ଜଳେଶ୍ୱର ସହର ଜଳଖିଆ ଦୋକାନ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢାଉ: ଖାଦ୍ୟର ମାନ ଯାଞ୍ଚ କଲେ ଅଧିକାରୀ

ଜଳେଶ୍ୱର, ୨୫ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ସହରର ବିଭିନ୍ନ ବଜାରରେ ଥିବା ଜଳଖିଆ ଦୋକାନ ଉପରେ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ପକ୍ଷରୁ ଚଢାଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରାଯାଇଛି। ସିଡିଏମ୍‌ଓ ଦୁଲାଲସେନ ଜଗଦେବଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ନିରାପତ୍ତା ଅଧିକାରୀ ଅନୁଶ୍ରୀ ଖଟୁଆ, କର୍ମଚାରୀ ନିତ୍ୟାନନ୍ଦ ପତି ସଦଳବଳେ ଚଢ଼ାଉ କରି ଜଳଖିଆ ଦୋକାନରେ ବିକ୍ରି ହେଉଥିବା ବିଭିନ୍ନ ପ୍ରକାର ମିଠା ଓ ତେଲଭାଜି ଖାଦ୍ୟକୁ ପରୀକ୍ଷା ନିରୀକ୍ଷା କରିବା ପରେ ତାହାର କିଛି ନମୁନା ନିଜ ସହିତ ନେଇଯାଇଛନ୍ତି। ଏଥିସହିତ ଖାଦ୍ୟ ପ୍ରସ୍ତୁତ ହେଉଥିବା ରୋଷେଇ ଘରକୁ ମଧ୍ୟ ଅଧିକାରୀ ବୁଲି ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ କଡ଼ା ତାଗିଦ୍‌ କରିଥିଲେ।

ଅଧିକାରୀମାନେ ପ୍ରଥମେ ଷ୍ଟେସନବଜାରସ୍ଥିତ କାଳିକା ସୁଇଟ୍‌ସ୍‌ ଜଳଖିଆ ଦୋକାନରେ ଚଢାଉ କରିଥିଲେ। ପରିଷ୍କାର, ପରିଚ୍ଛନ୍ନ ଅବଲମ୍ବନ ନେଇ ଅଧିକାରୀମାନେ ତାଗିଦ୍‌ କରିବା ପରେ ୭ଦିନିଆ ନୋଟିସ୍‌ ଜାରି କରିଛନ୍ତି। ଉକ୍ତ ନୋଟିସ୍‌ର ଜବାବ ସନ୍ତୋଷଜନକ ନ ହେଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହାବ୍ୟତିତ ଷ୍ଟେଶନବଜାର ଓ ବଡ଼ବଜାରସ୍ଥିତ ବିଭିନ୍ନ ଜଳଖିଆ ଏବଂ ହୋଟେଲରେ ମଧ୍ୟ ଚଢ଼ାଉ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଆଜକୁ ୨ ଦିନ ପୂର୍ବେ କାଳିକା ସୁଇଟ୍‌ସ୍‌ ଦୋକାନରେ ଜଣେ ଗ୍ରାହକ ଉତ୍ତମ କୁମାର ସାହୁ ସିଙ୍ଗଡ଼ା କିଣି ଖାଉଥିବା ବେଳେ ସେଥିରେ ଏକ ମଲା ବିଛା ଦେଖିଥିଲେ। ଯାହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଫଳସ୍ବରୂପ ଜଳେଶ୍ୱର ଅଞ୍ଚଳର ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଜିଲାର ସିଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏହି ଚଢ଼ାଉ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗର ଖାମଖିଆଲି ନୀତି ଓ ନିୟମିତ ଯାଞ୍ଚ କରା ନ ଯିବା ଫଳରେ ଏଭଳି ଅନୁପଯୋଗୀ ବିଷାକ୍ତ ଖାଦ୍ୟ ଖୋଲା ବଜାରରେ ବିକ୍ରି ଚାଲିଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri