Posted inଖେଳ

ଓନୁଙ୍କ ସହ ଓଡ଼ିଶା ଏଫସିର ଚୁକ୍ତି

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)-  ସ୍ପାନିଶ୍‌ ଫୁଟବଲର ମାନୁଏଲ ଓନୁଙ୍କ ସହ ଓଡ଼ିଶା ଏଫସି ଏକବର୍ଷିଆ ଚୁକ୍ତି କରିଛି। ଫଳରେ ଏହି ସେଣ୍ଟର ଫରଓ୍ବାର୍ଡ ଭୁବନେଶ୍ୱର ଭିତ୍ତିକ ଦଳ ପକ୍ଷରୁ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣରେ ଖେଳିବା ନିଶ୍ଚିତ ହୋଇ ଯାଇଛି। ୩୨ ବର୍ଷୀୟ ଓନୁ ଆଇଏସଏଲ-୬ ପ୍ରାରମ୍ଭରେ ବେଙ୍ଗାଲୁରୁ ଏଫସି ପକ୍ଷରୁ ଖେଳିଥିଲେ। ମାତ୍ର ଟୁର୍ନାମେଣ୍ଟ ଶେଷ ଭାଗରେ ସେ ଲୋନ୍‌ ଆକାରରେ ଓଡ଼ିଶା ଏଫସି ଦଳକୁ ଆସିଥିଲେ। ଏହି ପର୍ଯ୍ୟାୟରେ ସେ ଚମତ୍କାର ପ୍ରଦର୍ଶନ କରି ୭ଟି ଗୋଲ ସ୍କୋର କରିଥିଲେ। ଏହା ମଧ୍ୟରେ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଏକ ହ୍ୟାଟ୍ରିକ ମଧ୍ୟ ସାମିଲ ଥିଲା।
ସ୍ପେନର ଟୁଡେଲାଠାରେ ଜନ୍ମିତ ଓନୁ ୨୦୧୨ ମାର୍ଚ୍ଚରେ ସିଏ ଓସାସୁନା ‘ବି’ ଟିମ୍‌ ପକ୍ଷରୁ ଲା ଲିଗା କ୍ୟାରିୟର ଆରମ୍ଭ କରିଥିଲେ। ବେଙ୍ଗାଲୁରୁ ଏଫସିରେ ଯୋଗଦେବା ପୂର୍ବରୁ ସେ ଅନ୍ୟଏକ ସ୍ପାନିଶ୍‌ କ୍ଲବ ୟୁସିଏଏମ ମୁର୍ସିଆ ସିଏଫ ପକ୍ଷରୁ ୨୦୧୮-୧୯ ସିଜନରେ ସେଗୁଣ୍ଡା ‘ବି’ ଡିଭିଜନରେ ଖେଳିଥିଲେ। ସେ ଆଟଲେଟିକୋ ଭାଲଟିରାନୋ ପକ୍ଷରୁ କେଳିଥିଲେ ହେଁ ୨୦୦୬ରେ ସିଡି ଟୁଡେଲାନୋ ପକ୍ଷରୁ ଖେଳି ସିନିୟର କ୍ୟାରିୟର ଆରମ୍ଭ କରିଥିଲେ। ନିଜ ଦେଶ ଏବଂ ଭାରତରେ ବିଭିନ୍ନ କ୍ଲବରୁ ଖେଳିବା ବ୍ୟତୀତ ଏହି ସେଣ୍ଟର ଫରଓ୍ବାର୍ଡ ଜର୍ଜିଆନ ପ୍ରଫେଶନାଲ କ୍ଲବ ଏଫସି ଡିନାମୋ ଟିବିଲିସି ପକ୍ଷରୁ ମଧ୍ୟ ଖେଳିଥିଲେ।
ଓନୁଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ବାଗତ କରିଛନ୍ତି ଓଡ଼ିଶା ଏଫସି କ୍ଲବ ସଭାପତି ରୋହନ ଶର୍ମା। ଗତବର୍ଷ ଓଡ଼ିଶା ଏଫସିକୁ ଆସିବାପରେ ଓନୁଙ୍କ ପ୍ରଦର୍ଶନ ଅତି ଚମତ୍କାର ରହିଥିଲା। ତେଣୁ ତାଙ୍କୁ ଆଉ ଏକ ବର୍ଷ ପାଇଁ ଦଳକୁ ଆଣିବାରେ କୌଣସି ଦ୍ୱିଧା ନ ଥିଲା। ଗତ ସିଜନରେ ସେ ନିଜ ଗୋଲ ସ୍କୋରିଂ ଦକ୍ଷତାକୁ ପ୍ରତିପାଦନ କରିଥିଲେ। ଡିଏଗୋ, ମାର୍ସେଲିନୋ ଓ ଓନୁଙ୍କ ଉପସ୍ଥିତିରେ ଆଗାମୀ ସିଜନରେ ଅଧିକ ଗୋଲ ହେବା ଆଶା ରହିଛି ବୋଲି ସେ କହିଛନ୍ତି। ଓନୁ ଓଡ଼ିଶା ସହିତ ସମ୍ପର୍କ ବଜାୟ ରଖିଛନ୍ତି ଏବଂ ତାଙ୍କ ପରି ଖେଳାଳିଙ୍କୁ ଦଳରେ ପାଇଥିବାରୁ ଆମେ ବହୁତ ଖୁସି। ଗତ ସିଜନ ପରି ଏଥର ମଧ୍ୟ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିବା ଆଶା ରହିଛି ବୋଲି ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବକ୍ସଟର ପ୍ରକାଶ କରିଛନ୍ତି। ଓଡ଼ିଶା ଏଫସି ସହିତ ଚୁକ୍ତି କରିବାପରେ ଓନୁ କହିଛନ୍ତି ଯେ, ”ଆଉ ଏକ ସିଜନ ପାଇଁ ଓଡ଼ିଶା ଏଫସିକୁ ଆସିଥିବାରୁ ମୁଁ ଆନନ୍ଦିତ। ଗତ ବର୍ଷ ଦଳ ସହିତ ମୋ ସମୟ ଖୁବ୍‌ ଭଲରେ କଟିଥିଲା। ତେଣୁ ଷ୍ଟୁଆର୍ଟ ଯୋଗାଯୋଗ କରିବାପରେ ମୁଁ ସମ୍ମତ ହୋଇଥିଲି। ଗତ ସିଜନ ଶେଷ ହେବାପରେ ମୁଁ ଭାରତୀୟ ଖେଳାଳିଙ୍କ ସହିତ ସମ୍ପର୍କ ରକ୍ଷା କରିଥିଲି। ତେଣୁ ଦଳ ସହିତ ଯୋଗଦେବାପାଇଁ ମୁଁ ବ୍ୟଗ୍ର। ଆଗାମୀ ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ କରି ଓଡ଼ିଶା ଏଫସିକୁ ଉନ୍ନତି ସ୍ଥିତିରେ ରଖିବା ପାଇଁ ମୁଁ ଆଶାବାଦୀ“।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri