କ୍ୟାନ୍‌ସର ପୀଡିତଙ୍କ ପାଇଁ କେଶ ଦାନ

ବାରିପଦା ଅଫିସ,୧୫ା୧୨- ଶରୀରର ପ୍ରତ୍ୟେକଟି ଅଙ୍ଗକୁ ଦାନ କରିବା ପାଇଁ ରହିଛି ଇଚ୍ଛାଶକ୍ତି। ଚକ୍ଷୁଦାନ ଲାଗି ସ୍ବିକୃତୀ ଦେଇ ସାରିବା ପରେ ଏବେ କ୍ୟାନସର ପୀଡ଼ିତଙ୍କ ପାଇଁ ନିଜ କେଶକୁ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ କଲେଜ ଛାତ୍ରୀ। ମୃତ୍ୟୁ ପୂର୍ବରୁ ଅନ୍ୟର ଆବଶ୍ୟକତାକୁ ପୂରଣ କଲେ ଆନନ୍ଦ ମିଳିବ ବୋଲି ବାର୍ତ୍ତା ବାଣ୍ଟିି ଉଦାହାରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ତୁଳସୀଚଉରା ୱାର୍ଡ ନଂ.୨୩ ନାଥଗଳିରେ ରହୁଥିବା ଛାତ୍ରୀ ଶୃତି ମାଇତି ।
ପିଲାଟି ଦିନରୁ ସେବା ମନୋବୃତ୍ତିରେ ଥିଲା ତାଙ୍କ ରୁଚି। ଖେଳକୁଦକୁ ଗୁରୁତ୍ୱ ନ ଦେଇ ଅନ୍ୟର ସେବା କରିବା ଥିଲା ତାଙ୍କର ନିଶା ା ଏହି ନିଶା ତାଙ୍କ ପାଇଁ ଆଣିଦେଇଛି ସ୍ବତନ୍ତ୍ର ପରିଚୟ ା ବାପା ସୁଦୀପ୍ତ ମାଇତି ଓ ମାଆ ସ୍ବପ୍ନାଙ୍କ ଏକମାତ୍ର ଅଳିଅଳି ଝିଅ ସେ ା ପିଲାଟି ଦିନରୁ ଅଜା, ଆଈ, ମାମୁ ଓ ମାଇଁଙ୍କ ସ୍ନେହ ମମତା ପାଇ ବଡ଼ ହୋଇଛନ୍ତି ା ତକତପୁର ଅଟୋନମସ କଲେଜରେ +୩ କଳା ଶେଷ ବର୍ଷ ହିନ୍ଦୀ ସମ୍ମାନ (ଅନର୍ସ) ରଖି ପଢ଼ୁଛନ୍ତି। +୨ ଶିକ୍ଷା ଗ୍ରହଣ ସମୟରେ ଜାତୀୟ ସେବା ଯୋଜନାରେ ନିଜକୁ ନିୟୋଜିତ କରି ଆରମ୍ଭ କରିଥିଲେ ସ୍ବେଚ୍ଛାକୃତ କାର୍ଯ୍ୟ ା ରକ୍ତଦାନ ଶିବିରଠାରୁ ଆରମ୍ଭ କରି ପ୍ରତ୍ୟେକଟି ସେବାମୂଳକ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ସଫଳତା ସାଉଁଟିିଛନ୍ତି। ଜିଲା, ରାଜ୍ୟ ତଥା ଜାତୀୟସ୍ତରରେ ନିଜର କୃତିତ୍ୱ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି ା ଶିମିଳାରେ ଅନୁଷ୍ଠିତ ସାହସିକ ଶିବିର, ଆସାମର ଆସନଶୋଲଠାରେ ହେଉଥିବା ଅନ୍ତର୍ଜାତୀୟ ସମନ୍ବିତ ଶିବିର ଓ ଦିଲ୍ଲୀର ପ୍ରି-ରିପବ୍ଲିକ ଶିବିରରେ ଅଂଶ ଗ୍ରହଣ କରିଛନ୍ତି ା ସେବା ମନୋବୃତ୍ତିରେ ନିଜକୁ ସାମିଲ କରିଥିବା ବେଳେ ନିଜ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଦାନ କରି ଅନ୍ୟର ଆବଶ୍ୟକତାକୁ ପୂରଣ କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି। କ୍ୟାନସର ପୀଡିତଙ୍କ କେଶ ଉପୁଡ଼ିବା ସମସ୍ୟାକୁ ଦୃଷ୍ଟିରେ ରଖି ସେ ନିଜର କେଶକୁ ଦାନ କରିବା ପାଇଁ ଲେଡିଜ ପାର୍ଲର ଓ ସ୍ବାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରିଥିଲେ। କୌଣସି ପ୍ରକାର ଏକ ଠିକଣା ପାଇବା ପରେ ସେ ନିଜ ମୁଣ୍ଡକୁ ଲଣ୍ଡା କରି କେଶକୁ ସୁରକ୍ଷିତ ଭାବେ ସଜାଡ଼ି ପଠାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ମାନବର ସୌନ୍ଦର୍ଯ୍ୟ ଚିରନ୍ତନ ନୁହେଁ କ୍ଷଣସ୍ଥାୟୀ, ମାତ୍ର କର୍ମ ହିଁ ଚିରସ୍ମରଣୀୟ ା ‘ମୋ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ’ ନିଜ ଜୀବନକୁ ଉସତ୍ର୍ଗୀକୃତ କରିବା ହେଉଛି ତାଙ୍କର ସ୍ବପ୍ନ। ସମସ୍ୟାକୁ ଚିହ୍ନଟ କରି ତାର ସମସ୍ୟାର ସମାଧାନ କରିବା ହେଉଛି ପ୍ରତ୍ୟକ ସ୍ବେଚ୍ଛାସେବୀର କାର୍ଯ୍ୟ ା ତାଙ୍କର ଏଭଳି ପ୍ରୟାସ ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହିତ ସମାଜକୁ ଏକ ବାର୍ତ୍ତା ଦେବ ବୋଲି ସେ କହିଛନ୍ତି। ତେବେ ପାଠପଢ଼ି ସେ ପୋଲିସ ବିଭାଗରେ ଚାକିରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚାକିରି ପାଇବା ପରେ ଅବହେଳିତ ଓ ନିଷ୍ପେସିତ ଲୋକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ଆଶା ରଖିଥିବା କହିଛନ୍ତି।
ଫଟୋ-
ନିଜ କେଶକୁ ଧରି ଲଣ୍ଡା ହୋଇଥିବା ଶ୍ରୁତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri