ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଡିନ୍‌ ଜୋନ୍ସଙ୍କ ପରଲୋକ

ମୁମ୍ବାଇ, ୨୪।୯: ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର୍‌ ତଥା ଜଣାଶୁଣା ଭାଷ୍ୟକାର ଡିନ୍‌ ଜୋନ୍ସଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି। ନିଜ ସମୟର ଜଣେ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଥିବା ଜୋନ୍ସ ହାର୍ଟ ଆଟାକ୍‌ରେ ମୃତ୍ୟୁବରଣ କରିଛନ୍ତି। ଆଇପିଏଲ୍‌-୧୩ ଲାଗି ଭାଷ୍ୟକାର ଦାୟିତ୍ୱ ତୁଲାଇବା ପାଇଁ ସେ ମୁମ୍ବାଇରେ ଅବସ୍ଥାପିତ ଥିଲେ।


ବର୍ଷୀୟ ଜୋନ୍ସ କ୍ରିକେଟ୍‌ରୁ ଅବସର ନେବାପରେ ଭାଷ୍ୟକାର ଭାବେ ବେଶ୍‌ ପରିଚୟ ସୃଷ୍ଟି କରିଥିଲେ। ଚଳିତ ଆଇପିଏଲ୍‌ରେ ଭାଷ୍ୟକାର ଦାୟିତ୍ୱ ତୁଲାଇବା ପାଇଁ ଜୋନ୍ସ ମୁମ୍ବାଇରେ ଅବସ୍ଥାପିତ ଥିଲେ। ସେ ଷ୍ଟାର୍‌ ସ୍ପୋଟର୍‌ସ ଚ୍ୟାନେଲ ଭାଷ୍ୟକାର ଟିମ୍‌ରେ ସାମିଲ ଥିଲେ। ଗୁରୁବାର ସକାଳେ ଜୋନ୍ସ ରହୁଥିବା ହୋଟେଲରେ ସାଥୀ ଭାଷ୍ୟକାର ବ୍ରେଟ୍‌ ଲି ଓ ନିଖିଳ ଚୋପ୍ରାଙ୍କ ସହ ବ୍ରେକ୍‌ ଫାଷ୍ଟ କରୁଥିଲେ। କିନ୍ତୁ ହଠାତ୍‌ ସେ ହାର୍ଟ ଆଟାକ୍‌ର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ବ୍ରେଟ୍‌ ଲି ତାଙ୍କୁ ସିପିଆର୍‌ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ବୃଥା ଯାଇଥିଲା।
୧୯୮୪ରୁ ୧୯୯୪ ମଧ୍ୟରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଜଣେ ପ୍ରମୁଖ ସଦସ୍ୟ ରହିଥିଲେ। ସେ ଅଷ୍ଟ୍ରେଲିଆ ପାଇଁ ୫୨ ଟେଷ୍ଟ ଓ ୧୧୪ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୫୨ ଟେଷ୍ଟରୁ ସେ ୧୧ ଶତକ ସହାୟତାରେ ୩,୬୩୧ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ୭ ଶତକ ସହାୟତାରେ ସେ ଦିନିକିଆରେ ୬,୦୬୮ ରନ୍‌ କରିଛନ୍ତି। ସେ ୧୯୮୭ ବିଶ୍ୱକପ୍‌ ବିଜୟୀ ଅଷ୍ଟ୍ରେଲିଆ ଦଳର ଜଣେ ପ୍ରମୁଖ ସଦସ୍ୟ ରହିଥିଲେ। ସେହିଭଳି ୧୯୮୬ରେ ଭାରତ ବିପକ୍ଷ ଏକ ଟେଷ୍ଟ ମ୍ୟାଚ୍‌ରେ ସେ ଦ୍ୱିଶତକୀୟ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri