉଛି ତାହା ଦେଖିବା ବାକି ରହିଲା। ବିଭିନ୍ନ ସମୟରେ ଉକ୍ତ ରେଳ ପ୍ରକଳ୍ପ ପାଇଁ ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରକାର କଟାକ୍ଷ କରି ସରକାରଙ୍କୁ ସମାଲୋଚନା କରୁଛନ୍ତି ।

ନୂଆ ଡିପିଆର୍‌ ଅନୁସାରେ ୩୩୨ କିମି ରେଳ ଲାଇନ ବିଛାଯିବ। ସେଥିରେ ୨୫ଟି ଷ୍ଟେଶନ ହେବ। ସେଗୁଡିକ ହେଲା  ଜଗନ୍ନାଥପୁର, ହୁଗୁଲାପଟା, କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ଆସିକା ରୋଡ, ଖଣ୍ଡରାବଳି, ବାସୁଦେବପୁର, ଭଞ୍ଜନଗର, ମୁଜାଗଡ, ବ୍ରାହ୍ମଣପଦର, ଅଭୟପୁର, ଚକାପାଦ, ଅର୍ଚାଙ୍ଗି ,କୁଚୁଡା, କୁଚୁପାଜୁ, ଦୁତୀପଡ଼ା,ଫୁଲବାଣୀ, କଲାମୁରି, ମଲିକପଡା, ରେଗାଲି, ବାଘିଆପଡ଼ା, ବୌଦ୍ଧ, କଦଳୀଗଡ଼, ରେଢ଼ାଖୋଲ ରେଳଷ୍ଟେସନ ରହିବ । ଏଥିରେ ୨୪ ଟି ଟନେଲ ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ଉକ୍ତ ପ୍ରକଳ୍ପ ଉପରେ ନିୟମିତ ସୂଚନା ରଖୁଥିବା କର୍ମୀ ବି ଶଙ୍କର ପାତ୍ର ଏଠାରେ କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ଦୃଢ଼ ସମ୍ଭାବନା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri