Posted inଖେଳ

ମୋର୍ଗାନ ଓ ରସେଲ୍‌ଙ୍କ ପରେ ବ୍ୟାଟିଂ କରନ୍ତୁ କାର୍ତ୍ତିକ

ଶାରଜା, ୫ା୧୦(ପି.ଟି.)-ଦୁଇଥର ଆଇପିଏଲ୍‌ ବିଜୟୀ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର)ର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀରଙ୍କ ମତରେ ଇଅନ ମୋର୍ଗାନ ଓ ଆନ୍ଦ୍ରେ ରସେଲଙ୍କ ପରେ ଦୀନେଶ କାର୍ତ୍ତିକ ବ୍ୟାଟିଂ କରିବା ଲାଗି ଆସିଲେ ଭଲ। ଅନ୍ୟପକ୍ଷରେ ଟପ୍‌ ଅର୍ଡରରୁ ସୁନୀଲ ନାରିନ୍‌ଙ୍କୁ ବାଦ୍‌ ଦେବା ଉଚିତ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ୩ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି କାର୍ତ୍ତିକ ୨୩ବଲ୍‌ରୁ ୩୦ରନ କରିଥିଲେ। ଏହା ବ୍ୟତୀତ ମୋର୍ଗାନଙ୍କ ଆଗରୁ ବ୍ୟାଟିଂ କରିବାକୁ ଆସି ସେ ଉଲ୍ଲେଖନୀୟ ରନ ସଂଗ୍ରହ କରିପାରି ନାହାନ୍ତି। ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରି ଉଇକେଟକିପର ବ୍ୟାଟ୍ସମ୍ୟାନ ୬ରନ ସ୍କୋର କରିଥିଲେ। ମୋର୍ଗାନ (୧୮ ବଲ୍‌ରୁ ୪୪) ଏବଂ ରାହୁଲ ତ୍ରିପାଠୀ (୧୬ ବଲ୍‌ରୁ ୩୬) ଯଥାକ୍ରମେ ୬ଷ୍ଠ ଓ ୮ମ ସ୍ଥାନରେ ଆସି ରନ୍‌ ଚେଜ୍‌ ବେଳେ ଆଶା ସଞ୍ଚାର କରିଥିଲେ। ବ୍ୟାଟିଂ ଅର୍ଡରରେ ରାହୁଲ ତ୍ରିପାଠୀଙ୍କୁ ପଦୋନ୍ନତି ଦେବା ଉଚିତ। ଦିନେଶ କାର୍ତ୍ତିକ ୬ ନମ୍ବର ସ୍ଥାନରେ ଖେଳନ୍ତୁ। କିନ୍ତୁ ମୋର୍ଗାନ କିମ୍ବା ରସେଲଙ୍କ ପୂର୍ବରୁ ନୁହେଁ। ସୁନୀଲ ନାରିନ୍‌ଙ୍କୁ ୮ମ କିମ୍ବା ୯ମ ସ୍ଥାନରେ ପଠାଯିବା ଉଚିତ ବୋଲି ଗମ୍ଭୀର ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ଭାରତର ପୂର୍ବତନ ଓପନର କହିଛନ୍ତି ୧୯ତମ ଓଭରରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ (୧/୪୯)ଙ୍କୁ ପଠାଇବା କାର୍ତ୍ତିକଙ୍କ ନିଷ୍ପତ୍ତି ଭୁଲ୍‌ ଥିଲା। ଏହି ବୋଲର ଗୋଟିଏ ଓଭରରେ ୨୦ ରନ ଦେଇଥିଲେ। ୧୮ତମ, ୧୯ତମ ଓ ୨୦ତମ ଓଭରରେ ଦଳର ଶ୍ରେଷ୍ଠ ବୋଲରଙ୍କୁ ବୋଲିଂ ଦେବା କଥା। ବୋଲିଂ ପାଇଁ ସ୍ପିନର ଚାହୁଁଥିଲେ ପ୍ୟାଟ୍‌ କୁମିନ୍ସ, ସୁନୀଲ ନାରିନ୍‌ଙ୍କୁ ପଠାଯାଇ ପାରିଥାନ୍ତା। ପୂର୍ବ ମ୍ୟାଚଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିବା ଇଭେନ ମାଭିଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ପାରିଥାନ୍ତା। ଆନ୍ଦ୍ରେ ରସେଲ୍‌ଙ୍କୁ ମଧ୍ୟ ବ୍ୟବହାର କରିପାରିଥାନ୍ତୋ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri