ପ୍ରିୟଙ୍କାଙ୍କ ହାତରେ ଆଉ ଏକ ହଲିଉଡ୍ ଅଫର

ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଖୁବ୍‌ଶୀଘ୍ର ହିନ୍ଦୀ ସିନେମାରେ ପୁଣିଥରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଥିଲା । ଏବେ କିନ୍ତୁ ପ୍ରିୟଙ୍କା ନିଜେ ଜଣାଇଛନ୍ତି କି ଏବେ ତାଙ୍କ ହାତରେ ଲାଗିଛି ଆଉ ଏକ ହଲିଉଡ୍ ଅଫର୍ । ଆଗରୁ ହଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଜୋନସ୍ ଯେଉଁ ଫିଲ୍ମରେ ନଜର ଆସିବେ ସେଥିରେ ସେ ୫ଥର ଗ୍ରାମୀ ପୁରସ୍କାର ଜିତି ସାରିଥିବା ସେଲି ଡିଓନଙ୍କ ସହ କାମ କରିବେ । ନିଜ ସୋସିଆଲ ମିଡିଆ ନେଟୱର୍କ ଇନଷ୍ଟାଗ୍ରାମରେ ନିଜେ ପ୍ରିୟଙ୍କା ଏହି ସୂଚନା ଦେଇଛନ୍ତି । ଏହି ହଲିଉଡ୍ ଫିଲ୍ମର ନାଁ ରହିଛି ‘ଟେକ୍ଟ ଫର ୟୁ’ । ଯାହା ଜର୍ମାନୀରେ ୨୦୧୬ ମସିହାରେ ରିଲିଜ ହୋଇଥିବା ଫିଲ୍ମ “ଏସ୍‌ଏମ୍‌ଏସ୍ ଫର ଡିଜ’ ଦ୍ୱାରା ପ୍ରେରଣା ପାଇଛି । ଏହାକୁ ନେଇ ପ୍ରିୟଙ୍କା ଲେଖିଛନ୍ତି ଏହି ଫିଲ୍ମରେ ଅଭିନୟ କରିବା ମୋ ପାଇଁ ସମ୍ମାନର କଥା । ଏହାକୁ ଦେଖିବା ପରେ ପତି ନିକ୍ ଜୋନସ ଇମୋଜି ଦେଇ ନିଜର ଖୁସି ବ୍ୟକ୍ତି କରିଛନ୍ତି । ଗୋଟିଏ ପଟେ ପ୍ରିୟଙ୍କାଙ୍କ ବଲିଉଡ୍ ପ୍ରଶଂସକ ତାଙ୍କୁ ଅପେକ୍ଷା ରଖିଥିବା ବେଳେ ଅନ୍ୟପଟେ ହଲିଉଡରେ ଯେମିତି ପିସିଙ୍କ ଭାଗ୍ୟ ଖୋଲିବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri