ବେଜୋସ୍‌ଙ୍କୁ ଟପିଲେ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ଟେସ୍‌ଲା ଇଙ୍କ୍‌ ଏବଂ ସ୍ପେଶ୍‌ ଏକ୍ସର ପ୍ରତିଷ୍ଠାତା ଏଲନ୍‌ ମସ୍କ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କୁ ଟପି ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତିର ସ୍ଥାନ ହାସଲ କରିଛନ୍ତି। ଗୁରୁବାର ଟେସ୍‌ଲାର ଶେୟାର ୪.୮% ବଢ଼ିବାରୁ ମସ୍କ ବେଜୋସ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ବ୍ଲୁମ୍‌ବର୍ଗ ପକ୍ଷରୁ ବିଶ୍ୱର ୫୦୦ ଧନଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଏଲନ୍‌ ମସ୍କ ଏବେ ପ୍ରଥମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ଜନ୍ମିତ ଏହି ଇଞ୍ଜିନିୟରଙ୍କ ମୋଟ ସମ୍ପତ୍ତି ୧୮୮.୫ ବିଲିୟନ ଡଲାରକୁ ବଢ଼ିଛି। ଏହା ବେଜୋସ୍‌ଙ୍କ ସମ୍ପତ୍ତିଠାରୁ ୧.୫ ବିଲିୟନ ଅଧିକ। ୨୦୧୭ ପରଠାରୁ ଆମାଜନ ପ୍ରତିଷ୍ଠାତା ଏହି ସ୍ଥାନରେ ରହି ଆସୁଥିଲେ। ଗତ ଗୋଟିଏ ବର୍ଷରେ ମସ୍କଙ୍କର ସମ୍ପତ୍ତି ଦ୍ରୁତ ଭାବେ ବଢ଼ିଛି। ସେ ଏହି ଅବଧିରେ ୧୫୦ ବିଲିୟନ ଡଲାର ସମ୍ପତ୍ତି ଯୋଡ଼ି ପାରିଛନ୍ତି। ଦ୍ରୁତ ଭାବେ ସମ୍ପତ୍ତି ଯୋଡ଼ିବାରେ ଏହା ଇତିହାସରେ ପ୍ରଥମ। ଗତ ଗୋଟିଏ ବର୍ଷରେ ଟେସ୍‌ଲା ଶେୟାର ୭୪୩% ବଢ଼ିଛି। ୪୯ ବର୍ଷୀୟ ମସ୍କ କହିଛନ୍ତି, ମଙ୍ଗଳରେ ସ୍ଥାପନ ହେବାକୁ ଥିବା ସହର ଗଢ଼ିବାରେ ଯଥାସମ୍ଭବ ସମ୍ପତ୍ତି ଦାନ କରିପାରିବେ। ସୂଚନାଯୋଗ୍ୟ, ଏଲନ୍‌ ମସ୍କଙ୍କ କମ୍ପାନୀ ଟେସ୍‌ଲା ଇଲେକ୍ଟ୍ରିକ କାର୍‌ ପ୍ରସ୍ତୁତ କରୁଥିବା ବେଳେ ସ୍ପେଶ୍‌ ଏକ୍ସ ଏକ ଘରୋଇ କମ୍ପାନୀ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ସକ୍ରିୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri