Posted inଖେଳ

ଆଇପିଏଲ୍‌: ଦୁର୍ନୀତି ରୋକିବାକୁ ଫ୍ରଡ୍‌ ଡିଟେକ୍ସନ ସର୍ଭିସ୍‌ ବ୍ୟବହାର କରାଯିବ

ନୂଆଦିଲ୍ଲୀ,୧୭।୯(ପି.ଟି.): ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୁର୍ନୀତ ରୋକିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ବିଭାଗ (ଏସିୟୁ) ଏକ ନୂଆ ପଦକ୍ଷେପ ଗ୍ରହଣ କରିବ। ଏସିୟୁ ଫ୍ରଡ୍‌ ଡିଟେକ୍ସନ ସର୍ଭିସ (ଏଫ୍‌ଡିଏସ୍‌)ର ସାହାଯ୍ୟ ନେବ। ଏହା ଦ୍ୱାରା ବେଟିଂ ତଥା ଅନ୍ୟ ଦୁର୍ନୀତ ରୋକିବାକୁ ପ୍ରୟାସ କରାଯିବ ବୋଲି ବୋର୍ଡ ତରଫରୁ କୁହାଯାଇଛି।
ଏଥର ଫାଙ୍କା ଷ୍ଟାଡିୟମରେ ଆଇପିଏଲ୍‌ ମ୍ୟାଚ୍‌ ସବୁ ଖେଳାଯିବ। ଦୁର୍ନୀତି ରୋକିବା ପାଇଁ ଏସିୟୁ ମୁଖ୍ୟ ଅଜିତ ସିଂଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ରହିଛି। ଏଥିପାଇଁ ବିସିସିଆଇ ୟୁନାଇଟେଡ କିଙ୍ଗଡମ (ୟୁକେ)ର କମ୍ପାନୀ ସ୍ପୋର୍ଟରାଡାର ସହ ଏକ ଚୁକ୍ତିରେ ସ୍ବାକ୍ଷର କରିଛି। ଏସିୟୁ ସହିତ ଏହି କମ୍ପାନୀ ମିଳିତ ଭାବେ କାର୍ଯ୍ୟ କରିବ। ଏଥିପାଇଁ କମ୍ପାନୀ ତା’ର ଇଣ୍ଟିଗ୍ରିଟି ସର୍ଭିସ ଦେବ ବୋଲି ବୋର୍ଡ କହିଛି।
ଏହାପୂର୍ବରୁ ସ୍ପୋର୍ଟରାଡାର ଫିକ୍ସିଂ ଦ୍ୱାରା ପ୍ରଭାବିତ ହୋଇଥିବା ଗୋଆ ଫୁଟବଲ ଲିଗ୍‌ରେ କାର୍ଯ୍ୟ କରିଛି। ଫିଫା, ୟୁଇଏଫ୍‌ଏ ଓ ବିଶ୍ୱର ଅନ୍ୟ ଶ୍ରେଷ୍ଠ ଲିଗ୍‌ଗୁଡିକ ସହିତ ଏହି କମ୍ପାନୀ ମିଳିତ ଭାବେ କାର୍ଯ୍ୟକରି ବେଶ୍‌ ସଫଳତା ହାସଲ କରିଛି। ବିସିସିଆଇ ଏସିୟୁ କିଛିଦିନ ତଳେ ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌) ବେଟିଂକୁ ରୋକିବାରେ ପ୍ରୟାସ କରି ସଫଳତା ହାସଲ କରିଥିଲା।
ଏଫ୍‌ଡିଏସ୍‌ ଦ୍ୱାରା ବେଟିଂ ସମ୍ପର୍କିତ ସବୁ ପ୍ରକାର କାର୍ଯ୍ୟକଳାପକୁ ଚିହ୍ନଟ କରିହେବ ବୋଲି ସ୍ପୋର୍ଟରାଡାର ତରଫରୁ କୁହାଯାଇଛି। ଏଥିପାଇଁ ସ୍ପୋର୍ଟରାଡାର ବୈଷୟିକ ଦୃଷ୍ଟିକୋଣରୁ ବେଶ୍‌ ଉନ୍ନତ ରହିଛି। ଏଥିପାଇଁ କମ୍ପାନୀ ୬୦୦ ସ୍ବାଧୀନ ବୁକ୍‌ମେକର୍ସଙ୍କୁ ଟ୍ରାକ୍‌ କରିବାର କ୍ଷମତା ରଖୁଛି। ପ୍ରତ୍ୟେକ ଦିନ ୫୦ ଲକ୍ଷ ଡାଟା ପ୍ରକ୍ରିୟାରେ ସାମିଲ କରିବ ଏହି କମ୍ପାନୀ। ବେଟିଂ ଓ ଦୁର୍ନୀତିକୁ ରୋକିବାକୁ ବିସିସିଆଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଆଗାମୀ ଆଇପିଏଲ୍‌ରେ ବୋର୍ଡର ଏହି ପଦକ୍ଷେପ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri