ବାଲିଆପାଳର ପରିବା ଚାଷୀ ନିରୁତ୍ସାହିତ

ବାଲିଆପାଳ, ୨୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ପନିପରିବା ଚାଷୀ ପ୍ରାକୃତିକ ବିପର୍ଯ୍ୟୟ, ଅଭାବୀ ବିକ୍ରି ଓ ଶୀତଳଭଣ୍ଡାର ଅଭାବ ଆଦି କାରଣରୁ କ୍ରମେ ଚାଷ ଛାଡିବାକୁ ବସିଲେଣି। ଫନୀ ବାତ୍ୟାରେ ପନିପରିବା ଫସଲ କ୍ଷତିଗ୍ରସ୍ତ ହେବାରୁ ଏବେ ବେପାରୀମାନେ ପଶ୍ଚିମବଙ୍ଗରୁ ପରିବା ଆଣି ବିକ୍ରି କରୁଛନ୍ତି। ଏହି ବ୍ଲକ ଅନ୍ତର୍ଗତ ସିମୁଳିଆ, କାଳିପଦା ଓ ଲଙ୍ଗଳେଶ୍ୱର ମାର୍କେଟ ସମେତ ରତାଇ ହାଟରେ ପଶ୍ଚିମବଙ୍ଗର ଗଡବେତା ଅଞ୍ଚଳରୁ ଆସୁଥିବା ପନିପରିବା ବିକ୍ରି ହେଉଛି ା ବାଲିଆପାଳ ଅଞ୍ଚଳର ଦେଶୀ ପରିବା ବିକ୍ରି ଲାଗି ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବାରୁ ଚାଷୀମାନେ କ୍ଷତିରେ ପଡୁଥିବା କହିଛନ୍ତି। ବର୍ତ୍ତମାନ ଟ୍ରକ୍‌ ଓ ପିକ୍‌ଅପ୍‌ ଭ୍ୟାନରେ ବାହାରୁ ଆଳୁ, ପିଆଜ ସମେତ ବାଇଗଣ, କଲରା, ବୋଇତାଳୁ, ପୋଟଳ, ଫୁଲ, ବନ୍ଧା ଓ ଉଲକୋବି, ବିଲାତିବାଇଗଣ ବାହାର ଅଞ୍ଚଳରୁ ସ୍ଥାନୀୟ ମାର୍କେଟ ଓ ହାଟକୁ ଆସୁଛି ା ଗଡବେତା ଅଞ୍ଚଳରେ ଉତ୍ପାଦିତ ପରିବା ଅପେକ୍ଷାକୃତ କମ୍‌ ଦାମରେ ବିକ୍ରି ହେଉଛି। ସମ୍ପ୍ରତି ଝଡବର୍ଷା ଓ ବନ୍ୟା ଯୋଗୁ ବାଲିଆପାଳର ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ ବଜାର ସ୍ଥିତିକୁ ମୁକାବିଲା କରିବାରେ ସମର୍ଥ ହେଉନାହାନ୍ତି।
ଉଲ୍ଲେଖନୀୟ ଯେ, ଏହି ବ୍ଲକର ସୁବର୍ଣ୍ଣରେଖା ନଦୀର ଉର୍ବର ପଟୁମାଟିରେ ଭଲପରିବା ଚାଷ ହୋଇଥାଏ। ବିଶେଷକରି କୁମ୍ଭାରୀ, ନିଖିରା, ଘଣ୍ଟୁଆ, ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ଜାମକୁଣ୍ଡା ଓ ସମୁଦ୍ର ଉପକୂଳବର୍ତ୍ତୀ ଡଗରା, ବେତଗଡିଆ, ଅଳାଡିହା, ନୂଆଗାଁ, ରତାଇ, ଜମ୍ଭିରାଇ ପଞ୍ଚାୟତରେ ଅଧିକ ପରିବା ଚାଷ ହୋଇଥାଏ। ଏଠାରେ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଅମଳ ସମୟରେ ବାଧ୍ୟ ହୋଇ ଉପତ୍ାଦିତ ପନିପରିବାକୁ ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ ସ୍ବଳ୍ପ ମୂଲ୍ୟରେ ବିକ୍ରି କରି ଦେଉଥିବା କହିଛନ୍ତି। କୃଷି ବିଭାଗ ପନିପରିବା ସଂରକ୍ଷଣ ଓ ବଜାର ସୁବିଧା ନ କଲେ ଚାଷୀମାନେ ବାଧ୍ୟ ହୋଇ ଚାଷ ଛାଡିଦେବେ ବୋଲି ଅନନ୍ତ ରାଉତ, ଅନନ୍ତ ଜେନା, ଶରତ ପ୍ରଧାନ, ମଦନ ମହାନ୍ତି, ଗଣେଶ ଜେନା, ସୀତାଂଶୁ ଜେନା ଓ ଭଗବତୀ ଜେନା ପ୍ରମୁଖ ଚାଷୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri