Posted inଖେଳ

ଜୁନିୟର ମହିଳା ହକି: ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ ହ୍ୟାଟ୍ରିକ୍‌: ଚିଲିକୁ ହରାଇଲା ଭାରତ

ସାଣ୍ଟିଆଗୋ (ଚିଲି), ୧୯ା୧ (ପି.ଟି.)-ଷ୍ଟ୍ରାଇକର ବିୟୁଟି ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ ହ୍ୟାଟ୍ରିକ ଗୋଲ ସହାୟତାରେ ଭାରତର ଜୁନିୟର ମହିଳା ହକି ଦଳ ୫-୩ ଗୋଲରେ ଚିଲିକୁ ପରାସ୍ତ କରିଛି। ଏହି ବିଜୟ ଦ୍ୱାରା କୋଭିଡ୍‌ ଯୋଗୁ ପ୍ରାୟ ଏକ ବର୍ଷ ପାଖାପାଖି ଛୁଟିରେ ଥିବା ଭାରତ ପ୍ରତିଯୋଗିତାକୁ ସଫଳ ପ୍ରତ୍ୟାବର୍ତ୍ତନ କରିପାରିଛି। ଝାଡ଼ଖଣ୍ଡ ଷ୍ଟ୍ରାଇକର ଡୁଙ୍ଗ୍‌ଡୁଙ୍ଗ୍‌ ୨୯ତମ, ୩୮ତମ ଏବଂ ୫୨ତମ ମିନିଟ୍‌ରେ ଗୋଲ ସ୍କୋର କରିଥିବା ବେଳେ ଭାରତ ତରଫରୁ ଅନ୍ୟ ଦୁଇଟି ଗୋଲ ଲାଲରିଣ୍ଡିକି (୧୪ତମ) ଏବଂ ସଙ୍ଗୀତା କୁମାରୀ (୩୦ତମ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ହାଇସ୍କୋରିଂ ମ୍ୟାଚରେ ଚିଲି ତରଫରୁ ସିମୋନ୍‌ ଆଭେଲି (୧୦ମ), ପାଉଲା ସାଞ୍ଜ୍‌ (୨୫ତମ) ଓ ଫର୍ନାଣ୍ଡା ଆରିଟା (୪୯ତମ) ଗୋଟିଏ ଲେଖାଏ ଗୋଲ୍‌ ସ୍କୋର କରିଥିଲେ। ଭାରତ ମ୍ୟାଚର ଶେଷ ଦୁଇ କ୍ୱାର୍ଟରରେ ଖେଳକୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଏଥିସହିତ ଆକ୍ରମଣାତ୍ମକ ଖେଳି ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ ନୂଆଦିଲ୍ଲୀ,୨।୫: ଖେଳାଳିମାନେ ପ୍ରାୟ ୩୫ ବର୍ଷ...

ଧୋନୀଙ୍କୁ ପଛରେ ପକାଇଦେଲେ ଗାଏକ୍ୱାଡ୍‌: ହାସଲ କଲେ ବଡ଼ ଉପଲବ୍ଧି

ଚଣ୍ଡିଗଡ,୨।୫: ଚେନ୍ନାଇ ସୁପର କିଙ୍ଗ୍ସକୁ ନିଜ ଘରୋଇ ପଡ଼ିଆରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୭ ଉଇକେଟରେ ଏକ ବଡ଼ ପରାଜୟରର ସମ୍ମୁଖୀନ ହେବାକୁ ପଡିଥିଲା। ଗୋଟିଏ...

ଆଇପିଏଲ୍‌ ଅଧାରୁ ସ୍ବଦେଶ ଫେରିଯିବେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୫: ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ପୂର୍ବରୁ ଇଂଲଣ୍ଡ ଦଳ ପାକିସ୍ତାନ ସହିତ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ...

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିବାକୁ ଯାଉଛନ୍ତି ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୧।୫: ଆସନ୍ତା ଟି-୨୦ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟିକତ୍ୱ କରିବେ ରୋହିତ ଶର୍ମା। ୨୦୦୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋହିତ ଶର୍ମା ଏପର୍ଯ୍ୟନ୍ତ ଖେଳାଯାଇଥିବା...

ହିଟ ଆଣ୍ଡ ରନ୍‌: କ୍ରିକେଟର ସୁରେଶ ରାଇନା ମାନିଲେ ୨ ଯୁବକଙ୍କର ହୋଇଛି ମୃତ୍ୟୁ

ଧର୍ମଶାଳା,୨।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳର କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅର ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri