ଆଇପିଏଲ୍‌ ଇତିହାସର ୧୦ ବଡ଼ ରେକର୍ଡ

ନୂଆଦିଲ୍ଲୀ, ୧୯।୯: କରୋନା ଭାଇରସ୍‌ର ପ୍ରଭାବ ମଧ୍ୟରେ ଶନିବାରଠାରୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଗତଥରର ଚାମ୍ପିୟନ ଓ ରନର୍ସଅପ୍‌ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଉଦ୍‌ଘାଟନୀ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଆଇପିଏଲ୍‌ର ଚଳିତ ସିଜନରେ ଅନେକ ନୂଆ ରେକର୍ଡ ସ୍ଥାପନ ହେବାର ସମ୍ଭାବନା ରହିଛି। ଏହି ଅବସରରେ ଆସନ୍ତୁ ଜାଣିବା ଆଇପିଏଲ୍‌ ଇତିହାସର ୧୦ ବଡ଼ ରେକର୍ଡ ସମ୍ବନ୍ଧରେ।
୧- ଆଇପିଏଲ୍‌ ଇତିହାସର ସର୍ବାଧିକ ଦଳଗତ ସ୍କୋର ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନାମରେ ରହିଛି। ୨୦୧୩ରେ ଗୁଜରାଟ ଲାୟନ୍ସ ବିପକ୍ଷରେ ବାଙ୍ଗାଲୋର ୫ ଉଇକେଟ୍‌ରେ ୨୬୩ ରନ୍‌ ସଂଗ୍ରହ କରିଥିଲା।
୨- ଆଇପିଏଲ୍‌ରେ ସର୍ବନିମ୍ନ ଦଳଗତ ସ୍କୋର ମଧ୍ୟ ବାଙ୍ଗାଲୋର ନାମରେ ରହିଛି। ୨୦୧୭ରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ବାଙ୍ଗାଲୋର ୪୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା।
୩- ରନ୍‌ ବ୍ୟବଧାନରେ ସର୍ବବୃହତ୍‌ ବିଜୟ ମୁମ୍ବାଇ ଇଣ୍ଡିଆନ୍ସ ହାସଲ କରିଛି। ୨୦୧୭ରେ ମୁମ୍ବାଇ ୧୪୬ ରନରେ ଦିଲ୍ଲୀକୁ ପରାସ୍ତ କରିଥିଲା।
୪- ଗୋଟିଏ ମ୍ୟାଚ୍‌ରେ ସବୁଠାରୁ ଅଧିକ ଅତିରିକ୍ତ ରନ୍‌ ବ୍ୟୟ କରିବାର ଅଲୋଡ଼ା ରେକର୍ଡ କୋଲକାତା ନାମରେ ରହିଛି। ୨୦୦୮ରେ ଡେକାନ ଚାଜର୍ସ ବିପକ୍ଷରେ କୋଲକାତା ୨୮ ରନ୍‌ ଅତିରିକ୍ତ ଆକାରରେ ବ୍ୟୟ କରିଥିଲା।
୫- ଆଇପିଏଲ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିଛନ୍ତି ବିରାଟ କୋହଲି (୫,୪୧୨)।


୬- ଆଇପିଏଲ୍‌ରେ ସର୍ବାଧିକ ୬ ମାରିବାର କିର୍ତ୍ତୀମାନ କ୍ରିସ୍‌ ଗେଲ୍‌ (୩୨୬)ଙ୍କ ନାମରେ ରହିଛି।
୭- ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ମଧ୍ୟ ଗେଲ୍‌ ରହିଛନ୍ତି। ୨୦୧୩ରେ ଗେଲ୍‌ ପୁନେ ଓ୍ବାରିୟର୍ସ ବିପକ୍ଷରେ ୬୬ ବଲରୁ ୧୭୫ ରନ୍‌ ସଂଗ୍ରହ କରିଥିଲେ।
୮- ଆଇପିଏଲ୍‌ରେ ସବୁଠାରୁ ଅଧିକ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ମଧ୍ୟ କ୍ରିସ୍‌ ଗେଲ୍‌ (୬ଟି) ଶୀର୍ଷରେ ରହିଛନ୍ତି।
୯- କିଙ୍ଗ୍ସ ଇଲେଭେନ ପଞ୍ଜାବର ଲୋକେଶ ରାହୁଲ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ୨୦୧୮ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୪ ବଲରୁ ୫୧ ରନ୍‌ ସଂଗ୍ରହ କରିଥିଲେ।
୧୦- ଆଇପିଏଲ୍‌ରେ ସବୁଠାରୁ ସଫଳ ବୋଲର ରହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଲସିଥ୍‌ ମାଲିଙ୍ଗା। ମାଲିଙ୍ଗା ୧୨୨ ମ୍ୟାଚ୍‌ରୁ ମୋଟ୍‌ ୧୭୦ ଉଇକେଟ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri