ଅନିଶ୍ଚିତତାରେ ସୁବର୍ଣ୍ଣରେଖା ବନ୍ଦର

ଭୋଗରାଇ,୩ା୨: ରାଜସ୍ବ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣରେ ବିଳମ୍ବ ଓ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପ୍ରସ୍ତାବିତ ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ନଦୀଭିତ୍ତିକ ବନ୍ଦର ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ୧୪ ବର୍ଷ ପୂର୍ବେ ଏହି ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।
୨୦୦୬ ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲା ଭୋଗରାଇ ଗସ୍ତ ବେଳେ ଥାନା ଛକ ହେଲିପ୍ୟାଡ ପଡ଼ିଆ ଜନସଭାରେ କୀର୍ତ୍ତନିଆଠାରେ ୫ହଜାର କୋଟି ଟଙ୍କା ବ୍ୟୟରେ ଏକ ବନ୍ଦର ହେବ ବୋଲି ଘୋଷଣା କରିଥିଲେ। ମାତ୍ର ଘୋଷଣା ହେବାର ଦୁଇ ଦିନ ପରେ ହଠାତ୍‌ ସ୍ଥାନ ପରିବର୍ତ୍ତନ କରାଯାଇଥିଲା। ବାଲିଆପାଳ ଚୌମୁଖଠାରେ ବନ୍ଦର ହେବା ନେଇ ଚେନ୍ନାଇ କ୍ରିଏଟିଭ ପୋର୍ଟ ଡେଭଲପମେଣ୍ଟ ଲିମିଟେଡ୍‌ ସହ ରାଜ୍ୟ ସରକାର ଚୁକ୍ତି ମଧ୍ୟ କରିଥିଲେ। ୨୦୧୮ରେ ଟାଟା ଷ୍ଟିଲ୍‌ ୫୧ପ୍ରତିଶତ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିଲା। ୨୦୧୯ ଫେବୃୟାରୀ ୧୩ରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଯୁବସମାବେଶରେ ବନ୍ଦର ଶିଳାନ୍ୟାସ କରିବା ସହ ରାସ୍ତାଘାଟର ଉନ୍ନତି, ନୂତନ ରେଳପଥ ହେବା ସହ ୧୨ହଜାର କର୍ମସଂସ୍ଥାନ ସୁଯୋଗ ରହିଛି ବୋଲି ଘୋଷଣା କରିଥିଲେ। ବନ୍ଦରକୁ ଲକ୍ଷ୍ୟ ରଖି ପୁଣି ସେଠାରେ କେନ୍ଦ୍ର ସରକାର ୭୫ହଜାର କୋଟି ଟଙ୍କାର ଅନ୍ୟ ଏକ ମେଗା ପ୍ରକଳ୍ପ ଘୋଷଣା କରିଥିଲେ। ଫଳରେ ସମୁଦ୍ରକୂଳ ଅଞ୍ଚଳର ୬ ପଞ୍ଚାୟତର ୬୦ହଜାରରୁ ଊର୍ଦ୍ଧ୍ୱ ଲୋକ ଦୁଇ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ଗଢ଼ି ତୋଳିଛନ୍ତି। ବାର ମାସର ଶସ୍ୟଶ୍ୟାମଳ ମାଟିରେ ଧାନ, ପାନ, ମୀନ, ଗୁଆ, ପନିପରିବା ଓ ତୈଳବୀଜ ଚାଷ ହେଉଥିବା ବେଳେ ସେଠାରେ ଜନସାଧାରଣଙ୍କୁ ଉଚ୍ଛେଦ ହେବା ଆଶଙ୍କା କରି ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ୮୦ ଦଶକରେ ଗଢ଼ି ଉଠିଥିବା ଐତିହାସିକ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ ଭଳି ଅନୁରୂପ ଭାବେ ଆନ୍ଦୋଳନ ହେଉଥିବାରୁ ସ୍ଥିତି ଜଟିଳ ହେବାରେ ଲାଗିଛି।
ଏଭଳି ସ୍ଥିତିରେ ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲା ରାମନଗର ବ୍ଲକ ଅଧୀନ ସମୁଦ୍ର ପଥରୁ ମାତ୍ର ୯ରୁ ୧୦ ନଟିକାଲ ମାଇଲସ ଦୂର ତାଜପୁର ସମୁଦ୍ର କୂଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ଶହ କୋଟି ଟଙ୍କାର ଗଭୀର ସମୁଦ୍ରଭିତ୍ତିକ ବନ୍ଦର ଘୋଷଣା କରିଛନ୍ତି। ଏଥିସହ ସ୍ଥାନୀୟ ଲୋକଙ୍କୁ ଉଚ୍ଛେଦ କରା ନ ଯାଇ ୧୫ହଜାର କର୍ମସଂସ୍ଥାନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଫେବୃୟାରୀ ପ୍ରଥମ ସପ୍ତାହରେ ବନ୍ଦର କାର୍ଯ୍ୟକାରୀ ଓ ଉନ୍ନୟନର ଉଚ୍ଚସ୍ତରୀୟ ସମୀକ୍ଷା ନେଇ ସେ ଦୀଘା ସୈକତ ସହରକୁ ଆସୁଥିବା ସରକାରୀ ଓ ଦଳୀୟ ସୂତ୍ରରୁ ପ୍ରକାଶ। ୧୪ବର୍ଷ ଧରି ବନ୍ଦର କାର୍ଯ୍ୟ ଆରମ୍ଭ ନ ହେବା, ବାଲିଆପାଳ ଆନ୍ଦୋଳନକାରୀଙ୍କୁ ରାଜ୍ୟ ବିରୋଧୀ ଦଳ ଓ ପରିବେଶବିତ୍‌ମାନେ ସମର୍ଥନ କରିବା ଦ୍ୱାରା ବନ୍ଦର ହେବା ପ୍ରସଙ୍ଗ ଭିନ୍ନମୋଡ଼ ନେଉଛି। ବାଲିଆପାଳରେ ବିରୋଧ ହେଉଥିବାବେଳେ ପୂର୍ବଘୋଷିତ ସ୍ଥାନ ଭୋଗରାଇ କୀର୍ତ୍ତନିଆ ଓ ବିଚିତ୍ରପୁରରେ ବନ୍ଦର ହେବାକୁ ଦାବି ହେଉଛି।
ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ବନ୍ଦର ହେବା ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ପୂର୍ବତନ ବାଲେଶ୍ୱର ଏମ୍‌ପି ତଥା ବିଜେଡି ଜିଲା ସଭାପତି ରବୀନ୍ଦ୍ର ଜେନା ବନ୍ଦର ହେଲେ ସ୍ଥାନୀୟ ଜନସାଧାରଣଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସୁଦୃଢ଼ ହେବା ସହିତ ଜିଲା ଓ ରାଜ୍ୟର ବିକାଶ ଘଟିବ ବୋଲି କହିଛନ୍ତି। ବନ୍ଦର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ପଚରାଯିବାରୁ ଜମି ଅଧିଗ୍ରହଣରେ ବିଳମ୍ବ ହେଉଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାରଙ୍କଠାରେ ଦାବି କରିଛି ବୋଲି କହିଛନ୍ତି। କଂଗ୍ରେସ ନେତା ସତ୍ୟଶିବ ଦାସ କୁହନ୍ତି, ରାଜ୍ୟ ସରକାର ଓ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବ ଏବଂ ଅପାରଗତା ପାଇଁ ବନ୍ଦର ହୋଇପାରୁନି। ଉପକୂଳ ଭିଟାମାଟି ସୁରକ୍ଷା କମିଟି ଆବାହକ ଅରୁଣ ଜେନା କୁହନ୍ତି, ଲକ୍ଷାଧିକ ଲୋକଙ୍କୁ ବାସଚ୍ୟୁତ କରି ବିକାଶ ନାମରେ ପୁଞ୍ଜିପତିଙ୍କ ସ୍ବାର୍ଥ ରକ୍ଷା ପାଇଁ ଲୋକଙ୍କ ଜୀବନଜୀବିକାକୁ ସରକାର ଛଡ଼ାଇ ନେବାକୁ ଚକ୍ରାନ୍ତ କରୁଛନ୍ତି। ମରିବୁ ପଛେ ଆମ ଭିଟାମାଟି ଛାଡ଼ିବୁ ନାହିଁ। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୪୮୨ କି. ମି. ବେଳାଭୂମି ରହିଛି। ୧୯୬୬ରୁ ପାରାଦୀପ, ୨୦୧୧ରୁ ଭଦ୍ରକ ଓ ୨୦୧୩ରୁ ଗଞ୍ଜାମର ଗୋପାଳପୁରରେ ବନ୍ଦର କାର୍ଯ୍ୟକ୍ଷମ ହୋଇଛି। ଏହାସହ ୨୦୧୭ରେ ସରକାର ୧୪ ସ୍ଥାନକୁ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ଚି଼ହ୍ନଟ କରିଛନ୍ତି।

-ପ୍ରଦୀପ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ: ୯ ଜଣ ଶ୍ରମିକ ଆହତ

ଭୁବନେଶ୍ୱର,୨।୫: କେନ୍ଦୁଝର ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି। ରୁଗୁଡ଼ି ସ୍ଥିତ KJS ଆଲୁୱାଲିଆ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

କାହିଁକି ଶଗଡ ଚଢି ନାମାଙ୍କନ ଦାଖଲ କରିବାକୁ ଆସିଲେ ମନ୍ମଥ, କହିଲେ କାରଣ…

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡିର ମନ୍ମଥ ରାଉତରାୟ ।...

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିପାରେ ଭାଜପା: ଅମିତ ଶାହା

ଭୁବନେଶ୍ୱର,୨ା୫: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ରେ ଦଳ ଓଡିଶାରେ ପ୍ରାୟ ୧୬ ଟି ଲୋକସଭା ଆସନ ଜିତିପାରେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ...

ସ୍ତ୍ରୀ ରୋଗ ବିଶେଷଜ୍ଞରୁ ରାଜନୀତି, ଭାଜପା ଟିକେଟ୍‌ରେ ଏଇଠୁ ଲଢିବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୨।୫: ଭାଜପା ଗୁରୁବାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ବାରବାଟୀ କଟକରୁ ପ୍ରଖ୍ୟାତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri