Posted inଫୁରସତ

ଏମିତି ମନ୍ଦିର ଯେଉଁଠି ପ୍ରସାଦ ଲଗାଯାଏ ଗାଡ଼ି ପାର୍ଟସ୍‌, କାରଣ ଜାଣିଲେ..

ମନ୍ଦିରରେ ସମସ୍ତେ ଧୂପ, ଦୀପ ଜଳାଇ କଦଳୀ, ନଡିଆ, ମିଠା ଆଦି ପ୍ରସାଦ ଲଗାନ୍ତି। କିନ୍ତୁ ଆମେ ଏଠାରେ ଯେଉଁ ମନ୍ଦିର କଥା କହୁଛୁ ସେଠି ପ୍ରସାଦଭାବେ ଚଢ଼ାଯାଏ ଗାଡ଼ିର ପାର୍ଟସ୍‌, ଗାଡ଼ିର ନମ୍ବର ପ୍ଲେଟ୍‌, ଘରର ପୁରୁଣା ହତିଆର ଆଦି। ଉକ୍ତ ମନ୍ଦିର ହିମାଚଳ ପ୍ରଦେଶର ମଗରୁଲା ନାମକ ଦୁର୍ଗମ ଅଞ୍ଚଳରେ ରହିଛି। ଏଠାରେ ‘ବନଶୀରା ଦେବତା’ଙ୍କ ପୂଜା କରାଯାଏ, ଯାହାଙ୍କୁ କି ଜଙ୍ଗଲର ଦେବତା କୁହାଯାଏ। ସେଥିପାଇଁ ମନ୍ଦିରଟି ଜଙ୍ଗଲ ମଝିରେ ରହିଛି। ଏହି ମନ୍ଦିରର ନା ଛାତ ଅଛି, ନା ପୂଜା କରିବା ପାଇଁ କୌଣସି ପୂଜାରୀ। ଏହି ମନ୍ଦିର ଓ ତନ୍ମଧ୍ୟସ୍ଥ ଦେବତାଙ୍କ ଇତିହାସର କୌଣସି ପ୍ରମାଣ ନାହିଁ। କିନ୍ତୁ କାହିଁ କେଉଁ କାଳରୁ ଏହି ଦେବତା ଏଠାରେ ଅବସ୍ଥାନ କରିଛନ୍ତି। ନିକଟସ୍ଥ ମଗରୁ ମହାଦେବ ମନ୍ଦିରର ପୂଜାରୀ ହେତରାମ କହନ୍ତି, ପ୍ରାଚୀନ ସମୟରୁ ହିଁ ଲୋକେ ଏଠାରେ ନିଜ ଘରର ପୁରୁଣା ହତିଆର ଚଢ଼ାଇ ଆସୁଛନ୍ତି। କାଳକ୍ରମେ ଏଠାରେ ଗାଡ଼ିର ପାର୍ଟସ୍‌ ଓ ନମ୍ବର ପ୍ଲେଟ୍‌ ଚଢ଼ାଇବା ବି ସାମିଲ ହୋଇଗଲା। ବିଶ୍ୱାସ କରାଯାଏ ଏଭଳି କଲେ ସେହି ବସ୍ତୁ ଉପରେ ଦେବତାଙ୍କ କୃପା ଦୃଷ୍ଟି ପଡିଥାଏ ଓ ସଙ୍କଟ ବି ଆସି ନ ଥାଏ। ମନ୍ଦିର ପରିସରରେ ଥିବା ହଜାର ହଜାର ଗାଡି ପାର୍ଟସ୍‌ ଓ ନମ୍ବର ପ୍ଲେଟ୍‌କୁ ଦେଖିଲେ ହିଁ ଜଣାପଡ଼ିଯାଏ ଲୋକଙ୍କର ଏହି ଦେବତାଙ୍କ ଉପରେ କେତେ ଆସ୍ଥା ରହିଛି। ମନ୍ଦିର ବାଟ ଦେଇ ଯଦି କେଉଁ ଗାଡ଼ି ଯାଏ, ଗାଡ଼ି ଚାଳକ ଗାଡି ଅଟକାଇ ନିଶ୍ଚୟ ପ୍ରଣାମ କରନ୍ତି। ଜଣେ ଶ୍ରଦ୍ଧାଳୁ କହନ୍ତି, ଯଦି ଗାଡ଼ିର କୌଣସି ପାର୍ଟସ୍‌ ବାରମ୍ବାର ଖରାପ ହେଉଛି, ତେବେ ତାକୁ ଏହି ମନ୍ଦିରରେ ପ୍ରସାଦ ରୂପେ ଚଢ଼ାଇଲେ ସେହି ପାର୍ଟ ଆଉ ଖରାପ ହୁଏ ନାହିଁ। ଗାଡ଼ିର ନମ୍ବର ପ୍ଲେଟ ଏଥିପାଇଁ ଏଠାରେ ରଖାଯାଏ, ଯେମିତିକି ସେହି ଗାଡ଼ି ଉପରେ ଦେବତାଙ୍କ ଶୁଭ ଦୃଷ୍ଟି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri