Posted inରାଜ୍ୟ

ହୋଇପାରିଲାନି ସ୍କୁଲ ମରାମତି କାର୍ଯ୍ୟ: ବର୍ଷାରେ ଭିଜି ବାରଣ୍ଡାରେ ପଢିଲେ ଛାତ୍ରୀଛାତ୍ର

ରଣପୁର,୨୨।୬(ସ୍ବ.ପ୍ର.:ସାମୁଦ୍ରିକ ଝଡ ଫନୀ ପ୍ରଭାବରେ ନୟାଗଡ ଜିଲାର ରଣପୁର ବ୍ଲକ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଗତ ମେ ୩ତାରିଖରେ ସଂଘଟିତ ହୋଇଥିବା ବାତ୍ୟାକୁ ଏ ମଧ୍ୟରେ ଦେଢମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାତ୍ୟା ପ୍ରଭାବରୁ ସାଧାରଣ ଲୋକେ ସୁଧୁରି ପାରିନାହାନ୍ତି। ବାତ୍ୟାରେ ରଣପୁର ବ୍ଲକ ସହିତ ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ସ୍କୁଲ ଗୃହଗୁଡିକ ଭାଙ୍ଗିରୁଜି ଯାଇଛି । ଦେଢମାସ ଭିତରେ ପ୍ରଶାସନ ତରଫରୁ କୌଣସି ମରାମତି କରାଯାଇନଥିଲା ବେଳେ ଶୁକ୍ରବାର ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲାଯାଇଛ। ରଣପୁର ଅଞ୍ଚଳରେ ଶୁକ୍ରବାର ଲଘୁଚାପ ଯୋଗୁଁ ଦିନ ତମାମ ବର୍ଷା ଲାଗି ରହିଛି ା ଏହି ବର୍ଷାରେ ଛାତ୍ରୀଛାତ୍ର ଓ ଶିକ୍ଷକ ମାନେ ବିଦ୍ୟାଳୟକୁ ଯାଇଥିଲେ। ହେଲେ ଫନୀରେ ଭାଙ୍ଗି ଯାଇଥିବା ବିଦ୍ୟାଳୟ ଗୁଡିକରେ ପାଠପଢା ଅନୁପଯୋଗୀ ହେବାରୁ କେତେକ ବିଦ୍ୟାଳୟରେ ବର୍ଷାରେ ଭିଜି ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ଅଭିଭାବକ ମାନେ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଯେ, ରଣପୁର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ଅଧୀନରେ ୨୩୭ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ୪୪ ହାଇସ୍କୁଲ ରହିଛି ା ଫନୀ ବାତ୍ୟାରେ ୭୨ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସହିତ ୧୫ରୁ ଊର୍ଦ୍ଧ୍ୱ ସରକାରୀ ବେସରକାରୀ ହାଇସ୍କୁଲ ଶ୍ରେଣୀ ଗୃହର ଆଜବେଷ୍ଟସ ଉଡାଇ ନେଇଥିଲା ବେଳେ ଆଉ କେତେକ ଗୃହର କାନ୍ଥ ଭାଙ୍ଗି ଯାଇଛି। ସେହି ଗୃହ ଗୁଡିକ ବିପଦ ସଙ୍କୁଳ ରହିଥିଲା ବେଳେ ସେଠାରେ ଛାତ୍ରୀଛାତ୍ର ମାନଙ୍କୁ ପାଠ ପଢାଇବା ଅନୁପଯୋଗୀ ହୋଇଛି ା ପ୍ରଶାସନ ତରଫରୁ ବାତ୍ୟା ପରେ ଏହାର ତଦନ୍ତ କରାଯାଇ ଏହି ଗୃହ ଗୁଡିକ ବାତ୍ୟାରେ ଭାଙ୍ଗି ଯାଇଥିବା ରିପୋର୍ଟ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ହେଲେ ପ୍ରଶାସନ ତରଫରୁ ଭାଙ୍ଗିଯାଇଥିବା ବିଦ୍ୟାଳୟ ଗୁଡିକର କୌଣସି ମରାମତି କରାଯାଇ ନଥିଲାବେଳେ ଶୁକ୍ରବାର ବିଦ୍ୟାଳୟ ଖୋଲିବାରୁ ବାଧ୍ୟ ହୋଇ ଶିକ୍ଷକମାନେ ଛପର ଥିବା ବାରଣ୍ଡାରେ ବସି ପାଠ ପଢାଇଥିଲେ। ଏ ବିଷୟରେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ର ନାଥ ସାହୁଙ୍କୁ ପଚାରିବାରୁ ସେ କୁହନ୍ତି ଫନୀ ବାତ୍ୟାରେ ରଣପୁର ଅଞ୍ଚଳର ବହୁତ ବିଦ୍ୟାଳୟ ଅଜବେଷ୍ଟସ ଛପର ଭାଙ୍ଗି ଉଡି ଯିବା ସହିତ ବଡ ବଡ ଗଛ ପଡି କାନ୍ଥ ଭାଙ୍ଗିିଯାଇଛି। ଏନେଇ ଆମେ ଜିଲା ପ୍ରଶାସନକୁ ଅବଗତ କରାଇଛୁ, ହେଲେ ଏପର୍ଯ୍ୟନ୍ତ କୌଣସି ଗୋଟିଏ ବିଦ୍ୟାଳୟର ମରାମତି କାର୍ଯ୍ୟ ହୋଇପାରିନାହିଁ ା ଫଳରେ ଶୁକ୍ରବାର ବିଦ୍ୟାଳୟ ଖୋଲିବାରୁ ବାରଣ୍ଡାରେ ଛାତ୍ରୀଛାତ୍ର ମାନଙ୍କୁ ଝିିପି ଝିପି ବର୍ଷାରେ ପାଠ ପଢିବାକୁ ପଡିଲା। ଏ ବିଷୟରେ ନୟାଗଡ ଜିଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତିରଞ୍ଜନ ଦାସ କୁହନ୍ତି ବାତ୍ୟାର ଦେଢମାସ ପରେ ସରକାରଙ୍କ ଅପାରଗତା ଯୋଗୁଁ ସ୍କୁଲ ଖୋଲିଲେ ମଧ୍ୟ କୌଣସି ବିଦ୍ୟାଳୟ ମରାମତି ହୋଇ ନ ପାରିବାରୁ ଛାତ୍ରୀ ଛାତ୍ରମାନେ ବାରଣ୍ଡାରେ ପାଠ ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri