ଓଡ଼ିଶା ପୋଲିସକୁ ପ୍ରଶଂସା କଲେ ବିପିନ ରାଓ୍ବତ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ସୁରକ୍ଷାର ଅଗ୍ରଦୂତ ହେଉଛି ପୋଲିସ। ଯେକୌଣସିି ସଙ୍କଟ କାଳରେ ସରକାରଙ୍କ ସବୁଠାରୁ ଅଧିକ ଦୃଶ୍ୟମାନ ଓ ପ୍ରଥମ ପ୍ରତିକ୍ରିୟା ଦେଉଥିବା ପ୍ରତିନିଧି ହେଉଛି ପୋଲିସ ବୋଲି ଭାରତର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ କହିଛନ୍ତି। କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଭର୍ଚୁଆଲ ମାଧ୍ୟମରେ ଚାଲିଥିବା ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଦ୍ୱିତୀୟ ଦିନରେ ଯୋଗଦେଇ ଜେନେରାଲ ରାଓ୍ବତ ଏହା କହିଥିଲେ। ଏହି ଅବସରରେ ସେ ଓଡ଼ିଶା ପୋଲିସକୁ ପ୍ରଶଂସା କରିବା ସହ ଓଡ଼ିଶାରେ ଅପରାଧ ହାର ଯଥେଷ୍ଟ କମ୍‌ ଓ ଆଇନଶୃଙ୍ଖଳା ଅତି ଉଚ୍ଚମାନର ବୋଲି କହିଥିଲେ। ସମସ୍ତ ଆହ୍ବାନକୁ ପ୍ରତିହତ କରି ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ସଫଳ ହୋଇଛି। ମାଓବାଦୀ ଅଞ୍ଚଳରେ କାର୍ଯ୍ୟ କରୁଥିବା ସମସ୍ତ କେନ୍ଦ୍ରୀୟ ପୋଲିସ ବାହିନୀର ସମନ୍ବୟ ଯୋଗୁ ଏହା ସମ୍ଭବ ହୋଇଥିବା ସେ କହିଥିଲେ।
ଜିଓ ଷ୍ଟ୍ରାଟେଜିକ୍‌ ପରିବେଶର ଦ୍ରୁତ ପରିବର୍ତ୍ତନ ବାବଦରେ ଜେନେରାଲ ରାଓ୍ବତ କହିଲେ, ଜଳବାୟୁ ପରିବର୍ତ୍ତନ, ଆଞ୍ଚଳିକୀକରଣ, ଜଗତୀକରଣ, ସାଧାରଣ ବିରୋଧାଭାସ, ବାଣିଜି୍ୟକ ଯୁଦ୍ଧ ଏଭଳି ଅନ୍ୟାନ୍ୟ କ୍ରମୋନ୍ନତି ସବୁ ଅସ୍ଥିରତା, ଅନିଶ୍ଚିତତା ଓ ବ୍ୟାଘାତ ସୃଷ୍ଟି କରୁଛି। ଏଥିସହିତ ଅପ୍ରତିସମ ଯୁଦ୍ଧ ସ୍ଥିତି ଆମ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରୁଛି। ଏହି ପରିପ୍ରେକ୍ଷୀରେ ଆଭ୍ୟନ୍ତରୀଣ ସ୍ଥିରତାକୁ ସୁନିଶ୍ଚିତ କରିବାରେ ପୋଲିସର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସମ୍ମିଳନୀରେ ହୋଇଥିବା ବିଚାରବିମର୍ଶ ପୋଲିସ ମୁଖିଆଙ୍କୁ ଭବିଷ୍ୟତରେ ଆଭ୍ୟନ୍ତରୀଣ ନିରାପତ୍ତାର ଅଭିଭାବକ ଭାବେ ଦେଖିବାରେ ସାହାଯ୍ୟ କରିବ ବୋଲି ଜେନେରାଲ ରାଓ୍ବତ ମତ ରଖିଥିଲେ।
ସେହିପରି ପ୍ରଖ୍ୟାତ ଲେଖକ, ସାମାଜିକ କର୍ମୀ ଓ ସମାଜଶାସ୍ତ୍ରୀ କମଳା ଭାସିନ ଲିଙ୍ଗ ସମ୍ବେଦନଶୀଳ ପୋଲିସିଂ ଉପରେ ବକ୍ତବ୍ୟ ରଖିଥିଲେ। ସମାଜ ତଥା ପୋଲିସର ଆଚରଣକୁ ପ୍ରଭାବିତ କରୁଥିବା କୁସଂସ୍କାର ଓ ପକ୍ଷପାତିତା ବାବଦରେ ଆଲୋଚନା କରିଥିଲେ। ରାଜ୍ୟ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ପୋଲିସ ବିଭାଗର ବିଭିନ୍ନ ଆଇନଗତ ପ୍ରସଙ୍ଗ ଉପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଅନ୍ୟଏକ ଅଧିବେଶନରେ ‘୫-ଟି’କୁ ସହଜ କରିବା ପାଇଁ କମ୍ପ୍ୟୁଟରୀକରଣ, ତଥ୍ୟ ବିଶ୍ଳେଷଣ ଓ ପେପର ଲେସ୍‌ ପୋଲିସିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଡାଟାବେଶ ପ୍ରତିଷ୍ଠା, ଆରକ୍ଷୀ ଆପ୍‌, ଅନୁସୂଚିତ ଜାତି, ଜନଜାତି, ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧର ତଦନ୍ତରେ ଅଧିକ ଉନ୍ନତି ଆଣିବା, ପୋଲିସ ଥାନା ଓ ପୋଲିସର କାର୍ଯ୍ୟ ପ୍ରଦର୍ଶନ, ଉପକୂଳ ସୁରକ୍ଷା, ଗୃହ, ପୋଲିସ ଆଧୁନିକୀକରଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀରେ ପୋଲିସ ଡିଜି ଅଭୟଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri