Posted inଖେଳ

ବ୍ରେକ୍‌ଡ୍ୟାନ୍ସିଂକୁ ଅଲିମ୍ପିକ ମାନ୍ୟତା: ୨୦୨୪ ଅଲିମ୍ପିକ୍ସରେ ପଦାର୍ପଣ କରିବ

ଜେନିଭା, ୯।୧୨(ଏପି): ଆନୁଷ୍ଠାନିକ ଭାବେ ବ୍ରେକ୍‌ଡ୍ୟାନ୍ସିଂ ଏବେ ଅଲିମ୍ପିକ କ୍ରୀଡ଼ାର ମାନ୍ୟତା ହାସଲ କରିଛି। ଏହି କ୍ରୀଡ଼ା ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ଡେବ୍ୟୁ କରିବ। ଯୁବପିଢ଼ିର କ୍ରୀଡ଼ା ପ୍ରଶଂସକଙ୍କୁ ଆକର୍ଷିତ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ବ୍ରେକ୍‌ଡ୍ୟାନ୍ସିଂକୁ ଅଲିମ୍ପିକ୍‌ରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହିତ ସ୍କେଟ୍‌ବୋର୍ଡିଂ, ସ୍ପୋଟର୍‌ସ କ୍ଲାଇମ୍ବିଂ ଓ ସର୍ଫିଙ୍ଗ୍‌କୁ ମଧ୍ୟ ଅଲିମ୍ପିକ୍‌ ମାନ୍ୟତା ପ୍ରଦାନ କରାଯାଇଛି। ଆଇଓସିର କାର୍ଯ୍ୟକାରୀ କମିଟି ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ଏହି ୩ଟି କ୍ରୀଡ଼ା ଟୋକିଓ ଅଲିମ୍ପିକ୍ସରେ ଡେବ୍ୟୁ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ୨୦୨୧ ଜୁଲାଇ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ଏହି କ୍ରୀଡ଼ାଗୁଡିକୁ ଅଲିମ୍ପିକ୍ସରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଟୋକିଓ ଅପେକ୍ଷା ପ୍ୟାରିସ ଅଲିମ୍ପିକ୍ସରେ ୧୦ଟି ଇଭେଣ୍ଟ କମ୍‌ ଖେଳାଯିବ। ପ୍ୟାରିସ୍‌ରେ ମୋଟ ୩୨୯ଟି ଇଭେଣ୍ଟ ଖେଳାଯିବ। ଭାରୋତ୍ତୋଳନରୁ ୪ଟି ଇଭେଣ୍ଟକୁ ବାଦ୍‌ ଦିଆଯିବ। ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆଥଲେଟିକ୍ସ କୋଟା ୨୦୨୪ ରଖାଯାଇଛି। ଟୋକିଓ ଅଲିମ୍ପିକ୍ସଠାରୁ ଏହା ୬୦୦ କମ୍‌। ଦୁଇଟି କ୍ରୀଡ଼ା ବକ୍ସିଂ ଓ ଭାରୋତ୍ତୋଳନରେ ଭାଗନେବାକୁ ଥିବା ଆଥଲେଟ୍‌ଙ୍କ ସଂଖ୍ୟାରେ ଅବନତି ହେବ।
ପ୍ୟାରିସ୍‌ରେ ଭାରୋତ୍ତୋଳନରେ ୧୨୦ଜଣ ଆଥଲେଟ୍‌ ଅଂଶଗ୍ରହଣ କରିବେ। ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଆଥଲେଟ୍‌ ସଂଖ୍ୟାଠାରୁ ଏହା ଅଧାରୁ ଆହୁରି କମ୍‌। ଡୋପିଂ ସମସ୍ୟା କାରଣରୁ ଏହି କ୍ରୀଡ଼ାକୁ ସମ୍ପୂର୍ଣ୍ଣ ରୂପେ ବାଦ୍‌ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ଭାରୋତ୍ତୋଳନ ଫେଡେରେଶନ (ଆଇଡବ୍ଲ୍ୟୁଏଫ୍‌)ରେ ହୋଇଥିବା ସଂସ୍କାର ନେଇ ଆଇଓସି ଚିନ୍ତିତ ରହିଛି।
ପ୍ୟାରିସ ସମେତ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଆଇଓସି ଭବିଷ୍ୟତ ପାଇଁ ଦୀର୍ଘକାଳୀନ ପ୍ରାଥମିକତା ଧାର୍ଯ୍ୟ କରିଛି। ଅଲିମ୍ପିକ୍ସରେ ସମାନ ସଂଖ୍ୟାରେ ମହିଳା ଓ ପୁରୁଷ ଖେଳାଳିମାନେ ଅଂଶଗ୍ରହଣ କରିବା ଉପରେ ଅଧିକ ପ୍ରାଧାନ୍ୟ ଦିଆଯିବ। ଏଥିସହିତ ସହରୀକୃତ ଇଭେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।
ଅଲିମ୍ପିକ୍ସରେ ବ୍ରେକ୍‌ଡ୍ୟାନ୍ସିଂକୁ ବ୍ରେକିଂ ବୋଲି କୁହାଯିବ। ୨୦୧୮ ବୁଏନ୍ସ ଆୟାର୍ସ ଯୁବ ଅଲିମ୍ପିକ୍ସରେ ଏହାର ପରୀକ୍ଷାମୂଳକ ପ୍ରୟୋଗ କରାଯାଇଥିଲା ଓ ଏହା ସଫଳ ମଧ୍ୟ ହୋଇଥିଲା। ଏହାପରେ ପ୍ୟାରିସ ଆୟୋଜକମାନେ ବ୍ରେକ୍‌ଡ୍ୟାନ୍ସଂକୁ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ପ୍ୟାରିସ୍‌ର ପ୍ଲେସ୍‌ ଡି ଲି କନ୍‌କୋର୍ଡରେ ଏହି କ୍ରୀଡ଼ା ସମେତ ସ୍ପୋଟର୍‌ସ କ୍ଲାଇମ୍ବିଂ ଓ ୩- ଅନ୍‌-୩ ବାସ୍କେଟବଲକୁ ଭେନ୍ୟୁ ପ୍ରଦାନ କରାଯାଇଛି। ସେହିପରି ସର୍ଫିଙ୍ଗ୍‌କୁ ଫ୍ରାନ୍ସର ତାହିତି ସମୁଦ୍ର ଉପକୂଳଠାରୁ ୧୫,୦୦୦ କିଲୋମିଟର ଦୂରରେ ପ୍ରଶାନ୍ତ ମହାସାଗରରେ ଆୟୋଜନ କରାଯିବ। ଏ ନେଇ ଗତ ମାର୍ଚ୍ଚରେ ଆଇଓସି ସମ୍ମତି ପ୍ରକାଶ କରିଥିଲା। ସୋମବାର ଅନୁଷ୍ଠିତ ହୋଇଥିବା ବୈଠକରେ ୨୮ଟି ଜଣାଶୁଣା ସମର ଗେମ୍ସ ସ୍ପୋଟର୍‌ସ ସହ ମୋଟ ୪୧ଟି ଇଭେଣ୍ଟ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।
ଅନ୍ୟପଟେ ବିଭିନ୍ନ କ୍ରୀଡ଼ାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି। ଓସିଏନ ରୋଇଂ ଓ ପାରକୋର ଭଳି ଇଭେଣ୍ଟକୁ ସ୍ବୀକୃତି ପ୍ରଦାନ କରାଯାଇ ନାହିଁ। ପୁରୁଷ ୫୦ କି.ମି. ଚାଲି ବଦଳରେ ଏକ ମିକ୍ସଡ ଜେଣ୍ଡର ଟିମ୍‌ ଇଭେଣ୍ଟ ସାମିଲ କରାଯିବ। ଆହୁରି କେତୋଟି କ୍ରୀଡ଼ାର ମଧ୍ୟ ପ୍ରଦିବଦଳ କରାଯିବା ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri