Posted inଜାତୀୟ

ଜନଔଷଧୀ କେନ୍ଦ୍ର ୧୦୫୦୦କୁ ବଢ଼ିବ

ନୂଆଦିଲ୍ଲୀ,୧୮ା୯:ଭାରତ ସରକାର ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ କେନ୍ଦ୍ର(ପିଏମ୍‌ବିଜେକେ) ସଂଖ୍ୟାକୁ ୧୦୫୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦଗୌଡ଼ା ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି ଯେ, ସାଧାରଣ ଜନତା ବିଶେଷକରି ଗରିବ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇ ଦେବା ନିମନ୍ତେ ଏହି କେନ୍ଦ୍ରଗୁଡ଼ିକର ସଂଖ୍ୟାକୁ ବଢ଼ାଇବାକୁ ଚିନ୍ତା କରିଛନ୍ତି। ୨୦୨୦ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଦେଶରେ ମୋଟ ୬୬୦୩ଟି ଜନଔଷଧୀ କେନ୍ଦ୍ର ଥିଲା। ୨୦୨୦ ମାର୍ଚ୍ଚଠାରୁ ଜୁନ ମଧ୍ୟରେ କୋଭିଡ୍‌ ମହାମାରୀ ଯୋଗୁ ଲକ୍‌ଡାଉନ୍‌ ପରିସ୍ଥିତି ଦୃଷ୍ଟିରୁ (ପିଏମ୍‌ବିଜେକେ) ଅନେକ ଆହ୍ବାନର ସାମ୍ନା କରିଛି। ସକ୍ରିୟ ଔଷଧୀୟ ଉପାଦାନ (ଏପିଆଇ)ର ଅଭାବ ଏବଂ ଔଷଧ ପ୍ରସ୍ତୁତି ପାଇଁ ଅନ୍ୟାନ୍ୟ କଞ୍ଚାମାଲର ଅଭାବ ସହିତ ପରିବହନ ସମସ୍ୟା ଯୋଗୁ କେନ୍ଦ୍ରୀୟ ଭଣ୍ଡାର କିମ୍ବା କ୍ଷେତ୍ରୀୟ ଓ୍ବେୟାର ହାଉସରୁ ଖୁଚୁରା ଦୋକାନ ପର୍ଯ୍ୟନ୍ତ ଔଷଧପତ୍ର ଯୋଗାଣରେ ଅସୁବିଧା ଦେଖାଦେଇଛି। ବର୍ତ୍ତମାନ ଦେଶର ୪ଟି ସ୍ଥାନରେ ଜନଔଷଧୀ କେନ୍ଦ୍ର କ୍ଷେତ୍ରୀୟ ଓ୍ବେୟାର ହାଉସ ରହିଛି। ସେଗୁଡ଼ିକ ହେଲା ଗୁରୁଗ୍ରାମ, ଚେନ୍ନାଇ, ବେଙ୍ଗାଲୁରୁ ଓ ଗୌହାଟି। ଏବେ କେନ୍ଦ୍ର ସରକାର ଆଉ ୨ଟି କ୍ଷେତ୍ରୀୟ ଓ୍ବେୟାର ହାଉସ ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ମନ୍ତ୍ରୀ ଗୌଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri