ଆକର୍ଷଣ ପାଲଟିଛି ଅଲୋଡ଼ା କୁଞ୍ଜବନ ମଠ

ଖୋର୍ଦ୍ଧା ଅଫିସ,୨୮।୨: କୁହାଯାଏ ଇଚ୍ଛା ଓ ନିଷ୍ଠା ଥିଲେ ସବୁ କିଛି ସମ୍ଭବ। ସଫଳତା ଆପେ ଆପେ ମିଳିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଦୁଇ ଯୁବବନ୍ଧୁ ସନ୍ତୋଷ କୁମାର ମାନସିଂ ଓ ସୁମନ୍ତ କୁମାର ପ୍ରଧାନ। ଉଭୟଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଏକଦା ଜରାଜୀର୍ଣ୍ଣ ହୋଇ ଅଲୋଡ଼ା ପଡ଼ିଥିବା କୁଞ୍ଜବନ ମଠ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ବୋଲଗଡ଼ ବ୍ଲକ ଅଧୀନ ପିଚୁକୁଳିଠାରୁ ୩କିମି ଦୂର ଗଲେ ଅସରଳା ଗ୍ରାମ ପଡ଼େ। ଏଠାରୁ ୧ କିମି ଦୂୂରରେ କୁଞ୍ଜବନ ମଠ ରହିଛି। ଅନାବନା ଗଛ ଲତା, ଶିଆଳି ଲତା ଭର୍ତ୍ତିହୋଇ ଅସ୍ବାସ୍ଥ୍ୟକର ପରିବେଶରେ ଥିବା ଏହି ମଠ ନୂତନ ରୂପ ନେବା ପରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଝାଟିମାଟି, ନଡ଼ା, ବେତ, ବାଉଁଶ ପ୍ରଭୃତିରେ ସୁମନ୍ତ ଓ ସନ୍ତୋଷ ଗଢ଼ିଛନ୍ତି ଟାଇଟାନିକ ଜାହାଜର ପ୍ରତିକୃତି। ଏଥିସହ ଗ୍ରାମୀଣ ପରିବେଶର ଝଲକ ସ୍ବରୂପ ଝାଟିମାଟିର କୁଡ଼ିଆ, ସବାରି ସାଙ୍ଗକୁ ମୟୂର, ହରିଣ ପ୍ରଭୃତି ମାଟି ନିର୍ମିତ ବନ୍ୟଜନ୍ତୁ, ଦୋଳି, ଝରଣାର କୁଳୁକୁଳୁ ନାଦର ଭ୍ରମ ଏହାର ପ୍ରାକୃତିକ ପରିବେଶକୁ ଅତି ଆକର୍ଷଣୀୟ କରିପାରିଛି।
ଏକଦା ଅଲୋଡ଼ା ତଥା ଅବ୍ୟବସ୍ଥିତ ପରିବେଶରେ କୁଞ୍ଜବନ ମଠ ରହିଥିଲା। ଜାତୀୟ ରାଜପଥ ଦେଇ ଖୋର୍ଦ୍ଧା ଓ ନୟାଗଡ଼ ଯାଉଥିବା ଲୋକେ ଏହାର ମନୋରମ ପରିବେଶ ସମ୍ପର୍କରେ ଜାଣିବା ପରେ ଏଠାକୁ ବୁଲି ଆସୁଛନ୍ତି। ଟାଇଟନିକ ଜାହାଜ ଆଗରେ ଲୋକେ ଠିଆ ହୋଇ ସେଲ୍ଫି ନେବା ସହ ଏଠାକାର ମନୋରମ ପରିବେଶକୁ ଉପଭୋଗ କରୁଛନ୍ତି। ଏଠାରେ ବନ୍ଧୁମିଳନ ଓ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ସୁମନ୍ତ ଓ ସନ୍ତୋଷଙ୍କ ପ୍ରୟାସ ଯୋଗୁ ଅସରଳା କୁଞ୍ଜବନ ମଠ ସମ୍ପ୍ରତି ଚର୍ଚ୍ଚାକୁ ଆସିଛି। ତେବେ ଉକ୍ତ ମଠକୁ ଯିବା ଲାଗି ଏକ ମାଟିରାସ୍ତା ରହିଛି। ସରକାର ଏହି ମଠର ପୁନରୁଦ୍ଧାର ସହ ପକ୍କା ରାସ୍ତା ନିର୍ମାଣ କଲେ ଏହାର ଗୌରବ ବୃଦ୍ଧି ପାଇବା ସହ ପର୍ଯ୍ୟଟକ ଅଧିକ ଆକୃଷ୍ଟ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସୁମନ୍ତ ଓ ସନ୍ତୋଷ କହିଛନ୍ତି, କରୋନା ଯୋଗୁ ଗ୍ରାମକୁ ଫେରିବା ପରେ ଆମେ ଦୁଇଜଣ କିଛି କରିବା ଲାଗି ନିଷ୍ପତ୍ତି ନେଇଥିଲୁ। ଘରେ ବସିରହିବା ଅପେକ୍ଷା କିଛି ନୂତନ କାମ କରିବାକୁ ଚିନ୍ତା କଲୁ। ଦିନେ ଦୁଇ ବନ୍ଧୁ କୁଞ୍ଜବନ ମଠ ବୁଲିବାକୁ ଯାଇଥିଲୁ। ମଠର ବାବାଜୀଙ୍କଠାରୁ ଏହାର ପ୍ରାଚୀନତା ସମ୍ପର୍କରେ ଜାଣିବା ପରେ ମଠକୁ ନୂତନ ରୂପ ଦେବାକୁ ନିଷ୍ପତ୍ତି ନେଲୁ। ସେତେବେଳେ ମଠ ଚାରିପଟେ ଅନାବନା ଗଛଲତା ପରିପୂର୍ଣ୍ଣ ଥିଲା। ତେଣୁ ଏହାକୁ ସଫାସୁତୁରା କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଦୁହେଁ ମିଶି ବିଭିନ୍ନ ଯୋଜନା ପ୍ରସ୍ତୁତ କଲୁ। ସୋସିଆଲ ମିଡିଆରେ ବିଭିନ୍ନ ସ୍ଥାନର ଚିତ୍ର ଦେଖିବା ପରେ ଆମ ମନକୁ ଏଭଳି ପରିକଳ୍ପନା ଆସିଥିଲା। ଏଠାରେ ଉପଲବ୍ଧ ଥିବା ସାମଗ୍ରୀକୁ ବ୍ୟବହାର କରି ସ୍ବଳ୍ପ ଖର୍ଚ୍ଚରେ କିପରି ନୂତନତ୍ୱ ଦିଆଯାଇପାରିବ, ସେଥିଲାଗି ପ୍ରସ୍ତୁତି ଆରମ୍ଭ କଲୁ। ପ୍ରଥମେ ବାଉଁଶ, ନଡ଼ା, ମାଟିକୁ ବ୍ୟବହାର କରି ଟାଇଟାନିକ ଜାହାଜ କରିବାକୁ ନିଷ୍ପତ୍ତି ନେଇ କାମ ଆରମ୍ଭ କରିଥିଲୁ। ଏଥିସହିତ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଚାଲିଥିଲା। ଏକ ଗ୍ରାମୀଣ ପରିବେଶର ଝଲକ ସୃଷ୍ଟି ଲକ୍ଷ୍ୟ ନେଇ ଯେଉଁ କାମ କରିଛୁ ତାହା ଏବେ ଅଞ୍ଚଳବାସୀ ଓ ପର୍ଯ୍ୟଟକଙ୍କ ମନ ଛୁଇଁପାରୁଛି। ଏଥିଲାଗି ଆମେ ଦୁହେଁ ବହୁତ ଖୁସି ବୋଲି ସୁମନ୍ତ ଓ ସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଗ୍ରାମର ବିବେକାନନ୍ଦ ସ୍ବାଇଁ କହିଛନ୍ତି, କୁଞ୍ଜବନ ମଠ ହେଉଛି ବହୁ ପ୍ରାଚୀନ। ଏଠାରେ ରାଧାକୃଷ୍ଣ ପୂଜା ପାଉଛନ୍ତି। ଜଣେ ବାବାଜୀ ରହି ମଠରେ ପୂଜାର୍ଚ୍ଚନା କରୁଛନ୍ତି। ଏକଦା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ମଠ ଦୁଇ ଯୁବକଙ୍କ ଲାଗି ଏକ ନୂତନ ପରିଚୟ ପାଇଛି। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri