ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଉନି ଜେଲ ବିଭାଗ

ଭୁବନେଶ୍ୱର,୮।୯ (ବ୍ୟୁରୋ):  ଜେଲରେ ରହୁଥିବା କଏଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସବୁ ରାଜ୍ୟର ଜେଲ ବିଭାଗ ଗୁରୁତ୍ୱ ଦେଉଛନ୍ତି। କଏଦୀମାନେ ଜେଲରୁ ମୁକ୍ତ ହେବାପରେ ଯେପରି ଅପରାଧରେ ଲିପ୍ତ ନ ରହି ସ୍ବାବଲମ୍ବୀ ହୋଇ ସମାଜରେ ଅନ୍ୟମାନଙ୍କ ଭଳି ଜୀବନଯାପନ କରିବେ, ସେଥିଲାଗି ରାଜ୍ୟ ସରକାର ଜେଲ ସଂସ୍କାରରେ ବିଭିନ୍ନ ପ୍ରକାର କଲ୍ୟାଣମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏଥିପାଇଁ ଜେଲରେ କଏଦୀଙ୍କୁ ଧନ୍ଦାମୂଳକ ତାଲିମ ପ୍ରଦାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି ତାଲିମ ବା ଶିକ୍ଷା ସେମାନଙ୍କର ଆତ୍ମବିଶ୍ୱାସକୁ ବଢ଼ାଇବା ସହ ଆତ୍ମନିର୍ଭରଶୀଳ କରିବାରେ ବେଶ୍‌ ସହାୟକ ହେଉଛି। କଏଦୀମାନେ ଜେଲ୍‌ରେ ରହିବା ସମୟରେ ଶ୍ରମ ଦେଇ ଯେଉଁ ରୋଜଗାର କରୁଛନ୍ତି ତାହା ପରବର୍ତ୍ତୀ ସମୟରେ ସେମାନେ ହିଁ ଘରକୁ ନେଇ ଯାଉଛନ୍ତି। ସେହିପରି ଜେଲରୁ ବାହାରିବା ପରେ ସେମାନେ ଏହି ଜ୍ଞାନକୁ ବ୍ୟବହାର କରି ନିଜେ ଭଲରେ ବଞ୍ଚତ୍ବା ସହ ପରିବାର ଲୋକଙ୍କ ମୁହଁରେ ଦାନା ଯୋଗାଇଥାନ୍ତି। ହେଲେ ଏବେ ଜେଲ୍‌ ବିଭାଗ କଏଦୀଙ୍କ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଉ ନ ଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡିଛି।
ଆଦର୍ଶ ଜେଲ ମାନୁଆଲ ନିୟମ ଅନୁସାରେ, ସବୁ ରାଜ୍ୟ ସରକାର ଜେଲରେ କଏଦୀଙ୍କୁ ବୃତ୍ତିଗତ ତଥା ଧନ୍ଦାମୂଳକ ତାଲିମ୍‌ ଦେବା ବାଧ୍ୟତାମୂଳକ। କିନ୍ତୁ ବିଗତ ୧୦ବର୍ଷର ଏନ୍‌ସିଆରବି ରିପୋର୍ଟରୁ ଜଣାପଡିଛି ଯେ, ଟେଲରିଂ, ହସ୍ତଶିଳ୍ପ, ରାଜମିସ୍ତ୍ରି, ପାଇପ୍‌ କାମ, କୃଷି ଉତ୍ପାଦନ, ସାବୁନ ଓ ଫିନାଇଲ ତିଆରି ଆଦି କ୍ଷେତ୍ରରେ କଏଦୀଙ୍କୁ ତାଲିମ୍‌ ଦିଆଯାଉଛି। କିନ୍ତୁ ଧୀରେ ଧୀରେ ଜେଲ୍‌ ବିଭାଗ ଏସବୁ ତାଲିମ୍‌ ଉପରେ ସେତେଟା ଗୁରୁତ୍ୱ ଦେଉନାହିଁ। ୨୦୧୦ରେ ମୋଟ ୧୨୪୨୯ ଜଣ କଏଦୀଙ୍କ ମଧ୍ୟରୁ ୪୮୧ ଜଣ କଏଦୀ ବିଭିନ୍ନ ଧନ୍ଦାମୂଳକ ତାଲିମ ଗ୍ରହଣ କରିଥିଲେ। ଏହ ହାର ୨୦୧୫ ପର୍ଯ୍ୟନ୍ତ କ୍ରମାଗତ ବୃଦ୍ଧି ଘଟିଥିଲା। ୨୦୧୫ରେ ରାଜ୍ୟର ୯୦ ଜେଲରେ ମୋଟ ୧୫,୯୬୫ଜଣ କଏଦୀ ରହିଥିବାବେଳେ ୯୩୭ଜଣ ବିଭିନ୍ନ ବୃତ୍ତିଗତ ଶିକ୍ଷା ଅଧୀନରେ ତାଲିମ ନେଇଥିଲେ। କିନ୍ତୁ ୨୦୧୬ରେ କେବଳ ୯୨ଜଣ କଏଦୀଙ୍କୁ ରାଜ୍ୟର ବିଭିନ୍ନ ଜେଲରେ ଧନ୍ଦାମୂଳକ ତାଲିମ ଦିଆଯାଇଥିଲା। ହେଲେ ୨୦୧୭ରେ ରାଜ୍ୟର କୌଣସି ଜଣେ ହେଲେ ବି କଏଦୀଙ୍କୁ ଏହି ତାଲିମ ଦେବାରେ ଜେଲ କର୍ତ୍ତୃପକ୍ଷ ବିଫଳ ହୋଇଥିଲେ। ସେହିପରି ୨୦୧୮ ମାତ୍ର ୯୪ ଓ ୨୦୧୯ରେ ୧୦୧ କଏଦୀ ପ୍ରଶିକ୍ଷଣ ନେଇଛନ୍ତି। ୨୦୧୫ରୁ ୨୦୧୭, ଏହି ୩ବର୍ଷ ମଧ୍ୟରେ ୧୬୨ ଜଣଙ୍କ ମଧ୍ୟରୁ କେବଳ ୩୨ଜଣଙ୍କୁ ରାଜମିସ୍ତ୍ର ଓ ପାଇପ୍‌ କାମ ପାଇଁ ତାଲିମ ଦିଆଯାଇଥିଲା। ଫଳରେ କଏଦୀଙ୍କ ଦ୍ୱାରା ଜେଲରୁ ଉପତ୍ାଦିତ ସାମଗ୍ରୀ ପରିମାଣ ଓ ମୂଲ୍ୟରେ ମଧ୍ୟ ହ୍ରାସ ଘଟୁଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି।
ଅନ୍ୟପକ୍ଷରେ ୨୦୧୭ ଓଡିଶା ଜେଲ୍‌ ଅଡ଼ିଟ ରିପୋର୍ଟରୁ ଜଣାପଡିଛି ଯେ, ବ୍ରହ୍ମପୁର ସର୍କଲ ଜେଲ ବ୍ୟତୀତ ଓଡିଶାର କୌଣସି ଜେଲ୍‌ କର୍ତ୍ତୃପକ୍ଷ ଧନ୍ଦାମୂଳକ ତାଲିମ ଦେଇନାହାନ୍ତି। ପୁଣି ଭଲ ପ୍ରଶିକ୍ଷଣ ଦିଆଯାଉ ନ ଥିବାରୁ କଏଦୀଙ୍କ ଦ୍ୱାରା ଉପତ୍ାଦିତ ସାମଗ୍ରୀର ଚାହିଦା ସହ ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୨୦୧୫ରେ ତାଲିମପ୍ରାପ୍ତ କଏଦୀଙ୍କ ଦ୍ୱାରା ଉପତ୍ାଦିତ ଦ୍ରବ୍ୟର ବିକ୍ରି ବାବଦକୁ ମୋଟ ୧.୨୫ କୋଟି ଟଙ୍କା ମିଳିଥିବାବେଳେ ୨୦୧୯ରେ ଏହା ୭୮ ଲକ୍ଷ ଟଙ୍କାକୁ ଖସି ଆସିଛି। ୨୦୧୯ରେ ଜେଲ୍‌ ସାମଗ୍ରୀର ମୂଲ୍ୟ କ୍ଷେତ୍ରରେ ଓଡିଶା ଦେଶର ଦଶ ଖରାପ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ରହିଛି। ସବୁଠୁ ବଡ଼ କଥା ହେଲା ତେଲଙ୍ଗାନାରେ ୩୦ଟି ଜେଲ ଥିବାବେଳେ ଏକଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବିକି ଜେଲ କର୍ତ୍ତୃପକ୍ଷ ୫୯୯.୮୯ କୋଟି ଟଙ୍କା ଆୟ କରିଛି। ହେଲେ ଓଡିଶାରେ ୯୦ଟି ଜେଲ ରହିଥିଲେ ମଧ୍ୟ ମାତ୍ର ୭୮ଲକ୍ଷ ଟଙ୍କା ଆୟ କରିବା ଜେଲ୍‌ ବିଭାଗର ଅଣଦେଖା ଓ ଅବହେଳାକୁ ସ୍ପଷ୍ଟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri