ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର

ଭଦ୍ରକ ଅଫିସ,୩୦ା୮: ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ଜଣେ ଅନୁସୂଚିତ ଜନଜାତିର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଭଦ୍ରକ ଚାଇଲ୍ଡଲାଇନ୍‌ । ସମ୍ପୃକ୍ତା ନାବାଳିକାକୁ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ଉପସ୍ଥାପନ କରାଯିବା ପରେ ଆସିଆନା ମୁକ୍ତ ଆଶ୍ରୟସ୍ଥଳୀରେ ରଖାଯାଇଛି। ତେବେ ଜଣେ ବରିଷ୍ଠ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ଜଣେ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର ହେବା ଘଟଣା ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ସମ୍ବେଦନହୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ଏହି ଘଟଣାକୁ ଚାପି ଦେବାକୁ ପୋଲିସସ୍ତରରେ ବିଧିବଦ୍ଧ ଭାବେ ଉଦ୍ୟମ ଆରମ୍ଭ ହୋଇଯାଇଛି। ଚାଇଲ୍ଡଲାଇନ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ, ସମ୍ପୃକ୍ତ ପୋଲିସ ଅଧିକାରୀ ଜଣକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଭଣ୍ଡାରିପୋଖରୀ ବ୍ଲକ ଛତାବର ନିକଟରେ ଥିବା ତାଙ୍କ ଘରେ ୮ବର୍ଷର ଝିଅକୁ କାର୍ଯ୍ୟରେ ନିୟୋଜିତ କରିଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ଚାଇଲ୍ଡଲାଇନ୍‌ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କ ଘର ଉପରେ ଚଢ଼ାଉ କରାଯାଇ ଉକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କ ପରିବାର ଲୋକଙ୍କୁ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ ଡକାଇଛନ୍ତି । ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଯୌନ ଉତ୍ପୀଡନ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ପୀଡିତ ୫ ଶିଶୁ: ୨ ଡାକ୍ତର ସସପେଣ୍ଡ

ନୂଆଦିଲ୍ଲୀ,୧୯ା୧୨: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଥାଲାସେମିଆ ରୋଗରେ ପୀଡ଼ିତ ୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ରକ୍ତ ଦିଆଯିବା...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ଅଞ୍ଚଳ ପାଇଁ ଗୌରବ ଆଣିଲେ କଳାହାଣ୍ଡି ଛାତ୍ର ଟେକ: ଖେଳିଗଲା ଖୁସିର ଲହରୀ

କର୍ଲାମୁଣ୍ଡା, ୧୯।୧୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲାସ୍ଥିତ ଅମର ଡିଗ୍ରୀ କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରୀ ୨୬ରେ ନୂଆଦିଲ୍ଲୀ...

ବୃଦ୍ଧି ପାଉଛି ଶୀତ ପ୍ରକୋପ, ଏହି ଜିଲାରେ ଶନିବାର ସକାଳୁଆ ସ୍କୁଲ ହେବନି

ବ୍ରହ୍ମପୁର,୧୯ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶିକ୍ଷାଧିକରୀଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୫୮୩୦ ଅନୁଯାୟୀ ଚଳିତ ସପ୍ତାହରୁ ଜିଲାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ...

ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା, ଢାକା ସମେତ ଅନେକ ସହରରେ ହଙ୍ଗାମା

ନୂଆଦିଲ୍ଲୀ,୧୯ା୧୨: ବାଂଲାଦେଶରେ ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦି ଛଅ ଦିନ ଧରି ଜୀବନ ସହିତ...

ଚାଷୀଙ୍କ ଚେତାବନୀ: ୨୦ ସୁଦ୍ଧା ସମସ୍ତ ଟୋକନ ନ ଆସିଲେ ଆନ୍ଦୋଳନ ତୀବ୍ରତର

ଅତାବିରା/ଗୋଡ଼ଭଗା , ୧୯ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାସ):ଧାନର ଅଭାବୀ ବିକ୍ରି ସହ ୪ ଦଫା ଦାବି ନେଇ ରାଜ୍ୟ କୃଷକ ସଂଗଠନ ଗତ ୯ ତାରିଖ ଏନ୍‌ଏଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri