Posted inଖେଳ

ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ଖେଳାଳି ଓଜନ ହରାଇଥିଲେ: ଷ୍ଟୋକ୍ସ

ଅହମଦାବାଦ,୧୦।୩ (ପି.ଟି.): ଭାରତ ବିପକ୍ଷରେ ଚତୁର୍ଥ ଟେଷ୍ଟ ଖେଳିବା ଅବସରରେ ଇଂଲଣ୍ଡ ଖେଳାଳିମାନେ ଓଜନ ହରାଇଥିଲେ ବୋଲି ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ କହିଛନ୍ତି। ମ୍ୟାଚ୍‌ ପୂର୍ବରୁ ଆମ ଖେଳାଳିମାନଙ୍କ ପାକସ୍ଥଳୀରେ ସମସ୍ୟା ଦେଖାଦେଇଥିଲା ବୋଲି ସେ କହିଛନ୍ତି।
ଏହି ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ୧-୩ ବ୍ୟବଧାନରେ ପରାସ୍ତ ହୋଇଥିଲା। ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ଏକ ଇନିଂସ ଓ ୨୫ ରନରେ ପରାସ୍ତ ହୋଇଥିଲା। ଅହମଦାବାଦରେ ୪୧ ଡିଗ୍ରୀ ତାପମାତ୍ରରେ ଖେଳିବା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଆମ ଦଳରେ କେତେଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିଲେ ବୋଲି ଷ୍ଟୋକ୍ସ ‘ଡେଲି ମିରର’କୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି।
ଗୋଟିଏ ସପ୍ତାହରେ ଡମ୍‌ ସିବ୍‌ଲି ୪ କେ.ଜି., ଜିମ୍ମି ଆଣ୍ଡରସନ ୩ କେ.ଜି. ଓ ମୁଁ ୫ କେ.ଜି. ଓଜନ ହରାଇଛୁ। ସେହିପିର ଜ୍ୟାକ୍‌ ଲିଚ୍‌ ପ୍ରତ୍ୟେକ ବୋଲିଂ ସ୍ପେଲ୍‌ ପରେ ପ୍ୟାଭିଲିୟନ ଫେରି ଟଏଲେଟ୍‌ ଯାଉଥିଲେ । ତେବେ ପରାଜୟ ପାଇଁ ଏହି ଘଟଣାକୁ ଦାୟୀ କରୁନାହିଁ। ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଚମତ୍କାର ଖେଳିଥିଲେ। ଇଂଲଣ୍ଡକୁ ଜିତାଇବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରିଥିଲୁ। ଏବେ ପ୍ରଦର୍ଶନରେ କିଭଳି ଉନ୍ନତି ଆଣିବୁ ସେ ନେଇ ପ୍ରୟାସ କରିବୁ ବୋଲି ଷ୍ଟୋକ୍ସ କହିଛନ୍ତି। ଦଳରେ ଏକାଧିକ ଖେଳାଳି ପ୍ରଥମଥର ପାଇଁ ଭାରତ ଗସ୍ତ କରିଥିଲେ। ଅର୍ଥାତ ଭାରତରେ ଖେଳିବାର ଅଭିଜ୍ଞତା ଏମାନଙ୍କ ପାଖରେ ନ ଥିଲା। ତେବେ ଏହା କ୍ରିକେଟର ଅଂଶବିଶେଷ। ଓଲି ପୋପ୍‌, ଜ୍ୟାକ କ୍ରଲି ଓ ଡୋମ ସିବ୍‌ଲିଙ୍କ ଭଳି ଯୁବ ଖେଳାଳି ଏହି ସିରିଜରେ ଉତ୍ସାହଜନକ ପ୍ରଦର୍ଶନ କରିଥିଲେ। ଏହି ପରାଜୟକୁ ପଛରେ ପକାଇ ଆଗକୁ ବଢିବାକୁ ହେବ ବୋଲି ଷ୍ଟୋକ୍ସ କହିଛନ୍ତି। ଏବେ ଇଂଲଣ୍ଡ ଓ ଭାରତ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବେ। ୧୨ ତାରିଖ ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri